ଓଡିଶା

odisha

By ETV Bharat Odisha Team

Published : Feb 6, 2024, 2:29 PM IST

ETV Bharat / health

ଅଧିକ ସମୟ ବସି ରହୁଛନ୍ତି କି ? ବଢିପାରେ ମୃତ୍ୟୁ ଆଶଙ୍କା

Side Effects of Sitting for Long Period: ଅଧିକ ସମୟ ବସି ରହୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ବେଳେ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Side Effects of Sitting for Long Period
Side Effects of Sitting for Long Period

ହାଇଦ୍ରାବାଦ: ଅଧିକ ସମୟ ବସି ରହିବା ଯୋଗୁଁ ଅନେକ ପ୍ରକାର ସମସ୍ୟା ହୋଇଥାଏ । ଅଫିସ କାମ କରିବା, ଟିଭି ଦେଖିବା ଏବଂ ସୋସିଆଲ ମିଡିଆରେ ସମୟ ଅତିବାହିତ କରିବା ସମୟରେ ସମସ୍ତେ ଅଧିକ ସମୟ ବସି ଥାଆନ୍ତି । ତେବେ ନିକଟରେ ଏନେଇ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । ଅଧିକ ସମୟ ଧରି ବସି ରହିବା ଦ୍ୱାରା ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ନେଇ ଖୁଲାସା କରାଯାଇଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ବସି ରହୁଛନ୍ତି, ତାହେଲେ ଉକ୍ତ ପରିମାଣର ଶାରୀରିକ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ । ଏହା ଦ୍ବାରା ମୃତ୍ୟୁ ଆଶଙ୍କାକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ଜଣେ ବ୍ୟକ୍ତି ଅଧିକ ସମୟ ବସି ରହିବା ଦ୍ୱାରା ରୋଗ କାରଣରୁ ମୃତ୍ୟୁ ହେବାର ଆଶଙ୍କା 16 ପ୍ରତିଶତ ରହିଥାଏ । ଅନ୍ୟପଟେ ହୃଦଘାତରୁ ମୃତ୍ୟୁ ହେବାର ଆଶଙ୍କା 34 ପ୍ରତିଶତ ଅଧିକ ରହିଥାଏ । ଯଦି ଜଣେ ବ୍ୟକ୍ତି ଦୈନିକ 15ରୁ 30 ମିନିଟ ବ୍ୟାୟାମ କରିଥାଆନ୍ତି ତାହେଲେ ମୃତ୍ୟୁ ଆଶଙ୍କା କମ ହୋଇଯାଇଥାଏ । ତେଣୁ ଦୈନିକ ବ୍ୟାୟାମ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ ବସି ରହି କାମ କରନ୍ତି ତାହେଲେ ଦୈନିକ 45 ମିନିଟ ଚାଲିବା ଉଚିତ । ଯେଉଁମାନେ ସପ୍ତାହରେ ଦୁଇଥର ଜିମ୍ ଯାଆନ୍ତି, ସେମାନେ 3ଥର ଯିବା ଉଚିତ । ଅଫିସରେ ମଧ୍ୟ ବସି ରହିବା ସମୟରେ କିଛି ଘଣ୍ଟା ବ୍ୟବଧାନରେ ଚଲାବୁଲା କରିବା ଉଚିତ । ଷ୍ଟାଣ୍ଡିଂ ଡେସ୍କ ବ୍ୟବହାର କରିପାରିବେ । ଏଭଳି ଛୋଟ ଛୋଟ ପରିବର୍ତ୍ତନ ମଧ୍ୟ ଉତ୍ତମ ଫଳ ପ୍ରଦାନ କରିପାରେ ।

ଏହା ମଧ୍ୟ ପଢନ୍ତୁ: ଅଫିସରେ ଅଧିକା ସମୟ ବସି କାମ କରୁଛନ୍ତି କି, ହୋଇପାରେ ଏହି ରୋଗ

ନିକଟ ଅତୀତରେ ଆଉ ଏକ ଅନୁସନ୍ଧାନ କରାଯାଇଥିଲା । ଏକ ସର୍ଭେରୁ ଜଣାପଡିଛି ଯେ, ଦଶ ଜଣଙ୍କ ମଧ୍ୟରୁ ପ୍ରତି 6 ଜଣ ମୋଟାପଣର ଶିକାର ହୁଅନ୍ତି ଏବଂ ଏହି କାରଣରୁ ସେମାନଙ୍କ ଶରୀରରେ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଜଣାପଡିଛି ଯେ ଅଫିସରେ କାମ କରିବା ସମୟରେ ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ବହୁତ ଅଣଦେଖା କରନ୍ତି । ଫଳରେ ଅଧିକାଂଶ କର୍ମଚାରୀଙ୍କ ମେଦବହୁଳତା, ବିପି ଏବଂ ଡାଇବେଟିସର ସମସ୍ୟା ଅଧିକ ରହିଛି ।

ABOUT THE AUTHOR

...view details