ଓଡିଶା

odisha

ETV Bharat / health

ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

ଆମ ଚାରିପାଖରେ ଏମିତି ଅନେକ ଫୁଲ, ଗଛ ଲତା ରହିଥାଏ ଯାହାର ଔଷଧୀୟ ଗୁଣ ବିଷୟରେ ଜାଣିନଥାଉ । ସେମିତି ଅତି ଉପକାରୀ ହେଉଛି ଏହି ନୀଳ ରଙ୍ଗର ଫୁଲ ।

By ETV Bharat Health Team

Published : 4 hours ago

Updated : 4 hours ago

ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ
ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ (ETV Bharat)

Health Benefits of Aparajita: ଅପରାଜିତା...ନୀଳ ଓ ଧଳା ରଙ୍ଗର ଏହି ଫୁଲ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ଦେଖିବାକୁ ମିଳେ । ଅପରାଜିତା ଫୁଲକୁ କେହି କେହି ଶଙ୍ଖପୁଷ୍ପି ବୋଲି କହିଥାନ୍ତି । ସାଧାରଣତଃ ଆମେ ଏହାକୁ ଠାକୁର ପୂଜାରେ ବ୍ୟବହାର କରିଥାଉ । ମାତ୍ର ଅନେକ ଲୋକ ଏହି ଫୁଲର ଔଷଧୀୟ ଗୁଣ ବିଷୟରେ ଜାଣିନଥିବେ । ଅପରାଜିତା ଫୁଲ ଯେତିକି ସୁନ୍ଦର, ସେତିକି ଉପକାରୀ ମଧ୍ୟ । ଆୟୁର୍ବେଦରେ ଏହା ଜଡି-ବୁଟି ଭାବରେ ଜଣାଯାଏ । ଏହା ଏମିତି ଏକ ପ୍ରାକୃତିକ ଔଷଧ ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଫାଇଦା ଦେଇଥାଏ । ଏହି ଖବରରେ ଜାଣନ୍ତୁ ଅପରାଜିତାର ଖାସ୍ ଗୁଣ ସମ୍ପର୍କରେ...

ମୁମ୍ବାଇ ସ୍ଥିତ ଆରୋଗ୍ୟଧାମ ଆୟୁର୍ବେଦିକ ଚିକିତ୍ସାଳୟର ଚିକିତ୍ସକ ମନୀଷା କାଲେ କହିଛନ୍ତି, ଅପରାଜିତା ଫୁଲ ଏକ ଜଡି-ବୁଟି ଅଟେ ଏବଂ ଭାରତରେ ବହୁଳାଂଶରେ ଦେଖାଯାଏ । ଏହାର ବୈଜ୍ଞାନିକ ନାମ Convolvulus pluricaulis । ନୀଳ ଓ ଧଳା ରଙ୍ଗର ଏହି ଅପରାଜିତା ଏକ ଲତା ଜାତୀୟ ଉଦ୍ଭିଦ । ଔଷଧୀୟ ଗୁଣ ପାଇଁ ଏହାକୁ ଆୟୁର୍ବେଦର 'ସ୍ମୃତି ସୁଧାକର' ଅର୍ଥାତ୍ ସ୍ମୃତି ଶକ୍ତି ବଢାଉଥିବା ଜଡି-ବୁଟି ରୂପେ ଜଣାଯାଏ । ଏହା ମସ୍ତିଷ୍କକୁ ଶାନ୍ତ ରଖିବା ଓ ମଜଭୁତ କରିବାରେ ସାହାଯ୍ୟ କରେ । ମାନସିକ କ୍ଷମତା ବଢାଏ ।

ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ (ETV Bharat)

ବଜାରରେ ଅପରାଜିତା ପାଉଡର, ସିରପ ଓ କ୍ୟାପସୁଲ ରୂପେ ଉପବଲ୍ଧ । ଆପଣ ଏହାକୁ ଯେମିତି ଭାବେ ଖାଆନ୍ତୁ ନା କାହିଁକି ପ୍ରଥମେ ଏଥିସହ ଜଡିତ ସମସ୍ତ ସୂଚନା ଜାଣିବା ପରେ ହିଁ ସେବନ କରିବା ଆବଶ୍ୟକ । ଉଦାହରଣସୂରୁପ- ଯଦି ଏହାକୁ ପାଉଡର ରୂପେ ନେଉଛନ୍ତି ତାହେଲେ ଦିନକୁ 1-2 ଥର ପାଣି କିମ୍ବା କ୍ଷୀର ସହ ସେବନ କରିପାରିବେ । କିନ୍ତୁ ଆଦୌ ଖାଲି ପେଟରେ ସେବନ କରିବେ ନାହିଁ । ଖାଦ୍ୟ ଗ୍ରହଣ ପରେ ଖାଇପାରିବେ ।

ଯଦି କ୍ୟାପସୁଲ ଖାଉଛନ୍ତି, ତାହେଲେ ଭୋଜନ ପରେ ଖାଇବା ଉଚିତ୍ । ତେବେ ଛୋଟ ଛୁଆ ହୁଅନ୍ତୁ କି ବୃଦ୍ଧ, ଏହାକୁ କେତେ ମାତ୍ରାରେ ଓ କେତେଥର ଖାଇବା ଦରକାର ସେନେଇ ସଠିକ୍ ସୂଚନା ପାଇବା ପରେ ହିଁ ସେବନ କରିବା ଜରୁରୀ ।

