ଓଡିଶା

odisha

ETV Bharat / health

ହାର୍ଟ ଓ ବ୍ରେନ ସୁସ୍ଥ ରଖେ ବିଟ୍, ଜାଣନ୍ତୁ ଆଉ କେଉଁ ରୋଗରୁ ରକ୍ଷା କରେ - HEALTH BENEFITS OF BEETROOT

ପାଟିକୁ ସୁଆଦିଆ ନହେଲେ ବି ଦେହକୁ ଭାରି ହିତକର ବିଟ୍ । ନିୟମିତ ବିଟ୍‌ ଖାଇଲେ ହୃଦରୋଗ, ରକ୍ତଚାପ, ଏନିମିଆ ଆଦି ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରେ । ପଢନ୍ତୁ ପୁରା ଖବର

ହାର୍ଟ ଓ ବ୍ରେନ ସୁସ୍ଥ ରଖେ ବିଟ୍, ଏସବୁ ରୋଗରୁ ରକ୍ଷା କରିପାରେ
ହାର୍ଟ ଓ ବ୍ରେନ ସୁସ୍ଥ ରଖେ ବିଟ୍, ଏସବୁ ରୋଗରୁ ରକ୍ଷା କରିପାରେ (ETV Bharat)

By ETV Bharat Health Team

Published : Nov 18, 2024, 7:55 AM IST

ବିଟ୍‌ରେ ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣ ରହିଛି । ଗାଢ ଲାଲ ରଙ୍ଗର ଏହି ପରିବା ପୋଷଣରେ ଭରପୂର । ଆପଣ ଏହାକୁ ସାଲାଡରେ ଖାଆନ୍ତୁ କି ଜୁସ୍ କରି ପିଅନ୍ତୁ, ସବୁ ରୂପରେ ବିଟ୍‌ ଲାଭଦାୟକ । ଏହା ଆଇରନ, ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟର ଭଲ ଉତ୍ସ । ନିୟମିତ ବିଟ୍ ଖାଇଲେ ତ୍ବଚା ଚମକିବା ସହ ହୃଦୟ, ଯକୃତ ଓ ମସ୍ତିଷ୍କ ସୁସ୍ଥ ରହିଥାଏ । ଶରୀରରେ ଷ୍ଟାମିନ ବଢେ, ରୋଗ ପ୍ରତିରୋଧକ ବୃଦ୍ଧିପାଏ ଏବଂ ଆହୁରି ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳେ ।

ଏନେଇ ମୁମ୍ବାଇର ଆହାର ଓ ପୋଷଣ ବିଶେଷଜ୍ଞ ରୁଶେଲ ଜର୍ଜ କହିଛନ୍ତି, ବିଟ୍ ଖାଇଲେ ରକ୍ତଚାପ ନିୟନ୍ତ୍ରିତ ହୁଏ, ରକ୍ତହୀନତା ଦୂର ହୁଏ ଓ ହୃଦରୋଗକୁ ରୋକିବାରେ ସାହାଯ୍ୟ କରେ । ଏଥିରେ ପ୍ରଚୁର ପରିମାଣରେ ନାଇଟ୍ରେଟ ଥାଏ, ଯାହା ଶରୀରରେ ନାଇଟ୍ରିକ ଅକ୍ସାଇଡରେ ପରିଣତ ହୁଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଉନ୍ନତ କରେ । ଏଥିସହ ବିଟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରାଡିକଲ୍ସ ଜନିତ ସମସ୍ୟାରୁ ରକ୍ଷା କରେ । ଖାସ୍ କରି ଏହା ଆଥଲେଟଙ୍କ ପାଇଁ ଅଧିକ ଲାଭକାରୀ । କାରଣ ଏହି ପରିବା ଷ୍ଟାମିନା ବଢାଇବାରେ ସାହାଯ୍ୟ କରେ ।

ବିଟରେ ଥିବା ପୌଷ୍ଟିକ ତତ୍ତ୍ବ:

ଆଇରନ: ବିଟ୍‌ ଆଇରନର ଏକ ଭଲ ଉତ୍ସ ଯାହା ଶରୀରରେ ରକ୍ତ ବଢାଏ ।

ଫୋଲେଟ:ଏହି ପୌଷ୍ଟିକ ତତ୍ତ୍ବ କୋଶିକାଗୁଡିକ ବୃଦ୍ଧି ଓ ମରାମତି ଲାଗି ଜରୁରୀ । ଖାସ୍ କରି ଗର୍ଭବତୀ ମହିଳାଙ୍କ ପାଇଁ ।

