ଓଡିଶା

odisha

ETV Bharat / health

ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

ଆପଣ ବି ଶୌଚାଳୟକୁ ଫୋନ ନେଇ ଯାଉଛନ୍ତି ? ହୋଇଯାଆନ୍ତୁ ସାବଧାନ । ଏହାର ମାରାତ୍ମକ ପରିମାଣ ନେଇ ଚେତାଇଲେ ଡାକ୍ତର ।

By ETV Bharat Health Team

Published : 5 hours ago

ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର
ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର (ETV Bharat)

Mobile in Toilet:ମୋବାଇଲ ଫୋନ ଏମିତି ସମସ୍ତଙ୍କୁ କିମିଆ କରିଛି, ଯାହାଠୁ କ୍ଷଣିକ ଦୂରେଇ ରହିବା ମୁସ୍କିଲ ଲାଗୁଛି । ଖାଇବା, ପିଇବା, ଶୋଇବା, ଚାଲିବା ସବୁ ସମୟରେ ସବୁ ସ୍ଥାନରେ ଆମେ ମୋବାଇଲ ନେଇଯାଉଛୁ । ଏମିତିକି ଟଏଲେଟକୁ ଗଲେ ମଧ୍ୟ ଫୋନ ସାଙ୍ଗରେ ନେଉଛୁ । ସେଠି ସୋସିଆଲ ମିଡିଆ ସହ ଅନେକ ସମୟ ଯାଏ ରିଲ୍ସ ଦେଖୁଛୁ । ଯଦି ଆପଣ ବି ଟଏଲେଟ ଭିତରକୁ ମୋବାଇଲ ନେଉଥାନ୍ତି, ତାହେଲେ ହୋଇଯାଆନ୍ତୁ ସାବାଧାନ ! ଏହି ଅଭ୍ୟାସ ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ ।

ଟଏଲେଟ ଏମିତି ଏକ ସ୍ଥାନ ଯେଉଁ ଆମର ମସ୍ତିଷ୍କ ସବୁଠୁ ଅଧିକ ସକ୍ରିୟ ରହିଥାଏ । ମନରେ ଅନେକ ଅଜବ ଗଜବ ବିଚାର ଆସେ । ଏଠି କେବଳ ଆପଣ ଓ ଆପଣଙ୍କ ବିଚାର ଥାଏ । ଏକଥା ସମସ୍ତେ ଅନୁଭବ କରିଥିବେ ନିଶ୍ଚୟ । ହେଲେ ଆଉ ନୁହେଁ । ଏଣିକି ଟଏଲେଟରେ ଆପଣ ଓ ଆପଣଙ୍କ ଫୋନ ରହୁଛି । ଏହି ଖବରରେ ଜାଣନ୍ତୁ ଟଏଲେଟକୁ ଫୋନ ନେଇ କ'ଣ ହୋଇଥାଏ ।

ବ୍ୟାକ୍ଟେରିଆ ସଂକ୍ରମଣ:

ଟଏଲେଟରେ ମଳତ୍ୟାଗ ସମୟରେ ବିଭିନ୍ନ ହାନିକାରକ ବ୍ୟାକ୍ଟେରିଆ ବୁଲୁଥାନ୍ତି । ଏଠାରେ ଫୋନ ବ୍ୟବହାର କରିବା ଅର୍ଥ ନିଜ ଫୋନକୁ ବ୍ୟାକ୍ଟେରିଆ ଦ୍ବାରା ଦୂଷିତ କରିବା । ଟଏଲେଟରେ ଥିବା ବ୍ୟାକ୍ଟେରିଆ ସହଜରେ ଫୋନରେ ଲାଗିଯାଆନ୍ତି । ଏହାପରେ ହାତ ଦେଇ ଶରୀରରୁ ଯାଆନ୍ତି ଏବଂ ନାକ, ପାଟି, ଆଖି ଦେଇ ଶରୀର ଭିତରକୁ ପ୍ରବେଶ କରିଥାନ୍ତି । ଯେଉଁ କାରଣରୁ ସ୍କିନ, ଗଟ୍ ଓ ଶ୍ବାସକ୍ରିୟା ସଂକ୍ରମଣ ହୋଇପାରେ । ଏ ବିବାଦରେ ଅଧିକାଂଶ ଲୋକେ ଜାଣିଥିଲେ ହେଁ ତଥାପି ଶୌଚାଳୟରେ ଫୋନ ବ୍ୟବାହରର ଅଭ୍ୟାସ ଛାଡି ପାରୁନାହାନ୍ତି ।

