ଓଡିଶା

odisha

ETV Bharat / health

ପ୍ରଦୂଷଣ ଯୋଗୁଁ ବଢୁଛି COPD ରୋଗ; ଜାଣନ୍ତୁ ଏହା କ'ଣ ଓ କେମିତି ସୁସ୍ଥ ହେବେ

ବାୟୁ ପ୍ରଦୂଷଣ ଯୋଗୁଁ ଦେଶରେ ବଢିଚାଲିଛି ସିଓପିଡି ସମସ୍ୟା । ଡାକ୍ତରଙ୍କଠାରୁ ଜାଣନ୍ତୁ କ'ଣ ଏହି ରୋଗ ଏବଂ ଏଥିରୁ କେମିତି ରକ୍ଷା ପାଇବେ ।

ପ୍ରଦୂଷଣ ଯୋଗୁଁ ବଢୁଛି COPD ରୋଗୀ ସଂଖ୍ୟା
ପ୍ରଦୂଷଣ ଯୋଗୁଁ ବଢୁଛି COPD ରୋଗୀ ସଂଖ୍ୟା (ETV Bharat)

By ETV Bharat Health Team

Published : 18 hours ago

Updated : 16 hours ago

ଭୁବନେଶ୍ବର:ଦିଲ୍ଲୀ ଭଳି ବଡ଼ ବଡ଼ ସହରମାନଙ୍କରେ ବର୍ତ୍ତମାନ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ କ୍ରନିକ ଅବ୍‌ଷ୍ଟ୍ରକ୍ଟିଭ୍ ପଲ୍‌ମୁନାରୀ ଡିଜିଜ୍ (chronic obstructive pulmonary disease) ବା COPD ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ମୁଖ୍ୟତଃ ବାୟୁ ପ୍ରଦୂଷଣ ଯୋଗୁଁ ସିଓପିଡି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱଚ୍ଛ ବାୟୁ ମିଳିବା ଏକପ୍ରକାର ଅସମ୍ଭବ ଲାଗୁଛି । ଲୋକମାନେ ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇଯାଇଛି । ତେବେ କ'ଣ ଏହି ସିଓପିଡି ରୋଗ, କାହିଁକି ହୁଏ ଓ କିପରି ସୁସ୍ଥ ହେବେ ସେନେଇ ଅଧିକ ଆଲୋଚନା କରିଛନ୍ତି ଡାକ୍ତର ପ୍ରିୟଦର୍ଶିନୀ ପରିଡା ।

COPD କ'ଣ:-

ଡାକ୍ତରଙ୍କ କହିବା ଅନୁସାରେ, ସିଓପିଡି (COPD) ଏକ ସାଧାରଣ ରୋଗ । ଏହାର ଚିକିତ୍ସା ଓ ନିରାକରଣ କରାଯାଇପାରିବ । ଫୁସଫୁସ୍‌ରେ କୌଣସ ସମସ୍ୟା ହେଲେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଏହାକୁ ସିଓପିଡି କୁହାଯାଏ । ଧୂଳି, ଧୂଆଁ ଓ ଧୂମ୍ରପାନ ହେଉଛି ସିଓପିଡି ସମସ୍ୟାର ମୁଖ୍ୟ କାରଣ । ସେହିପରି ଗରୀବ ଶ୍ରେଣୀର ମହିଳାମାନେ ରୋଷେଇ ଘର ଚୁଲିରୁ ବାହାରୁ ଥିବା ଧୂଆଁ ଯୋଗୁଁ ସିଓପିଡି ସମସ୍ୟାର ଶିକାର ହୋଇଥାନ୍ତି ।

ପ୍ରଦୂଷଣ ଯୋଗୁଁ ବଢୁଛି COPD ରୋଗ (ETV Bharat Odisha)
COPD ରୋଗରେ ଶ୍ଵାସନଳୀ ସୀମିତ ହୋଇଯାଇଥାଏ । ଫଳରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୁଏ । ଏନେଇ ସିଓପିଡି ବାବଦରେ ଅଧିକରୁ ଅଧିକ ସଚେତନତା ଆବଶ୍ୟକ । ବିଶ୍ଵର ମୁଖ୍ୟ 3ଟି ରୋଗ ମଧ୍ୟରେ ସିଓପିଡି ଅନ୍ୟତମ ଯାହାକି ଭାରତରେ ସର୍ବାଧିକ 90 ପ୍ରତିଶତ ଦେଖାଯାଇଥାଏ । ଯଦି ବର୍ତ୍ତମାନ ସମୟରେ ଏହାକୁ ନିୟନ୍ତ୍ରଣ କରାନଯାଏ ତେବେ ଆଗାମୀ ଦିନରେ ଏହି ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ତେଣୁ ସଚେତନତା ମାଧ୍ୟମରେ ସିଓପିଡି ମାମଲା ହ୍ରାସ ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଡାକ୍ତର ପ୍ରିୟଦର୍ଶିନୀ ପରିଡା କହିଛନ୍ତି ।କିପରି COPD ଜାଣିବେ:
  • ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୁଏ । ଅନେକ ଦିନ ଯାଏ ଏହି ସମସ୍ୟା ଲାଗି ରହିଥାଏ । ଧୀରେ ଧୀରେ ଗୁରୁତର ହେବାରେ ଲାଗେ ।
  • କାଶ ହୁଏ । ଶୁଖିଲା କାଶ ହୋଇପାରେ କିମ୍ବା ମୋଟା କଫ ମଧ୍ୟ ଆସିପାରେ । ଛାତିରେ ଯନ୍ତ୍ରଣା ହୁଏ ।
  • ଥକ୍କା ଅନୁଭବ ହେବା । ନିଶ୍ବାସ ପ୍ରଶ୍ବାସ ନେବା ସମୟରେ ଛାତିରେ ଏକ ପ୍ରକାର ହ୍ବିସିଲ ଭଳି ଶବ୍ଦ ଆସିଥାଏ ।
  • ଭୋକ କମିଯାଏ । ଦୁର୍ବଳ ଲାଗେ ଓ କିଛି କାମ କରିବାକୁ ଇଚ୍ଛା ହୁଏନାହିଁ ।
  • କୌଣସି ବ୍ୟକ୍ତିଙ୍କଠାରେ ଏସବୁ ଲକ୍ଷଣ ଦେଖାଗଲେ COPD ବୋଲି କହିପାରିବା ।


COPD କାରଣ ଓକେଉଁ ବୟସରେ ଦେଖାଯାଏ ?

