ଆଜିର ସମୟରେ ଡାଇବେଟିସ ଏକ ସାଧାରଣ ରୋଗ । ଆଧୁନିକ ଜୀବନଶୈଳୀ ଓ ଅନିୟମିତ ଖାଦ୍ୟପେୟ କାରଣରୁ ଏବେ ଏହି ରୋଗ ଯୁବକଠୁ ବୟସ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ଗ୍ରାସ କରୁଛି । ବିଳମ୍ବରେ ଶୋଇବା, ଉଠିବା, ଖାଦ୍ୟପେୟରେ ଅନିୟମିତତା, ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ, ବ୍ୟାୟାମ ନ କରିବା ଏହି ରୋଗର ପ୍ରମୁଖ କାରଣ । ବିଶେଷଜ୍ଞଙ୍କ ଅନୁସାରେ ଡାଇବେଟିସ ଦୁଇ ପ୍ରକାରର ଟାଇପ-1 ଓ ଟାଇପ-2 । ଟାଇପ-1 ବିଶେଷଭାବେ ଆନୁବଂଶିକ ହୋଇଥାଏ ଏବଂ ପିଲାଙ୍କ ମଧ୍ୟରେ ଅଧିକ ଦେଖାଯାଏ । ଟାଇପ୍-2 ସାଧାରଣତଃ 45 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ହୋଇଥାଏ । ଏବେ 30 ବର୍ଷରୁ କମ୍ ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ପାଲଟୁଛନ୍ତି ।
ଔଷଧ ସେବନ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ଡାଇବେଟିସ ନିୟନ୍ତ୍ରଣ କରାଯାଇପାରେ । ମୁଖ୍ୟତଃ ଖାଦ୍ୟପେୟର ପରିବର୍ତ୍ତନ ବ୍ଲଡସୁଗାର ସ୍ତର ସ୍ଥିର ରଖିବାରେ ସାହାଯ୍ୟ କରେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାଦ୍ୟର ସ୍ବାଦ ବଢାଉଥିବା ଲାଲ ଲଙ୍କା ବ୍ଲଡସୁଗାର କମାଇବାରେ ଉପଯୋଗୀ ହୋଇଥାଏ ।
ଲାଲ ଲଙ୍କା ବ୍ଲଡସୁଗାର କଣ୍ଟ୍ରୋଲ:
ଲାଲ ଲଙ୍କାରେ କାପ୍ସାଇସିନ ଥାଏ ଯାହା ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ। ଏକ ଅଧ୍ୟୟନରୁ ଜଣାପଡିଛି, କାପ୍ସାଇସିନ କୋଷିକାରେ ଗ୍ଲୁକୋଜ ଅବଶୋଷଣକୁ ବଢାଇ ମେଟାବୋଲିଜିମ ନିୟନ୍ତ୍ରିତ କରିବା ଓ ବ୍ଲଡସୁଗାରକୁ କମ୍ କରିବାରେ ସାହାଯ୍ୟ କରିଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନରେ ପ୍ରକାଶିତ ଏକ ଆର୍ଟିକିଲରେ ଏହି ଅଧ୍ୟୟନ ଉଲ୍ଲେଖ କରାଯାଇଛି ।