ଓଡିଶା

odisha

By lifestyle

Published : 4 hours ago

ETV Bharat / health

ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer

How to identify fake paneer: ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? କାରଣ କିଛି ଅସାଧୁ ବ୍ୟବସାୟୀ ସହଜରେ ଟଙ୍କା ରୋଜଗାର କରିବା ଆଶାରେ ଅପମିଶ୍ରିତ ପନିର ବିକ୍ରି କରୁଛନ୍ତି । ତେଣୁ ପନିର କିଣିବା ପୂର୍ବରୁ ଏହା ଅସଲ କି ନକଲି ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ।

ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ
ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ (ETV Bharat)

How to identify fake paneer: ନିରାମିଷ ଲୋକଙ୍କ ପ୍ରଥମ ପସନ୍ଦ ପନିର୍ । ଭେଜ୍ କଥା ପଡିଲେ ପ୍ରଥମେ ପନିର ନାଁ ମନକୁ ଆସେ । ହେଲେ ଆପଣ କିଣୁଥିବା ପନିର୍ ଅସଲି ତ ? ବଜାରରେ ମିଳୁଥିବା ସବୁ ପନିର୍ ଅସଲି ନ ହୋଇପାରେ । ଆପଣ ଭାବୁଥିବେ ପନିର୍ କେମିତି ନକଲି ହୋଇପାରିବ ! କିନ୍ତୁ ଆଜିକାଲି କିଛି ଅସାଧୁ ବ୍ୟବସାୟୀ ସହଜରେ ଟଙ୍କା ରୋଜଗାର ପାଇଁ ଖାଦ୍ୟ ନାଁରେ ଜହର ସପ୍ଲାଏ କରୁଛନ୍ତି । ଏହି ଖାଦ୍ୟ ବଜାରରୁ ଆଣି ଖାଇଲେ ଆମ ଶରୀରକୁ ବିଭିନ୍ନ ମାରାତ୍ମକ ରୋଗ ଗ୍ରାସ କରିଥାଏ । ତେଣୁ ଖାଦ୍ୟ ସାମଗ୍ରୀ କିଣିବା ପୂର୍ବରୁ ଭଲ ଭାବେ ଏହାର ଯାଞ୍ଚ କରିବା ଉଚିତ୍ ।

ବେଳେବେଳେ ଆମେ ଯାଞ୍ଚ ନ କରି ବଜାରରୁ ପନିର କିଣି ଆଣୁ । ଏହାକୁ ଖାଇବା ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏଥିପାଇଁ ପନିର୍ କିଣିବା ପୂର୍ବରୁ ଏହି ଉପାୟରେ ଅସଲି କିମ୍ବା ନକଲି ଚିହ୍ନନ୍ତୁ ।

ହାତରେ ଦବାନ୍ତୁ:

ବଜାରରୁ ଆସିଥିବା ପନିର୍ ଏକ ପ୍ଲେଟରେ ବାହାର କରନ୍ତୁ । ଏହାପରେ ହାତରେ ଏହି ପନିର ଦବାଇବାକୁ ଚେଷ୍ଟା କରନ୍ତୁ । ଯଦି ପନିର୍ ଭାଙ୍ଗିଯାଏ କିମ୍ବା ଖେଳେଇ ହୋଇଯାଏ ଏହାର ଅର୍ଥ କୌଣସି ଅପମିଶ୍ରିତ ହୋଇନାହିଁ । ଯଦି ପନିର ନ ଭାଙ୍ଗେ ତାହେଲେ ବୁଝିଯାଆନ୍ତୁ ଏହା ଅପମିଶ୍ରିତ । ନକଲି ପନିରରେ ମିଶୁଥିବା ତତ୍ତ୍ବ କ୍ଷୀରର ଗୁଣ ନଷ୍ଟ କରି ଏହାକୁ କଠିନ କରିଦିଏ । ତେଣୁ ହାତରେ ଦବାଇଲେ ଏହା ଖେଳେଇ ହୋଇନଥାଏ ।

