ଓଡିଶା

odisha

ETV Bharat / health

ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ - EFFECTS OF JAGGERY ON DIABETES

ମଧୁମେହ ରୋଗୀ ଗୁଡ ଖାଇବା ଶରୀର ପ୍ରତି କ୍ଷତିକାରଣ ନା ଲାଭଦାୟକ । ଜାଣିବା ପାଇଁ ପଢନ୍ତୁ ପୁରା ଖବର

ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ?
ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? ((FREEPIK))

By ETV Bharat Odisha Team

Published : Jan 16, 2025, 8:24 PM IST

ହାଇଦ୍ରାବାଦ:ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଘରେ ଘରେ ଏବେ ଡାଇବେଟିସ ରୋଗୀ । ପୂର୍ବରୁ କେବଳ ବୟସ୍କ ଲୋକଙ୍କଠାରେ ଦେଖାଯାଉଥିବା ଏହି ରୋଗ ଏବେ କମ୍ ବୟସର ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି । ଦିନ ଥିଲା ଟାଇପ୍ 2 ମଧୁମେହ କେବଳ 40 ବର୍ଷରୁ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ । ବିଶେଷକରି ଭାରତରେ ଆଜିକାଲି ଏହି ରୋଗ 20 ରୁ 30 ବର୍ଷ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହା ଉଲ୍ଲେଖନୀୟ ଯେ, ଭାରତର ଜନସଂଖ୍ୟାର 50 ପ୍ରତିଶତରୁ ଅଧିକ 25 ବର୍ଷ ବୟସରୁ କମ୍ ଏବଂ 65 ପ୍ରତିଶତରୁ ଅଧିକ 35 ବର୍ଷ ବୟସରୁ କମ୍ ବୋଲି ଆକଳନ କରାଯାଇଛି। ମହିଳାମାନେ ପ୍ରାରମ୍ଭିକ ଟାଇପ୍ 2 ମଧୁମେହରେ ପୀଡିତ ହେଉଥିବା ମଧ୍ୟ ଜଣାପଡିଛି । ଏହାର ଅର୍ଥ ହେଉଛି ଆମେ ଏକ ସମ୍ଭାବ୍ୟ ବିନାଶକାରୀ ମଧୁମେହ ମହାମାରୀ ନିକଟତର ହେଉଛେ ।

ମଧୁମେହର କାରଣ:

ମୋଟାପଣ ଏହି ରୋଗର ସବୁଠାରୁ ବଡ଼ କାରଣ ବୋଲି କୁହାଯାଏ, ଏହା ସହିତ ଅସ୍ବାସ୍ଥ୍ୟକର ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ବ୍ୟାୟାମର ନକରିବା ମଧ୍ୟ ଏହି ରୋଗ ହେବାର କାରଣ । ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଭାବେ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହି ରୋଗର ରୋଗୀଙ୍କ ପାଇଁ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ମଧୁମେହ ରୋଗୀଙ୍କ ଶରୀରରେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏ, ତେବେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଧାରଣତଃ ମଧୁମେହ ରୋଗୀଙ୍କୁ ସାଧାରଣତଃ ଚିନି ଖାଇବାକୁ ବାରଣ କରାଯାଇଥିବାରୁ ସେମାନେ ଗୁଡ ଖାଇଥାନ୍ତି । ତେବେ ପ୍ରଶ୍ନ ଉଠେ ମଧୁମେହ ରୋଗୀ ଗୁଡ ଖାଇବା ଉଚିତ କି ?

ଏହା ମଧ୍ୟ ପଢନ୍ତୁ-କେଉଁ ବୟସରେ କେତେ ରହିବା କଥା ବ୍ଲଡ ସୁଗାର ? ଡାଇବେଟିସ ନେଇ କଣ କୁହନ୍ତି ବିଶେଷଜ୍ଞ - BLOOD SUGAR LEVEL ACCORDING TO AGE

ଏହା ମଧ୍ୟ ପଢନ୍ତୁ-ବାର୍ଦ୍ଧକ୍ୟ ଏବଂ ମଧୁମେହ ଆକ୍ରାନ୍ତଙ୍କ କ୍ଷେତ୍ରରେ ଅଧିକ ବିପଜ୍ଜନକ କ୍ୟାନସର: IISର ଗବେଷଣାରେ ଖୁଲାସା - IISC RESEARCH ON CANCER

ମଧୁମେହ ରୋଗୀ ଗୁଡ ଖାଇବା କେତେ ସୁରକ୍ଷିତ?

ବିଶେଷଜ୍ଞ ଏବଂ sciencedirect.com ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ଗୁଡ଼ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ । କିନ୍ତୁ ମଧୁମେହ ରୋଗୀ ଏହାକୁ ସେବନ କରିବା ଭଲ ନୁହେଁ। ଗୁଡ଼ ଏବଂ ଚିନି ଉଭୟ ଆଖୁ ରସରୁ ତିଆରି ହୁଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଗୁଡ଼ ଖାଇବା ନିରାପଦ ନୁହେଁ। ଗୁଡ଼ ଖାଇବା ଦ୍ୱାରା ମଧ୍ୟ ଶର୍କରା ସ୍ତର ବୃଦ୍ଧି ପାଏ। ଯଦି ଆପଣଙ୍କର ମଧୁମେହ ପୀଡିତ ଓ ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ଗୁଡ ବଦଳରେ ଏବଂ କନ୍ଦମୂଳ ଖାଇପାରିବେ। ତଥାପି, ମଧୁମେହ ରୋଗୀ ଏହାକୁ ଅତ୍ୟଧିକ ଖାଇବା ଭଲ ନୁହେଁ। ଭଜା କନ୍ଦମୂଳ ମଧ୍ୟ ଖାଇପାରିବେ , କାରଣ କନ୍ଦମୂଳରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ। ଏହା ସହିତ କମଳା, ଆଭାକାଡୋ, ଖଜୁର ମଧ୍ୟ ଖାଇପାରିବେ ମଧୁମେହ ରୋଗୀ।

ଗୁଡ଼ ଖାଇବାର ଫାଇଦା:

  • ଗୁଡ଼କୁ ଚିନି ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ ଓ ଖଣିଜ ସାର ଭଳି ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ । ଗୁଡରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ । ଚିନି ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ ଏହାର ଏକ ସ୍ବାସ୍ଥ୍ୟକର ବିକଳ୍ପ ।
  • ଗୁଡ଼ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ। ଏହା ପେଟ ଗ୍ୟାସ୍, ଫୁଲିବା ଏବଂ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ। ଗୁଡ଼ ଖାଇବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଗୁଡ଼ ଖାଇବା ଦ୍ୱାରା ଶରୀରର ଶକ୍ତି ମିଳିଥାଏ।
  • ଗୁଡ଼ରେ ପୋଟାସିୟମ ନାମକ ଆଉ ଏକ ପୋଷକ ତତ୍ତ୍ୱ ଥିବାରୁ ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ। ଯଦି ନିୟମିତ ଗୁଡ଼ ପାଣି ପିଅନ୍ତି ତେବେ ଆପଣ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିପାରିବେ।

Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।

ABOUT THE AUTHOR

...view details