ଅପରାଜିତା ଫୁଲର ଫାଇଦା:

ଆୟୁର୍ବେଦ ଚିକିତ୍ସକ କହିଛନ୍ତି ଯେ, ଅପରାଜିତା ମାନସିକ ସ୍ବାସ୍ଥ୍ୟ ତଥା ସ୍ମୃତି ଶକ୍ତି ବୃଦ୍ଧି କରିବା ବ୍ୟତୀତ ଏଥିରୁ ଆହୁରି ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳେ । ଯେମିତିକି-

ମାନସିକ ଶକ୍ତି ବୃଦ୍ଧି: ଅପରାଜିତା ମସ୍ତିଷ୍କର କୋଷିକାଗୁଡିକୁ ପୋଷଣ ପ୍ରଦାନ କରେ ଓ ଚାପ କମ୍ କରିଥାଏ । ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ସଙ୍ଗେ ସଙ୍ଗେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ ।

ସ୍ମୃତି ଶକ୍ତି ଓ ଏକାଗ୍ରତା: ଏହି ଜଡି-ବୁଟିର ନିୟମିତ ସେବନ ଛାତ୍ରଙ୍କ ପାଇଁ ବିଶେଷ ଲାଭକାରୀ ମନେକରାଯାଏ । କାରଣ ଏହା ସ୍ମରଣ ଶକ୍ତି ବଢାଇବାରେ କାମ କରେ ଓ ପାଠପାଢାରେ ଏକାଗ୍ରତା ଆଣେ ।

ଚିନ୍ତା ଓ ଚାପରୁ ଆରାମ: ଅପରାଜିତାର ବ୍ୟବହାର ମାନସିକ ଚାପ, ଚିନ୍ତା ଓ ଡିପ୍ରେସନର ଚିକିତ୍ସା ପାଇଁ ବି କରାଯାଏ । ଏହା ମସ୍ତିଷ୍କକୁ ଶାନ୍ତ ଓ ସନ୍ତୁଳନ ପ୍ରଦାନ କରେ ।

ମାନସିକ ଥକ୍କାପଣ ଦୂର କରେ: ମାନସିକ ଚାପ କାରଣରୁ କ୍ଲାନ୍ତ ହୋଇପଡିଥିବା ଲୋକଙ୍କୁ ଅପରାଜିତା ଶକ୍ତି ଓ ତାଜାପଣ ଦିଏ । ଯଦ୍ବାରା ମାନସିକ ଥକ୍କାପଣରୁ ଆରାମ ମିଳେ ।

ରକ୍ତଚାପ ନିୟନ୍ତ୍ରଣ:ଅପରାଜିତା ଫୁଲର ସେବନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ବୋଲି ବିଶ୍ବାସ କରାଯାଏ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଭଲ ।

ଅପରାଜିତା ଅପକାରିତା:

ଅପରାଜିତା ବହୁ ଔଷଧୀୟ ଗୁଣରେ ଭରପୂର ହୋଇଥିଲେ ହେଁ ଏହାର କିଛି ଅପକାରିତା ମଧ୍ୟ ରହିଛି । ଡଃ ମନୀଷା କାଲେ କହିଛନ୍ତି, ଅପରାଜିତା ଏକ ପ୍ରାକୃତିକ ଓ ସୁରକ୍ଷିତ ଔଷଧି । କିନ୍ତୁ ଏହାର ଅତ୍ୟଧିକ ସେବନ କେତେକ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ମାତ୍ରାରେ ସେବନ କଲେ ପାଚନ ସମ୍ବନ୍ଧୀୟ ସମସ୍ୟା-ପେଟ ଫୁଲିବା, ଗ୍ୟାସ୍ ହୋଇପାରେ । ଏହା ରକ୍ତଚାପ ମଧ୍ୟ ବହୁତ କମ୍ କରିପାରେ । ଯାହାଫଳରେ ଆମକୁ ଦୁର୍ବଳ ଅନୁଭବ ହୋଇଥାଏ ।

ଯଦି କେହି ବ୍ୟକ୍ତି ପୂର୍ବରୁ କୌଣସି ରୋଗ ପାଇଁ ଔଷଧ ଖାଉଥାନ୍ତି, ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଅପରାଜିତା ସେବନ କରିବା ଉଚିତ୍ । କାରଣ ଅପରାଜିତା ସେବନ ଦ୍ବାରା କିଛି ଔଷଧର ପ୍ରଭାବ ହ୍ରାସ ପାଇଥାଏ ।

ଏହା ମଧ୍ୟ ପଢନ୍ତୁ:ପଖାଳ ଭାତରୁ ମିଳେ ଏମିତି ଚମତ୍କାର ଫାଇଦା, ବଲିଉଡ ଅଭିନେତ୍ରୀ କଲେ ପ୍ରଶଂସା

ଏହା ମଧ୍ୟ ପଢନ୍ତୁ:ସବୁବେଳେ ଚିନ୍ତା ଓ ଉଦାସ ରହୁଛନ୍ତି ? ମାନନ୍ତୁ ଏହି 6ଟି ଟିପ୍ସ, ସୁସ୍ଥ ରହିବ ମନ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : 4 hours ago

ABOUT THE AUTHOR

...view details