ଆୟୋଡିନ ଟେଷ୍ଟ:

ପନିରର ଏକ ଟୁକୁଡା ନେଇ ପାଖାପାଖି 5 ମିନିଟ୍ ଯାଏଁ ଫୁଟାନ୍ତୁ । ଏହାକୁ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏହା ଉପରେ ଆୟୋଡିନ ଟିଙ୍କଚର କିଛି ବୁନ୍ଦା ପକାନ୍ତୁ । ଯଦି ପନିର ରଙ୍ଗ ସେମିତ ରହେ ତାହେଲେ ଏହା ଭଲ ପନିର୍ । କିନ୍ତୁ ରଙ୍ଗ ନୀଳ ପଡିଲେ ଏହାର ଅର୍ଥ କ୍ଷୀରରେ କିଛି କୃତ୍ରିମ ସାମଗ୍ରୀ ମିଶାଯାଇ ପ୍ରସ୍ତୁତ କରାଯାଇଛି ।

ହରଡ ଡାଲି ମିଶାଇ ଫୁଟାନ୍ତୁ:

ପନିର ଚିହ୍ନଟ କରିବାର ଅନ୍ୟ ଏକ ଉପାୟ ହେଲା ହରଡ ଡାଲି ସହ ଫୁଟାଇବା । ବଜାରରୁ ପନିର୍ ଆଣି ଗ୍ୟାସ ଉପରେ ଏକ ପାତ୍ରରେ ରଖନ୍ତୁ । ଏଥିରେ ଗୋଟିଏ ଚାମଚ ହରଡ ଡାଲି ମିଶାଇ 10 ମିନିଟ୍ ଯାଏଁ ଫୁଟାନ୍ତୁ । ଯଦି ପନିର ରଙ୍ଗ ହାଲ୍‌କା ଲାଲ୍ ଦେଖାଯାଉଛି ତାହାର ଅର୍ଥ ଏଥିରେ ଡିଟରଜେଣ୍ଟ କିମ୍ବା ୟୁରିଆ ଥାଇପାରେ ।

କିଣିବା ପୂର୍ବରୁ ଯାଞ୍ଚ କରନ୍ତୁ:

କୌଣସି ଦୋକାନରୁ ପନିର କିଣୁଥିଲେ, ପ୍ରଥମେ ଦୋକାନୀ ଠାରୁ ଏକ ଛୋଟ ପନିର ଟୁକୁଡା ଆଣି ଚାଖନ୍ତୁ । ଯଦି ଏହା ପାଟିକୁ କଠିନ କିମ୍ବା ଖଟା ଲାଗୁଥାଏ, ତାହେଲେ ଏଥିରେ କୃତ୍ରିମ ଉପାଦାନ ରହିଥାଇପାରେ । କାରଣ ପନିର ଭଲ ଥିଲେ କିମ୍ବା କ୍ଷୀରରୁ ପ୍ରସ୍ତୁତ ହୋଇଥିଲେ ଏହାକୁ ପାଟିରେ ଦେଉ ଦେଉ ମିଳେଇ ଯାଏ ।

ଏହା ମଧ୍ୟ ପଢନ୍ତୁ:ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି 10ଟି ଫଳ, ଏମିତି ମିଳେ ଫାଇଦା - Fruits good for diabetes

ଏହା ମଧ୍ୟ ପଢନ୍ତୁ:ଘରେ ଲଗାନ୍ତୁ ଏହି ଗଛ, ପାଖ ମାଡିବେନି ମଶା ମାଛି - Plants that keep mosquitoes away

ଏହା ମଧ୍ୟ ପଢନ୍ତୁ:ଆସ୍ଥାମା ରୋଗୀ ଭୁଲରେ କରନ୍ତୁନି ଏହି କାମ, ରୋଗର କାରଣ ଓ ଲକ୍ଷଣ କହିଲେ ଡାକ୍ତର - Asthma symptoms and treatment

ABOUT THE AUTHOR

...view details