ଓଡିଶା

odisha

ETV Bharat / health

ଦେଶରେ GBS ରୋଗ ଆତଙ୍କ, ଏସବୁ ଲକ୍ଷଣ ଦେଖାଗଲେ କରନ୍ତୁନି ହେଳା - GBS SYMPTOMS

ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ରାଜ୍ୟରେ ବ୍ୟାପୁଛି ଜିବିଏସ । ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ।

ପ୍ରତିକାତ୍ମକ ଛବି
ପ୍ରତିକାତ୍ମକ ଛବି (ETV BHARAT REPORTER)

By ETV Bharat Odisha Team

Published : Jan 31, 2025, 5:45 PM IST

ହାଇଦ୍ରାବାଦ: ଦେଶର ବିଭିନ୍ନ ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ଗୁଇଲେନ-ବାରେ ସିଣ୍ଡ୍ରୋମ (GBS) । ଗତ କିଛି ଦିନ ହେଲା ଏହି ମାମଲା ଅଧିକ ନଜରକୁ ଆସୁଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ମାମଲା ଉପର ତୀକ୍ଷ୍ମ ନଜର ରଖିଛି । ତେବେ ସୂଚନା ମୁତାବକ, ମହାରାଷ୍ଟ୍ରର ପୁଣେ ପରେ ଏବେ ସତାରାରେ ୪ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପୁରା ରାଜ୍ୟରେ ଜିବିଏସ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ ଛୁଇଁଛି ।

ପ୍ରତିକାତ୍ମକ ଛବି (Canva)

କେବଳ ମହାରାଷ୍ଟ୍ର ନୁହେଁ ବରଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଅଧିକାରୀ ମହେଶ ଖଲିପେଙ୍କ କହିବାନୁଯାୟୀ, ଏହି ଆକ୍ରାନ୍ତମାନଙ୍କ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।"

ଗୁଇଲେନ୍-ବାରେ ସିଣ୍ଡ୍ରୋମ (GBS) କଣ?

ଗୁଇଲେନ୍-ବାରେ ସିଣ୍ଡ୍ରୋମ ବା ଜିବିଏସ ହେଉଛି ଏକ ବିରଳAutoimmune diseases ଯାହାର ସଠିକ କାରଣ ଏବେସୁଦ୍ଧା ଜଣାପଡିନାହିଁ ।ସାଧାରଣତଃ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି ବନାଇଥାଏ ଯାହା ଶରୀରରେ ଜୀବାଣୁ ଓ ଭୂତାଣୁ ସହ ଲଢି ଆମକୁ ରୋଗ କବଳରୁ ରକ୍ଷା କରିଥାଏ କିନ୍ତୁ ବେଳେ ବେଳେ ଏହି ରୋଗ ପ୍ରତିରୋଧକ ଶକ୍ତି ନିଜ ଶରୀରକୁ ହିଁ ପ୍ରଭାବିତ କରିଥାଏ । ଯାହାକୁ Autoimmune diseases କୁହାଯାଏ । ଜିବିଏସ ଏହିଭଳି ଏକ ବିରଳ ରୋଗ । ଏହି ରୋଗ ହେଲେ ରୋଗ ପ୍ରତିରୋଧକ ଶକ୍ତି ଭୁଲ ବଶତଃ ସ୍ନାୟୁ ଉପରେ ଆକ୍ରମଣ କରିଥାଏ, ଯାହାଦ୍ୱାରା ମାଂସପେଶୀରେ ଦୁର୍ବଳତା, ଅସ୍ଥିରତା ଏବଂ ଗୁରୁତର ଅବସ୍ଥାରେ ପକ୍ଷାଘାତ ମଧ୍ୟ ଦେଖାଯାଇଥାଏ ।

ପ୍ରତିକାତ୍ମକ ଛବି (IANS)

GBS ଲକ୍ଷଣ:

ଗୁଇଲେନ୍-ବାରେ ସିଣ୍ଡ୍ରୋମର ଲକ୍ଷଣ ହେଉଛି

  • ଶରୀରରେ ବଧିରା ଓ ଦୁର୍ବଳ ଅନୁଭବ କରିବା
  • ମାଂସପେଶୀରେ ଦୁର୍ବଳ ଅନୁଭବ କରିବା
  • ପାଦ ଓ ହାତ ଝିମଝିମ ହୋଇଯିବା
  • ପାଦ ଓ ମାଂସପେଶୀରେ ଦୁର୍ବଳତା କାରଣରୁ ବ୍ୟକ୍ତି ସିଧା ଛିଡା ହୋଇପାରେନାହିଁ ଓ ଚାଲିବାରେ ମଧ୍ୟ ଅସୁବିଧା ହୋଇଥାଏ
  • ଡାଇରିଆ, ବାନ୍ତି ଓ ତଳପେଟରେ ଯନ୍ତ୍ରଣା
  • କିଛି ଜଣଙ୍କ କ୍ଷେତ୍ରରେ ଜ୍ୱର ହେବା ମଧ୍ୟ ଦେଖିବାକୁ ମିଳିଛି

ଏହିସବୁ ଲକ୍ଷଣ ଗୁଡିକ ସାଧାରଣତଃ ସଂକ୍ରମଣ ଯୋଗୁ ହୋଇଥାଏ । କ୍ୟାମ୍ପିଲୋବ୍ୟାକ୍ଟର ବ୍ୟାକ୍ଟେରିଆ ଦ୍ୱାରା ଏହି ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗ ସାଧାରଣତଃ ଦୂଷିତ ଖାଦ୍ୟ ଓ ଜଳ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ତେବେ GBS ସଂକ୍ରାମକ ନୁହେଁ ଏବଂ ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ନଥାଏ ।

ମାଂସପେଶୀରେ ଯନ୍ତ୍ରଣା (ETV Bharat)

ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ:

ଏହି ରୋଗକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଇମ୍ୟୁନୋଥେରାପି ଓ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହି ରୋଗ ଭଲ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି । ଆଉ ମଧ୍ୟ ରୋଗକୁ ଚିହ୍ନଟ କରି ପ୍ରଥମରୁ ଚିକିତ୍ସା କଲେ ଏହି ରୋଗରୁ ମୁକ୍ତି ମିଳିପାରିବ । ଯଦି କୌଣସି ବ୍ୟକ୍ତି ଅସ୍ୱାଭାବିକ ମାଂସପେଶୀ ଦୁର୍ବଳତା କିମ୍ବା ଅସ୍ଥିରତା ଅନୁଭବ କରନ୍ତି ତେବେ ତୁରନ୍ତ ଏନେଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ କିମ୍ବା ସ୍ୱଚ୍ଛତା ଓ ସୁସ୍ଥ ଖାଦ୍ୟ ଓ ଜଳ ବ୍ୟବହାର କରନ୍ତୁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ...

କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...

ଏସବୁ ଲକ୍ଷଣ ଅଛି କି ? ଯକୃତ ପ୍ରତି ବଢ଼ିପାରେ ବିପଦ, କଣ କହୁଛି NIH ରିପୋର୍ଟ ?

ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ରହିଛି କି ? ହୋଇପାରେ ଗର୍ଭାଶୟ କର୍କଟ...

ବାର୍ଦ୍ଧକ୍ୟ ଏବଂ ମଧୁମେହ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଧିକ ବିପଜ୍ଜନକ କ୍ୟାନସର: IISର ଗବେଷଣାରେ ଖୁଲାସା

(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ ଏବଂ ଡାକ୍ତରଙ୍କ ପରାମର୍ଶ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)

ABOUT THE AUTHOR

...view details