ଓଡିଶା

odisha

ETV Bharat / health

ସରକାରଙ୍କ କଡା ଚେତାବନୀ, ହେଲ୍‌ଦି ଡ୍ରିଙ୍କ୍ସରୁ ହଟିବ ବର୍ଣ୍ଣଭିଟା - Bournvita Health Drink

Bournvita Health Drink: ବର୍ଣ୍ଣଭିଟାକୁ ନେଇ ସରକାରଙ୍କ କଡା ଚେତାବନୀ । ହେଲ୍‌ଦି ଡ୍ରିଙ୍କ୍ସରୁ ହଟାଓ ବର୍ଣ୍ଣଭିଟା । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 13, 2024, 5:17 PM IST

Bournvita Health Drink
Bournvita Health Drink

ହାଇଦ୍ରାବାଦ:ସାଧାରଣତଃ ଛୋଟରୁ ବଡ ସମସ୍ତଙ୍କର ପସନ୍ଦ ଥାଏ ବର୍ଣ୍ଣଭିଟା । ଏହା ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ବୋଲି ସମସ୍ତେ ଭାବନ୍ତି । ଏହାକୁ ଏକ ପ୍ରକାର ହେଲଦି ଡ୍ରିଙ୍କ୍ସ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଏଥିରେ ଅସହମତ ହୋଇଛନ୍ତି କେନ୍ଦ୍ର ସରକାର । ବଜାର ଏବଂ ଇକମର୍ସ ସାଇଟରେ ହେଲଦି ଡ୍ରିଙ୍କ୍ସ ଭାବେ ବର୍ଣ୍ଣଭିଟା ବିକ୍ରି କରାଯାଉଥିବା ବେଳେ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଇକମର୍ସ କମ୍ପାନୀକୁ ଏକ ଆଡଭାଇଜରୀ ଜାରି କରାଯାଇଛି । ଏହାକୁ ହେଲଦି ଡ୍ରିଙ୍କ୍ସ କାଟାଗୋରୀକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ଣ୍ଣଭିଟା ସମେତ ଅନ୍ୟ କେତେକ ପାନୀୟ ଉପରେ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ।

ତଥ୍ୟ ଅନୁସାରେ, ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଏନସିପିସିଆର) ଏଫଏସଏସ ଆକ୍ଟ 2006 ଅନୁସାରେ, ଏହାକୁ ପରୀକ୍ଷା କରିଥିବା ବେଳେ ଏଥିରେ ନିର୍ଦ୍ଧାରିତ ମାତ୍ରା ଠାରୁ ଅଧିକ ଶର୍କରା ରହିଥିବା ଜଣାପଡିଥିଲା । ଏହାକୁ ପିଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିପାରେ ବୋଲି କୁହାଯାଇଛି । ଏହାସହ ଏଥିରେ କୌଣସି ପୋଷକ ତତ୍ତ୍ବ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତୁରନ୍ତ ସଂଶୋଧନ କରିବା ଉଚିତ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ରିସର୍ଚ୍ଚରେ ଖୁଲାସା, 1 ଲିଟର ପାଣି ବୋତଲରେ 2.5 ଲକ୍ଷ ପ୍ଲାଷ୍ଟିକ କଣିକା

ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅନୁଯାୟୀ ଏନସିପିସିଆର ଅନୁସନ୍ଧାନରେ ଏହି ନିର୍ଦ୍ଦେଶ ଦେଇଛି ଯେ, ଏଫଏସଏ ଅଧିନିୟମ ଅନୁଯାୟୀ ଏହାକୁ ହେଲଦି ଡ୍ରିଙ୍କ୍ସ ଭାବେ ବ୍ୟବହାର କରାଯାଇପାରିବ ନାହିଁ । ତେଣୁ ସମସ୍ତ ଇ-କମର୍ସ କମ୍ପାନୀକୁ ଏହାକୁ ସ୍ବାସ୍ଥ୍ୟ ପାନୀୟ କାଟାଗୋରୀରୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶଥାଉକି, ହେଲଦି ଏବଂ ଏନର୍ଜଜେଟିକ ଡ୍ରିଙ୍କ୍ସ ଭାବେ ବିକ୍ରି ହେଉଥିବା ଫଳରସ ଉପରେ ମଧ୍ୟରେ ସରକାର ହସ୍ତକ୍ଷେପ କରିଛନ୍ତି । ଇ-କମର୍ସ ୱେବସାଇଟ ଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ଶକ୍ତି ପାନୀୟ ନାମରେ ରସ ବିକ୍ରୟ ନକରିବାକୁ ସରକାର ବିଶେଷ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ କୁହାଯାଇଛି ଯେ, ଇ-କମର୍ସ କମ୍ପାନୀ ଗୁଡିକ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥକୁ ସଠିକ କାଟାଗୋରୀ କରିବା ଉଚିତ ।

ABOUT THE AUTHOR

...view details