ଓଡିଶା

odisha

ଅଗଷ୍ଟ ୧ ଗୁରୁବାର ରାଶିଫଳ: ଏହି ରାଶି ପାଇଁ ଶୁଭ ଆଜିର ଦିନ, ନୂଆ ବିଜନେସ୍ ସହ ନୂଆ ଗାଡ଼ି କିଣିପାରନ୍ତି - DAILY ODIA HOROSCOPE OF 1ST AUGUST

By ETV Bharat Odisha Team

Published : Aug 1, 2024, 12:00 AM IST

Updated : Aug 1, 2024, 7:19 AM IST

Today Rashifal Horoscope 1 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଅନୁକୂଳ ଏବଂ ଘଟଣାପୂର୍ଣ୍ଣ ରହିବ । ଆପଣ ମାନସିକ ଭାବରେ ବିଶ୍ରାମବିହୀନ ଥିବାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କିମ୍ବା ଆତ୍ମବିଶ୍ୱାସ ଏବଂ ସଂକ୍ଷିପ୍ତ ଭାବରେ ଆପଣ ମନ ଲଗାଇବାରେ ସକ୍ଷମ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍‌ ତରଫରୁ ଗୋଟିଏ ଯାତ୍ରାର ଆଶଙ୍କା ଅଛି । ଏହା ଯୋଗାଯୋଗ କରିବା କିମ୍ବା ଲେଟର୍‌ ଏବଂ ଡକ୍ୟୁମେଣ୍ଟ୍‌ ଡ୍ରାଫ୍ଟିଙ୍ଗ୍‌ କରିବା ପାଇଁ ଉତ୍ତମ ଭାବରେ ବ୍ୟବହାର ହୋଇପାରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଯଦି ଆପଣ ସାରା ଦିନ ଶାନ୍ତ ଏବଂ ନିରବ ରହିବେ ତେବେ ଏହା ସାହାଯ୍ୟ କରିପାରେ । ଦ୍ୱନ୍ଦ୍ୱ ଏବଂ ସିଦ୍ଧାନ୍ତ ନ ନେଇପାରିବା ଯୋଗୁଁ ଆପଣ ଭଲ ସୁଯୋଗ ହାତ ଛଡା କରିଦେଇପାରନ୍ତି । ସାହାଯ୍ୟ କରିବା ଏବଂ ଶାନ୍ତି ବନାଇ ରଖିବାର ପ୍ରବୃତ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯାତ୍ରା କରିବା ଘୁଞ୍ଚିଯିବାର ଯିବାର ସମ୍ଭାବନା ଅଛି । ଆଜି ଦିନଟି ଲେଖକ, କଳାକାର, ଏବଂ ପରାମର୍ଶଦାତାମାଙ୍କ ପାଇଁ ଭଲ ହୋଇଥାଏ । ନୂଆ ସ୍କିମ୍‌ ଏବଂ ନୂଆ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନରେ ଆପଣଙ୍କର ଆର୍ଥିକ ଭାବରେ ଲାଭ ହେବ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧି, ଏବଂ ବନ୍ଧୁ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରିବାର ଆନନ୍ଦ ନେଇପାରନ୍ତି । ଶରୀର ସୁସ୍ଥ ରହିବ । ସମ୍ଭାବିତ ଅଯଥା ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ । କାର୍ଯ୍ୟାନୁସାରେ ଆଜି ଦିନଟି ଅନ୍ୟ ଦିନ ମାନଙ୍କ ପରି ପ୍ରମାଣିତ ହେବ । ସହକର୍ମୀ ଏବଂ ସହଯୋଗୀ ସମାନ ବ୍ୟବହାର କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦ୍ବିବିଧା ଲୁଚକାଳି ଖେଳିବ । ତେଣୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ,ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁ ଥିବା ଭୁଲ ବୁଝାମଣାକୁ ଦୂରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ,ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଜନକ ହେବ । ବିଶେଷ କରି ମହିଳାମାନେ ସ୍ୱାର୍ଥବିହୀନ ଏବଂ ବୃହତ୍‌ମନା ହୋଇପାରନ୍ତି । ଗୋଟିଏ ଭଲ ଜାଗାକୁ ବୁଲିଯିବା ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ ହେବେ ତେବେ ସୁଯୋଗ ହାତଛଡା ହୋଇଯିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିଶ୍ଚିତ ଭାବରେ ବିଳମ୍ବ ହେବ । ମା’ ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଏହି ଦିନଟି ବ୍ୟବସାୟୀମାନଙ୍କ ପାଇଁ ଭଲ ରହିବ । ପେଶାଦାର ମାନେ ଏବଂ ଅଫିସ୍‌ ଯାଉଥିବା ଲୋକମାନେ ସହକର୍ମୀ ମାନଙ୍କଠାରୁ ଆଶ୍ଚର୍ଯ୍ୟଜନକ ସହଯୋଗ ପାଇବେ । ଲମ୍ବା ଛୁଟି ଦିନରେ, ତୀର୍ଥସ୍ଥାନ ଭ୍ରମଣର ଯୋଗ ଅଛି । ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ତୁମର ବାନ୍ଧବୀଙ୍କ ସହ ମିଶିବାର ପରିଣାମ ଆପଣଙ୍କୁ ଲାଭବାନ କରିପାରେ । ବ୍ୟବସାୟରେ ପ୍ରଚୁର ଲାଭ ସହ ଆନନ୍ଦିତ ହେବେ । ସ୍ତ୍ରୀଙ୍କ ସହ ମଧୁର ସମ୍ପର୍କ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି, ଆପଣ ସୁରକ୍ଷିତ ଏବଂ ନିରାପଦ ରହିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଘଟଣା ଆମ ସପକ୍ଷରେ ଯିବନାହିଁ । ଆପଣ ନିଶ୍ଚିତ ଭାବରେ ନୂତନ ପ୍ରୋଗ୍ରାମ୍‌ ଏବଂ ସ୍କିମ୍‌କୁ ଆଗକୁ ଘୁଞ୍ଚାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆପଣଙ୍କ ଭାବନାକୁ ବିପ୍ଳବାତ୍ମକ ଏବଂ ଅନୈତିକ ଘଟଣାରୁ ଦୂରେଇ ରହିବାକୁ ପରାମର୍ଶ ଅଛି । କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍‍ ସୁବିଧାଜନକ ନୁହେଁ । ଅନିର୍ଦ୍ଧାରିତ ଖର୍ଚ୍ଚ ପାଇଁ ପ୍ରସ୍ତୁତ ରହନ୍ତୁ । ଏହ ଛୋଟ ଭ୍ରମଣ ପାଇଁ ଇଚ୍ଛୁକ ରହିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:ଆଜି ଦିନଟି ଆପଣ ପାଇଁ ଉଜ୍ୱଳମୟ ରହିବ । ଆପଣ ସାରାଦିନ ହସଖୁସିରେ ରହିବେ । ଆପଣ ବାହାର ସାଙ୍ଗ ମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ବନ୍ଧୁମାନଙ୍କର ବାହାର ଦୃଶ୍ୟ ଦେଖିବାର ଆଶା କରାଯାଉଛି । ଏହି ଦିନଟି ଏକ କଳ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟ୍‌ନରସିପ୍‌ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ । ଉଚ୍ଚ ପଦସ୍ଥମାନଙ୍କ ସହ ମନମାଲିନ୍ୟ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ନିଜ ପ୍ରତିଯୋଗୀ ତଥା ଶତୃମାନଙ୍କ ସହ ଯୁକ୍ତି ତର୍କରୁ ନିବୃତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ସ୍ୱାସ୍ଥ୍ୟ ଉପରେ ଦୁର୍ଘଟଣା ଜନିତ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ସାମାଜିକ ଏବଂ ନିୟମିତ କାର୍ଯ୍ୟ ହୋଇପାରେ । ଖାଇବା ପିଇବା ଉପରେ ସାବଧାନ ରହନ୍ତୁ । ଆକ୍ରମକ ହୁଅନ୍ତୁ ନାହିଁ । ଭାଗ୍ୟବାଦୀ ହୋଇ ନକରାତ୍ମକ ଭାବକୁ ତ୍ୟାଗ କରନ୍ତୁ । ଆପଣଙ୍କର କାର୍ଯ୍ୟାଳୟର ପରିବେଶ ଅନୁକୂଳଜନିତ ଅଟେ । ଆପଣ ଏବଂ ଆପଣଙ୍କ ବ୍ୟବସାୟ ଭାଗୀଦାର ମଧ୍ୟରେ ମନୋମାଳିନ ହୋଇପାରେ । ସର୍ତକ ରହନ୍ତୁ । ଆପଣ ନିଜର କ୍ଷମତା ପ୍ରୟୋଗ ଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ସହିତ କାରବାର କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ବିଶ୍ୱାସ ଏବଂ ସଂକଳ୍ପ ସହିତ ଆପଣ ସମସ୍ତ ନିର୍ଦ୍ଦେଶ ଗୁଡିକର କାର୍ଯ୍ୟ ଭାର ଗ୍ରହଣ କରିବେ । ଆପଣ ଭଲ ଖାଦ୍ୟ ଏବଂ ବଢିଆ ପୋଷାକ ପିନ୍ଧିପାରନ୍ତି ,କାର୍ଡରେ ଏହା ଦେଖା ଯାଉଛି, ଆପଣ ଏକ ଗାଡ଼ି କିଣିପାରନ୍ତି । ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ଓ ବନ୍ଧୁତ୍ୱ ବ୍ୟବହାର କରିବେ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ଏବଂ ମନଭାବନ ହେବ । ଆପଣ ସତେଜ ଏବଂ ଭୋରରୁ ଜୀବନ୍ତ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ । ଆକ୍ରମକତା ଏବଂ ଉଗ୍ରକୁ ଏଡ଼ାଇ ଯାଆନ୍ତୁ । ଆପଣଙ୍କର ସହକର୍ମୀ ଆପଣଙ୍କୁ ସହାୟତା କରିବାବୁ ଯାଉଛନ୍ତି । ବାପା ମାଆଙ୍କ ଠାରୁ ଖବର ପ୍ରାପ୍ତ କରିବେ ।

Last Updated : Aug 1, 2024, 7:19 AM IST

ABOUT THE AUTHOR

...view details