ପାଇଲ୍ସ ଆଶଙ୍କା:

ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଟଏଲେଟରେ ମୋବାଇଲ ବ୍ୟବହାର କରିବା ଏକ ସାଧାରଣ ଅଭ୍ୟାସ ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ମୋବାଇଲ ଦେଖିବା ଯୋଗୁଁ ଲୋକେ ଦୀର୍ଘ ସମୟ ଯାଏଁ ଟଏଲେଟରେ ବସି ରହୁଛନ୍ତି । ତେବେ ଅଧିକ ସମୟ ଟଏଲେଟରେ ରହିବା ଦ୍ବାରା ମଳାଶୟ ଶିରା ଉପରେ ଅତ୍ୟଧିକ ଚାପ ପଡିପାରେ । ଏହି କାରଣରୁ କୋଷ୍ଠକାଠିନ୍ୟ ଓ ପାଇଲ୍ସ ସମସ୍ୟା ହୋଇପାରେ । ପାଇଲ୍ସ ହେଲେ ବସିବା ଉଠିବା ଓ ମଳତ୍ୟାଗ କରିବାରେ ଯନ୍ତ୍ରଣା ହୋଇଥାଏ । କେବେକେବେ ମଳରେ ରକ୍ତ ମଧ୍ୟ ପଡେ । ଝାଡା ଲାଗିଲେ ଆମେ ଟଏଲେଟ ଯାଇ ମଳତ୍ୟାଗ କରିଥାଉ । କିନ୍ତୁ ଏହି ସମୟରେ ମୋବାଇଲ ବ୍ୟବହାର ଦ୍ବାରା ଆମର ଧ୍ୟାନ ହଟିଯାଏ । ଏଥିପାଇଁ ମଳତ୍ୟାଗ ବିଳମ୍ବ ହୋଇଥାଏ ।

ଚେୟାରରେ ବସିବା ଟଏଲେଟ ସିଟ୍ ଉପରେ ବସିବା ଠାରୁ ଅଲଗା ଅଟେ । ଯଦିଓ କୌଣସି ବି ଗୋଟିଏ ସ୍ଥାନରେ ଅଧିକ ବସିରହିବା ଠିକ୍ ନୁହେଁ ହେଲେ ଟଏଲେଟ ସିଟ୍ ଉପରେ ଅଧିକ ସମୟ ବସିରହିବା ଅଧିକ ହାନିକାରକ ହୋଇଥାଏ । କାରଣ ଏହାଦ୍ବାରା ରେକ୍ଟାଲ ଏରିଆରେ ଅତ୍ୟଧିକ ପ୍ରେସର ପଡେ । ପାଇଲ୍ସ, କୋଷ୍ଠକାଠିନ୍ୟ ବ୍ୟତୀତ ଟଏଲେଟରେ ଫୋନ ବ୍ୟବହାର ଦ୍ବାରା ପିଠି ଓ ବେକ ଉପରେ ପ୍ରଭାବ ପଡିଥାଏ ।

କ'ଣ କରିବା ଉଚିତ୍ ?

ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ବାଥରୁମ କିମ୍ବା ଟଏଲେଟରେ ଯିବାବେଳେ ଫୋନକୁ ବାହାରେ ରଖି ଯାଆନ୍ତୁ । ଏହାଦ୍ବାରା ପାଇଲ୍ସ ଓ ବ୍ୟାକ୍ଟେରିଆ ସଂକ୍ରମଣ ଜନିତ ବିପଦ କମିଥାଏ । ସେହିପରି ବେଳେବେଳେ ନିଜ ଫୋନକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଏ ।

Ref- https://www.healthline.com/health/phone-toilet-health-risks#Excess-pressure-on-your-anus-and-extra-bacteria-on-yourself

ଏହା ମଧ୍ୟ ପଢନ୍ତୁ:30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା, ଗର୍ଭଧାରଣଠୁ ନେଇ ରକ୍ତସ୍ରାବ...

ଏହା ମଧ୍ୟ ପଢନ୍ତୁ:ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

ଏହା ମଧ୍ୟ ପଢନ୍ତୁ:ଶିଶୁଙ୍କ ଗାଲରେ ଚୁମ୍ବନ ଦେଉଥିଲେ ସାବଧାନ ! ଜାଣିରଖନ୍ତୁ ଏହି ଜରୁରୀ କଥା

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details