ହାଇଦ୍ରାବାଦ: ହିମୋଫିଲିଆ ଏବଂ ଜଳାନ୍ତକ ସଂକ୍ରମଣ ସମ୍ବନ୍ଧୀୟ ଜରୁରୀ ଔଷଧ ତାଲିକାରେ ସଂଶୋଧନ କରିଲେ କେନ୍ଦ୍ର ସରକାର । ନୂତନ ସୂଚି ଅନୁସାରେ, ପ୍ରତ୍ୟେକ ଜିଲ୍ଲା ଏବଂ ଉପ-ଜିଲ୍ଲା ଡାକ୍ତରଖାନାରେ ହିମୋଫିଲିଆ ଔଷଧ ଉପଲବ୍ଧ ହେବ । ହେମୋଫିଲିଆ ରୋଗୀଙ୍କ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଯାଉଥିବା ବେଳେ ଏନେଇ ସମସ୍ତ ଡାକ୍ତରଖାନାରେ ଔଷଧ ଉପଲବ୍ଧ ରହିବ । ଏହା ବ୍ୟତୀତ ସିକଲସେଲ ଆନିମିଆ ଏବଂ ଜଳାନ୍ତକ ଔଷଧକୁ ପ୍ରତ୍ୟେକ ଗ୍ରାମରେ ବିତରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଏହି ସମସ୍ତ ଔଷଧକୁ ନୂତନ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରି ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜିଲ୍ଲା ଡାକ୍ତରଖାନା ଗୁଡ଼ିକରେ ମାଗଣାରେ ଉପଲବ୍ଧ ଔଷଧ ସଂଖ୍ୟା 377ରୁ 381, ଉପ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ 314 ରୁ 318 ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 171 ରୁ 172କୁ ବୃଦ୍ଧି ପାଇଛି ।
ଜଳାନ୍ତକ ଟିକା:ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସଚିବମାନଙ୍କୁ ଏନେଇ ଚିଠି ଲେଖାଯାଇଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଏଲ୍.ଏସ୍ ଚାଙ୍ଗସନ୍ କହିଛନ୍ତି, ସିକଲସେଲ ଏନିମିଆ, ହେମୋଫିଲିଆ ଏବଂ ଜଳାନ୍ତକ ସଂକ୍ରମଣ ସବୁଠାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଦେଶର 30 ହଜାରରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସିକେଲସେଲ ଏନିମିଆ ଔଷଧ ହାଇଡ୍ରୋକ୍ସିୟୁରିଆ ମାଗଣାରେ ଉପଲବ୍ଧ ହେବ । ଏହି କେନ୍ଦ୍ରଗୁଡ଼ିକରେ ଆଣ୍ଟି ରେବିଜ୍ ସେରମ୍ ମଧ୍ୟ ଉପଲବ୍ଧ ହେବ । ତେବେ ଆଗାମୀ ଦିନରେ ଆଣ୍ଟି ରେବିଜ୍ ଟିକା ମଧ୍ୟ ଉପଲବ୍ଧ କରାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।