ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ବିଶେଷତଃ ଅନେକ ଶାରୀରିକ ସମସ୍ୟା ଦେଖାଯାଇଥିଲା । ଡିହାଇଡ୍ରେସନ ଏବଂ ପରିସ୍ରାରେ ଜ୍ବଳନ ମୁଖ୍ୟ ସମସ୍ୟା ଅଟେ । ଖରା ଦିନେ ପରିସ୍ରାରେ ଜ୍ବଳନ ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଶେଷତଃ କମ୍ ପାଣି ପିଇବା ଦ୍ବାରା ଏହି ସମସ୍ୟା ହୋଇଥାଏ । କିନ୍ତୁ ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ । ପରିସ୍ରାରେ ଜ୍ବଳନ କେବଳ ଗ୍ରୀଷ୍ମ ଋତୁରେ ନୁହେଁ ବରଂ ସବୁ ଋତୁରେ ହୋଇଥାଏ ।
Painful urination (ETV Bharat Odisha) ବିଶେଷଜ୍ଞଙ୍କ ଅନୁଯାୟୀ, ପରିସ୍ରା କରିବା ସମୟରେ ଯନ୍ତ୍ରଣା ଅନୁଭବ କରିବା ୟୁରିନ୍ ଡିସଅର୍ଡର ଅଟେ । ଏହାରୁ ଡିସୁରିଆ ମଧ୍ୟ କୁହାଯାଇଥାଏ । ଏହାର ଲକ୍ଷଣକୁ ଅଣଦେଖା କରିବା କିମ୍ବା ଠିକ୍ ସମୟରେ ଏହାର ଚିକିତ୍ସା ନକରିବା ବେଳେବେଳେ କିଛି ଗମ୍ଭୀର ପ୍ରଭାବ ପକାଇପାରେ ।
ପଞ୍ଜାବର ଚଣ୍ଡିଗଡ଼ର ୟୁରୋଲୋଜିଷ୍ଟ ଡାକ୍ତର ତେଜେନ୍ଦ୍ର ସିଂଙ୍କ କହିବା ଅନୁସାରେ, ଡିସୁରିଆ ହେଉଛି ଏକ ସାଧାରଣ ମୂତ୍ର ବ୍ୟାଧି, ଯେଉଁଥିରେ ପୀଡିତା ମୂତ୍ରାଶୟ, ପେଲଭିକ୍ ଅଞ୍ଚଳରେ ଏବଂ ମୁତ୍ରମାର୍ଗରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ଅନେକ କାରଣରୁ ହୋଇଥାଏ । ଅନେକ କାରଣ ଉପରେ ନିର୍ଭର କରି ଡିସୁରିଆର ପ୍ରଭାବ ଅଧିକ କିମ୍ବା କମ୍ ହୋଇଥାଏ । କିନ୍ତୁ ମୁତ୍ରାଶୟରେ ଯନ୍ତ୍ରଣା ହେଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ, ଯଦି ଠିକ୍ ସମୟରେ ଚିକିତ୍ସା ନ ମିଳେ ତେବେ ଏହା ମଧ୍ୟ ଅନେକ ଗୁରୁତର ପ୍ରଭାବ ପକାଇପାରେ ।
କାରଣ:ଜିତେନ୍ଦ୍ର ସିଂ କହିଛନ୍ତି, "ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଡିସୁରିଆ ପାଇଁ ଅନେକ କାରଣ ଦାୟୀ ହୋଇପାରେ । ଶରୀରରେ ଜଳର ଅଭାବ, ପରିସ୍ରା ନକରି ଅଧିକ ସମୟ ଚାପି ରଖିବା ସମସ୍ୟା, ଯୌନ ସମ୍ପର୍କ ସମୟରେ ସମସ୍ୟା, ଯୌନାଙ୍ଗରେ ରାସାୟନିକ ପଦାର୍ଥର ବ୍ୟବାହର, ଅନ୍ୟ କାହାର ପୋଷାକ ପିନ୍ଧିବା ଏବଂ ମୁତ୍ରାଶୟରେ ସମସ୍ୟା ଏକ ପ୍ରକାର ସଂକ୍ରମଣର କାରଣ ହୋଇପାରେ ।"
ଏହା ମଧ୍ୟ ପଢନ୍ତୁ: ପରିସ୍ରା ସମୟରେ ଯନ୍ତ୍ରଣା ହେଉଛି କି, ଏହା କାରଣ କହିଲେ ବିଶେଷଜ୍ଞ
UTI ଯଥା ମୂତ୍ରାଶୟ ସଂକ୍ରମଣ ଡିସୁରିଆର ସବୁଠାରୁ ସାଧାରଣ କାରଣ ବୋଲି ବିବେଚନା କରାଯାଏ । ଯଦିଓ ଏହି ସମସ୍ୟା ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ହୋଇଥାଏ କିନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ଅଧିକ ଦେଖାଯାଇଥାଏ । ଯଦି ଦେଖିବା ମହିଳାମାନଙ୍କ ଠାରେ ୟୁରିନ ଟ୍ୟୁବ ଛୋଟ ହୋଇଥିବା ବେଳେ ପୁରୁଷମାନଙ୍କ ଠାରେ ଏହା ଲମ୍ବା ହୋଇଥାଏ । ଏଭଳି ସ୍ଥିତିରେ ଯେତେବେଳେ ୟୁରିନ ଟ୍ୟୁବ କିମ୍ବା ବ୍ଲାଡରରେ ସଂକ୍ରମଣ ହୁଏ ତେବେ ଏହା ମହିଳାମାନଙ୍କୁ ଅଧିକ ଏବଂ ଶୀଘ୍ର ପ୍ରଭାବିତ କରିଥାଏ । ଏହା ବ୍ୟତୀତ ଅନ୍ୟ କେତେକ କାରଣ ହେଉଛି
- ଅବରୋଧକାରୀ ୟୁରୋପାଥି
- ପ୍ରୋଷ୍ଟେଟ କିମ୍ବା ବ୍ଲାଡରରେ ସମସ୍ୟା
- ପୁରୁଷମାନଙ୍କରେ ପ୍ରୋଷ୍ଟେଟ ଗ୍ରନ୍ଥିର ବୃଦ୍ଧି
- କିଡନୀ ଷ୍ଟୋନ
- ବୟସ ବୃଦ୍ଧି
- ଅସ୍ବାଭାବିକ ଯୌନ ସମ୍ପର୍କ
- ମହିଳାମାନଙ୍କ ଗର୍ଭଧାରଣ କିମ୍ବା ଯୋନୀ ଶୁଷ୍କତା
ସାବଧାନତା:
- ଅଧିକ ସମୟ ପରିସ୍ରାକୁ ଚାପି ରଖନ୍ତୁ ନାହିଁ
- ଶୋଇବା ପୂର୍ବରୁ ଏବଂ ଯୌନ ସମ୍ପର୍କ ରଖିବା ପରେ ପରିସ୍ରା କରିବା ଉଚିତ
- ଯଥାସମ୍ଭବ ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ
- କଫିନ, ମଦ୍ୟପାନ ଏବଂ ସିଗାରେଟ ଠାରୁ ଦୂରେଇ ରୁହନ୍ତୁ
- ଗ୍ରୀଷ୍ମ ଋତୁରେ ସୂତା ଅନ୍ତବସ୍ତ୍ର ପିନ୍ଧନ୍ତୁ