ହାଇଦ୍ରାବାଦ: ଅନେକ ଲୋକ ଫଳ ଖାଇବାକୁ ପସନ୍ଦ କରନ୍ତି । ସେଥିମଧ୍ୟରୁ ଅଧିକାଂଶ ଲୋକ କଦଳୀ ଖାଇବାକୁ ବେଶ ଭଲପାଆନ୍ତି । କଦଳୀ ପ୍ରକୃତରେ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଏଥିରେ ପୋଟାସିୟମ୍, ଫାଇବର, ସୁସ୍ଥ ଚର୍ବି ଏବଂ ଭିଟାମିନ୍ ଭରପୂର ମାତ୍ରାରେ ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ସମୟରେ କିଛି ଲୋକଙ୍କର କଦଳୀ ବିଷୟରେ ବିଭିନ୍ନ ଧାରଣା ରହିଛି । ବିଶେଷ ଭାବରେ ଅଧିକାଂଶ ଲୋକ ଦୈନିକ କଦଳୀ ଖାଇଲେ ସେମାନଙ୍କ ଓଜନ ବଢିଥାଏ ବୋଲି ଭାବନ୍ତି । ଆଉ କେତେକ ଭାବନ୍ତି କଦଳୀ ଖାଇଲେ ଓଜନ ହ୍ରାସ ପାଇଥାଏ । ତେବେ ଏଭଳି ଦ୍ୱନ୍ଦ୍ୱ ମଧ୍ୟରେ ବିଶେଷଜ୍ଞମାନେ ଏହା ବିଷୟରେ କ'ଣ କୁହନ୍ତି ଜାଣନ୍ତୁ,
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯେକୌଣସି ଋତୁର ଖାତିର ନକରି ବଜାରରେ ଶସ୍ତା ମୂଲ୍ୟରେ କଦଳୀ ଉପଲବ୍ଧ । ଯାହା ଉଭୟ ଓଜନ ହ୍ରାସ ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କାରଣ ଏହା ଖାଇବା ଦ୍ୱାରା କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରୀର ସଠିକ୍ ସନ୍ତୁଳନ ରୁହେ । ଯଦିଓ କଦଳୀ ଅନେକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଥାଏ, କିନ୍ତୁ ଏହାକୁ ସୀମିତ ପରିମାଣର ଖାଇବା ଦରକାର । ତେବେ ଅଷ୍ଟ୍ରେଲୀୟ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କଦଳୀ ହଜମ ଜନିତ ସମସ୍ୟା ଦୂର କରେ ।
ଓଜନ ବଢାଇବାରେ କଦଳୀ କିପରି ସାହାଯ୍ୟ କରେ?
ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଫଳ ତାଲିକାରେ କଦଳୀ ଆଗରେ ଅଛି । କିନ୍ତୁ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଯଦି ଏହାକୁ ପ୍ରତିଦିନ ଅଧିକ ଖାଇଥାନ୍ତି, ତେବେ ସେମାନେ ମୋଟାପଣକୁ ଆମନ୍ତ୍ରଣ କରନ୍ତି । କାରଣ କଦଳୀରେ ଚିନି ଏବଂ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ । ସେଥିରେ ଥିବା ଚିନି ପ୍ରାକୃତିକ ଅଟେ, ଯାହା ଶରୀର ଶୀଘ୍ର ଗ୍ରହଣ କରିପାରେ ନାହିଁ । ଗୋଟିଏ କଦଳୀରେ ପ୍ରାୟ ୧୦୫ କ୍ୟାଲୋରୀ ଥାଏ । ଯଦି ଆପଣ ପ୍ରତିଦିନ ଏକରୁ ଅଧିକ କଦଳୀ ଖାଆନ୍ତି, ତେବେ ଶରୀର ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ପାଇବ । ଏହାର ଅର୍ଥ ହେଉଛି ଦୈନିକ ୨ରୁ ୩ କଦଳୀ ଖାଇବା ଶରୀରକୁ ୩୫୦ ଅତିରିକ୍ତ କ୍ୟାଲୋରୀ ଯୋଗାଇଥାଏ । ଯାହାଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ କହିଛନ୍ତି ।
ଓଜନ ହ୍ରାସ ପାଇଁ କଦଳୀ କିପରି ଭଲ?
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ, ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କଦଳୀ ଅତ୍ୟନ୍ତ ଉପଯୋଗୀ । କାରଣ ଏଥିରେ ଫାଇବର ଏବଂ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ । ଯଦି ଆପଣ ଏହାକୁ ଖାଆନ୍ତି, ତେବେ ଆପଣ ଶୀଘ୍ର ଭୋକିଲା ଅନୁଭବ କରିବେ ନାହିଁ । ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ଅନୁଭବ କରିବେ । ଅତ୍ୟଧିକ କ୍ୟାଲୋରୀ ଖାଇବାର କୌଣସି ବିପଦ ନାହିଁ । ଆପଣ ସହଜରେ ଓଜନ ହ୍ରାସ କରିପାରିବେ । କିନ୍ତୁ ମନେ ରଖନ୍ତୁ ଯେ, ସୀମିତ ପରିମାଣର ଏହାକୁ ଖାଇବା ଦରକାର ।
ଏହା ମଧ୍ୟ ପଢନ୍ତୁ:ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା ଥିଲେ କଦଳୀ ଖାଇବା ମନା !