ହାଇଦ୍ରାବାଦ:ହଜମ ପ୍ରକ୍ରିୟାରେ ଗଲ୍ବ୍ଲାଡର୍ ପ୍ରମୁଖ ଭୂମିକା ନିଭାଇଥାଏ । ଗଲ୍ବ୍ଲାଡର୍ ବାଇଲ୍(ପିତ୍ତ) ସଂଗ୍ରହ କରେ ଏବଂ ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ତାହାକୁ ପାକସ୍ଥଳୀକୁ ପଠାଇଥାଏ । ବର୍ତ୍ତମାନ ଗଲବ୍ଲାଡର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ନିକଟରେ ଏହାକୁ ନେଇ ଅନୁସନ୍ଧାନ କରାଯାଇଥିବା ବେଳେ ଏକ ଦାବି କରାଯାଇଛି । ଯଦି ପ୍ରାରମ୍ଭିକ ଅବସ୍ଥାରେ ଗଲ୍ ବ୍ଲାଡର କର୍କଟ ଚିହ୍ନଟ ହୁଏ ତାହେଲେ ରୋଗୀ ଚିକିତ୍ସା ପରେ ଅଧିକ ଦିନ ବଞ୍ଚିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଦେଶର 10ଟି ଡାକ୍ତରଖାନାର ମିଳିତ ଅନୁସନ୍ଧାନ ପରେ ଏହି ଦାବି କରାଯାଇଛି ।
ଦିଲ୍ଲୀ ଏମ୍ସ, ଚଣ୍ଡିଗଡ PGI ଏବଂ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ବିଶେଷଜ୍ଞମାନେ ଏହି ଅନୁସନ୍ଧାନରେ ସାମିଲ ହୋଇଥିଲେ । 2ହଜାର 262 ଜଣ କ୍ୟାନ୍ସର ରୋଗୀଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା । 91.2 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏଡେନୋକାର୍ସିନୋମା ସବୁଠାରୁ ସାଧାରଣ ପ୍ରକାର ଅଟେ । ଶରୀରରେ ମ୍ୟୁକସ ତିଆରି କରୁଥିବା ଗ୍ରନ୍ଥିରୁ କୋଷିକା ତିଆରି ହେବା ଆରମ୍ଭ ହେଲେ ଏହା ହୋଇଥାଏ । ତେବେ ତଥ୍ୟ ଅନୁସାରେ, 76.80 ପ୍ରତିଶତ ରୋଗୀଙ୍କ ମଧ୍ୟରେ ଅଧିକ ଯକୃତ ସହିତ ଜଡିତ ବୋଲି କୁହାଯାଇଛି । ତେବେ ଯକୃତ ସହିତ ଜଡିତ ଗଲବ୍ଲାଡର କ୍ୟାନ୍ସର ସର୍ବାଧିକ ଅଟେ ।
ଏହା ମଧ୍ୟ ପଢନ୍ତୁ: Gallbladder: ଗଲବ୍ଲାଡରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ, ନଚେତ ହୋଇପାରେ ସମସ୍ୟା