ଆସ୍ଥାମା ସାଧାରଣତଃ ଛୋଟ ପିଲା ଏବଂ ଯୁବବର୍ଗଙ୍କୁ ହେଉଥିବାବେଳେ COPD ବିଶେଷ ଭାବରେ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ହୋଇଥାଏ । ଏହାର ପ୍ରମୁଖ କାରଣଗୁଡିକ ହେଲା:-

ଧୂମ୍ରପାନ: ନିଜ ଧୂମ୍ରପାନ କରୁଥିଲେ କିମ୍ବା ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ରହିଲେ ସିଓପିଡି ସମସ୍ୟା ହୋଇପାରେ ।

ଚୁଲି ଧୂଆଁ:ଗାଁ ଗହଳିରେ ଚୁଲିରେ ରୋଷେଇ କରୁଥିଲେ ଏଥିରୁ ବାହାରୁଥିବା ଧୂଆଁ ସଂସ୍ପର୍ଶରେ ଆସିବା ଯୋଗୁଁ ମଧ୍ୟ ହୋଇପାରେ ।

କେମିକାଲ କାରଖାନା: ଯେଉଁ ଲୋକମାନେ ଗ୍ୟାସ୍ କେମିକାଲ କାରଖାନା ଆଦିରେ କାମ କରୁଛନ୍ତି ସେମାନଙ୍କୁ ସିଓପିଡି ସମସ୍ୟା ଦେଖାଯାଇଥାଏ ।

ଶ୍ବାସ ରୋଗୀ: ପୁରୁଣା ଶ୍ବାସରୋଗ କିମ୍ବା ଟିବି ଥିବା ଲୋକଙ୍କ ମଧ୍ୟ ସିଓପିଡି ହେବାର ସମ୍ଭାବନା ଥାଏ ।

ବଂଶାନୁକ୍ରମିକ:ପରିବାର କାହାକୁ ହୋଇଥିଲେ ଅନ୍ୟ ସଦସ୍ୟଙ୍କୁ ହୋଇପାରେ । ଏଥିସହ ପ୍ରି-ମାଚୁଅର ବା ସମୟ ପୂର୍ବରୁ ଶିଶୁ ଜନ୍ମ ହୋଇଥିଲେ ଏବଂ ଛୋଟ ବେଳୁ ବାରମ୍ବାର ନିମୋନିଆ ସହ ଥଣ୍ଡା କାଶ କଫ ରହୁଥିଲେ ସେମାନଙ୍କୁ ସିଓପିଡି ରିସ୍କ ଅଧିକ ଥାଏ ।

COPD ଚିହ୍ନିବା ପାଇଁ ସ୍ପାଇରୋ ମେଟ୍ରିକ ଆବଶ୍ୟକ ଯାହାକୁ ପାଲ୍ମାନାରୀ ଫଙ୍କସନ ଟେଷ୍ଟ କୁହାଯାଇଥାଏ ।

COPDରୁ କିଭଳି ବର୍ତ୍ତିବା:

  • ଧୂମ୍ରପାନରୁ ନିବୃତ୍ତ ରହିବା ଆବଶ୍ୟକ । ଯଦି ନିକୋଟିନ ବନ୍ଦ ହୋଇପାରୁନି ସେମାନଙ୍କୁ ନିକୋଟିନ ଥେରାପି, ଫରମାକୋ ଥେରାପି ଦିଆଯାଉଛି ।
  • ଅଧିକ ଧୂଳି ଧୂଆଁ ସ୍ଥାନକୁ ଯିବାରୁ ଦୂରେଇ ରହିବା । ମାସ୍କ ବ୍ୟବାହାର କରିବା । କାଠ ଚୁଲା ବା ଷ୍ଟୋଭ ଧୂଆଁ ଦୂରରେ ରହିବା ।ଟିକକରଣ କରିବା ।
  • ବିଶେଷ ଭାବରେ COPD ରୋଗୀମାନଙ୍କୁ ନିମୋନିଆ ହେବାର ସମ୍ଭାବନା ଥାଏ । ଏହି ରୋଗୀଙ୍କୁ ଟୀକାକାରଣ କରିବା ଆବଶ୍ୟକ ।
  • ଶାରୀରିକ ଭାବରେ ସୁସ୍ଥ ରଖିବା । ନିୟମିତ ଭାବେ ବ୍ୟାୟମ ଯୋଗ କରିବା ଆବଶ୍ୟକ ।
  • ସ୍ବାସ୍ଥ୍ୟକର ଖାଦ୍ୟ ସେବନ ଉପରେ ଅଧିକ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ପ୍ରିୟଦର୍ଶିନୀ ପରିଡା ।

ଏହା ମଧ୍ୟ ପଢନ୍ତୁ: ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ଡାକ୍ତର କହିଲେ ଜୀବନ ପାଇଁ ସାଜିପାରେ ବିପଦ

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଇଟିଭି ଭାରତ, ଭୁବନେଶ୍ବର

Last Updated : 16 hours ago

ABOUT THE AUTHOR

...view details