ପୋଟାସିୟମ: ଏହା ହୃଦୟ ଗତି ନିୟମିତ ରଖେ ଓ ମାଂସପେଶୀ ମଜଭୁତ କରେ ।

ଫାଇବର: ପାଚନ ତନ୍ତ୍ର ସୁସ୍ଥ ରଖିବାରେ ଏବଂ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।

ଭିଟାମିନ ସି: ଏହା ଇମ୍ୟୁନିଟି ମଜଭୁତ କରେ ଓ ତ୍ବଚାକୁ ଚମକଦାର ବନାଏ ।

ଆଣ୍ଟିଅକ୍ସିଡାଣ୍ଟ (ବିଟାଲେନ): ଏହା ବିଟ୍‌କୁ ଗାଢ ଲାଲ ରଙ୍ଗ ଦିଏ ଏବଂ ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରେ ।

ବିଟ୍ ଖାଇବାର ଫାଇଦା:

  • ବ୍ଲଡପ୍ରେସର ନିୟନ୍ତ୍ରଣ କରେ ଓ ହୃଦରୋଗ ଆଶଙ୍କା କମାଏ ।
  • ଏଥିରେ ପ୍ରଚୁର ଆଇରନ ଓ ଫୋଲେଟ ଥାଏ ଯାହା ଶରୀରରେ ରକ୍ତ ବଢାଇ ଏନିମିଆରୁ ରକ୍ଷା କରେ ।
  • ବିଟ୍‌ରେ ବିଟାଲେନ ନାମକ ଆଣ୍ଟିଅକ୍ସିଡାଣ୍ଟ ମିଳେ । ଏହା କ୍ୟାନ୍ସର ଓ ଅନ୍ୟାନ୍ୟ ରୋଗରୁ ବଞ୍ଚାଇବାରେ ସହାୟକ ହୁଏ ।
  • ଶରୀରରୁ ବିଷାକ୍ତ ପଦାର୍ଥ ବାହାରେ କରେ । ଫଳରେ ଲିଭର ଓ କିଡନୀ ସୁସ୍ଥ ରହେ ।
  • ବିଟରେ ଥିବା ଫାଇବର ହଜମ କ୍ରିୟା ଠିକ୍ ରଖେ । କୋଷ୍ଠକାଠିନ୍ୟ ଦୂର କରେ ଓ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ ।
  • ବିଟ୍‌ ଜୁସ ଷ୍ଟାମିନା ବୃଦ୍ଧି ଓ ଥକ୍କାପଣ କମ୍ କରିବାରେ ସାହାଯ୍ୟ କରେ ।
  • ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ-ସି ତ୍ବଚାକୁ ଚମକଦାର ଓ କେଶକୁ ମଜଭୁତ କରେ ।
  • ନିୟମିତ ବିଟ୍ ଖାଇଲେ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରେ ଓ ସ୍ମରଣ ଶକ୍ତି ବଢେ ।

କେଉଁମାନେ ବିଟ୍ ଖାଇବା ଅନୁଚିତ୍:

ଡାଇବେଟିସ, କିଡନୀ ଷ୍ଟୋନ ଏବଂ ଲୋ ବ୍ଲଡପ୍ରେସର ସମସ୍ୟା ଥିବା ଲୋକେ ନିୟମିତ ବିଟ୍ ଖାଇବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ରକ୍ତରେ ସୁଗାର ସ୍ତର ବଢିପାରେ । ତେଣୁ ଡାଇବେଟିସ ରୋଗୀ ଏହାକୁ ନିୟମିତ ସେବନ କରିବା ଠିକ୍ ନୁହେଁ । ସେହିପରେ ଏଥିରେ ଅକ୍ସାଲେଟ ମାତ୍ରା ରହିଛି, ଯାହା ଷ୍ଟୋନ ରୋଗୀଙ୍କ ସମସ୍ୟା ବଢାଇପାରେ ।

ଏହା ମଧ୍ୟ ପଢନ୍ତୁ:ହାଇ ବ୍ଲଡସୁଗାର କମ୍ କରିପାରେ ଲେମ୍ବୁ ରସ, ଜାଣନ୍ତୁ ଖାଇବା ବିଧି

ଏହା ମଧ୍ୟ ପଢନ୍ତୁ:ହିଟର ରଡ୍‌ରେ କରୁଛନ୍ତି କି ପାଣି ଗରମ ? ସ୍ବିଚ ଅନ୍ କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା

ଏହା ମଧ୍ୟ ପଢନ୍ତୁ:ଶୀତ ଦିନେ ରୁପି ସମସ୍ୟା କରନ୍ତୁ ଦୂର, ଆପଣାନ୍ତୁ ଏହି 5 ଘରୋଇ ଉପଚାର

ABOUT THE AUTHOR

...view details