ହାଇଦ୍ରାବାଦ:2019 ମସିହା ପରଠାରୁ ପ୍ରତିବର୍ଷ ମାର୍ଚ୍ଚ 7ତାରିଖରେ ଜନ ଔଷଧି ଦିବସ ପାଳନ କରାଯାଉଛି । ମାର୍ଚ୍ଚ 1 ତାରିଖରୁ ଜନ ଔଷଧି ସପ୍ତାହ ଆରମ୍ଭ ହୋଇଥିବା ବେଳେ 7 ତାରିଖରେ ଏହା ଶେଷ ହୋଇଥାଏ । ଜେନେରିକ୍ ଔଷଧ ଏବଂ ଏହାର ଅନ୍ୟାନ୍ୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜନ ଔଷଧି ଦିବସ ପାଳନ କରାଯାଏ । ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ କମ ମୂଲ୍ୟରେ ଉନ୍ନତମାନର ଔଷଧ ଯୋଗାଇବା ଆଜି ଦିନର ମୂଳ ଲକ୍ଷ୍ୟ ।
ଜନ ଔଷଧି ଦିବସର ଇତିହାସ: 7 ମାର୍ଚ୍ଚ 2019 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା(PMBJP) ଭାବେ ଜନ ଔଷଧି ଦିବସ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଲୋକଙ୍କ ନିକଟରେ କିପରି ଏହି ସୁବିଧା ପହଞ୍ଚିପାରିବ ସେହି ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଦିବସ ପାଳନର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ହୃଦୟଙ୍ଗମ କରିଥିଲେ । ଲକ୍ଷ ଲକ୍ଷ ପରିବାର ମଧ୍ୟରେ ଜେନେରିକ୍ ଔଷଧ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଏଦି ଦିନ ଆରମ୍ଭ କରାଯାଇଥିଲା ।
ଜେନେରିକ ଔଷଧ କଣ:ଜେନେରିକ ଏବଂ ନନଜେନେରିକ ଔଷଧ ପ୍ରାୟ ସମାନ ଅଟେ । ଏହାର ମାତ୍ରା, ପ୍ରଭାବ, ଗୁଣ ଏବଂ ବ୍ରାଣ୍ଡ ସମାନ ହୋଇଥାଏ । କିନ୍ତୁ ବ୍ରାଣ୍ଡେଡ ଔଷଧ ଠାରୁ ଏହାର ମୂଲ୍ୟ କମ୍ ହୋଇଥାଏ । ବିଶ୍ବରେ ଜେନେରିକ ଔଷଧର ଉତ୍ପାଦକ ଏବଂ ରପ୍ତାନୀକାରୀ ଦେଶ ଭାବେ ଶୀର୍ଷରେ ରହିଛି । ଏହି ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ଜନ ଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ବାସ୍ତବରେ ଲୋକେ କିପରି ଏଥିପାଇଁ ଜାଗୃତ ରହିବେ, ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।