ଭୁବନେଶ୍ୱର:ହାର୍ଟ ହେଉଛି ଆମ ଶରୀରର ସବୁଠାରୁ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ଏହା ଜୀବନର ଶେଷ ପର୍ଯ୍ୟନ୍ତ ନିରନ୍ତର ଭାବରେ କାମ କରି ଚାଲିଥାଏ । ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ । ଏପରି ସମୟରେ ହାର୍ଟରେ ଥିବା ଭାଲବ ଗୁଡ଼ିକ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଯଦି ଏଥିରେ କିଛି ସମସ୍ୟା ହୁଏ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ହାର୍ଟରେ ଥିବା ଭାଲବ ରୋଗ ହେଲେ କଣ କଣ ଲକ୍ଷଣ ଦେଖାଯାଇଥାଏ, କେଉଁ ବୟସ ବର୍ଗଙ୍କୁ ଅଧିକ ଭାବରେ ଦେଖାଯାଇଥାଏ । ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ କ'ଣ କହୁଛନ୍ତି, ଜାଣନ୍ତୁ ।
ହାର୍ଟ ଭାଲବ କ'ଣ ?
ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, "ହାର୍ଟ ଶରୀର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହାର୍ଟ ହେଉଛି ଜୀବନ ବା ପ୍ରାଣ କେନ୍ଦ୍ର । ଶରୀର ସମସ୍ତ ଅଙ୍ଗକୁ ରକ୍ତ ଯୋଗାଇଥାଏ । ହାର୍ଟ ଭିତରେ ଆମର ଚାରୋଟି ଚାମ୍ବର ବା କୋଠରୀ ରହିବା ସହ ଚାରୋଟି ଭାଲବ ରହିଛି । ଯଥା ଆଓର୍ଟିକ୍ ଭାଲବ, ମାଇଟ୍ରାଲ ଭାଲବ, ଟ୍ରାଇକସପିନ୍ ଭାଲବ ଏବଂ ପଲମୋନାର ଭାଲବ । ହାର୍ଟରେ ଥିବା ଏହି ଭଲବ ରକ୍ତକୁ ଠିକ୍ ଦିଗରେ ପ୍ରଭାବିତ ହେବାରେ ସାହାଯ୍ୟ କରିଥାଏ । ହୃଦୟକୁ ସୁସ୍ଥ ଏବଂ ଜୀବନ୍ତ ରଖିବା ପାଇଁ ରକ୍ତ ଗୋଟିଏ ଭାଲବରୁ ଅନ୍ୟକୁ ପ୍ରବାହିତ ହୁଏ ଏବଂ ପରେ ଏହାକୁ ଶରୀରକୁ ପମ୍ପ କରିଥାଏ । ରକ୍ତକୁ ଗୋଟିଏ ଭାଲବରୁ ଅନ୍ୟକୁ ଯିବା ପାଇଁ ଏକ ଗେଟ୍ ଦେଇ ଯାଇଥାଏ ଯାହାକି ଗୋଟିଏ ଦିଗରେ ଖୋଲିଥାଏ । ଏହି ଗେଟ୍ ଗୁଡ଼ିକୁ ଭାଲବ କୁହାଯାଏ । କିଛି ମାମଲାରେ ଏକ କିମ୍ବା ଅଧିକ ଭାଲବ କାର୍ଯ୍ୟକ୍ଷମ ହୋଇନଥାଏ, ତେବେ ସେମାନେ ଆପଣଙ୍କ ହୃଦୟ ମାଧ୍ୟମରେ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରନ୍ତି । ଏହି ଅବସ୍ଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଜନ୍ମଗତ ଅସୁବିଧା ବି ରହିଥାଏ । ଯାହା ଭାରତରେ ସବୁଠାରୁ ସାଧାରଣ ଭାଲବ ରୋଗ ହେଉଛି ରିମାଟିକ ହୃଦ୍ ରୋଗ । ଏହାର ସମ୍ପୂର୍ଣ୍ଣ ଚିକିତ୍ସା ରହିଛି । ଆଉ ଜଣେ ମଧ୍ୟ ଚିକିତ୍ସା ପରେ ସୁସ୍ଥ ଜୀବନଯାପନ କରିପାରେ ବୋଲି କହିଛନ୍ତି ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାପାତ୍ର ।
ହାର୍ଟ ଭାଲବ କାହିଁକି ରୋଗାଗ୍ରସ୍ତ ହୋଇଥାଏ ?
ହାର୍ଟ ରୋଗର ମୁଖ୍ୟ କାରଣ ହେଉଛି ରିମାଟିକ ହାର୍ଟ ରୋଗ । ଏହା ଗୋଟିଏ ଜୀବାଣୁ ଜନିତ ରୋଗ । ସାଧାରଣ ଭାବରେ ସ୍କୁଲ ଯିବା ବୟସରେ ପିଲାଙ୍କୁ ସଂକ୍ରମଣ ହୋଇଥାଏ । ସବୁବେଳେ ଗଳାରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଧୀରେ ଧୀରେ ଏହା ପରବର୍ତ୍ତୀ ସମୟରେ ହାର୍ଟକୁ ସଂକ୍ରମଣ ହୋଇଥାଏ । ଯାହା ଫଳରେ ହାର୍ଟର ଭାଲବ ଗୁଡିକକୁ ନଷ୍ଟ କରିଦେଇଥାଏ । ଏହା ସହ ଅନ୍ୟାନ୍ୟ ହାର୍ଟ ଭାଲବ ରୋଗ ଯେମିତିକି ଜନ୍ମଗତ ହାର୍ଟ ରୋଗ, ହାର୍ଟ ଭାଲବର ଇଞ୍ଜେକ୍ସନ ନ ନେଲେ ବୟସ୍କ ଲୋକଙ୍କ କ୍ଷେତ୍ରରେ ସେନାଇଲ ହାର୍ଟ ରୋଗ ଦ୍ଵାରା ଏଭଳି ହାର୍ଟ ଭାଲବ ସଂକ୍ରମଣ ହୋଇଥାଏ ।
ଏହାର ମୁଖ୍ୟ ଲକ୍ଷଣ
ଡାକ୍ତର ମହାପାତ୍ର କହିଛନ୍ତି, "ବିଶେଷ ଭାବରେ କେଉଁ ଭାଲବ ସଂକ୍ରମଣ ହେଉଛି କେତେ ପରିମାଣରେ ସଂକ୍ରମଣ ହୋଇଛି ତାହା ଉପରେ ଲକ୍ଷଣ ଦେଖାଯାଇଥାଏ । ବିଶେଷ ଭାବରେ ଲକ୍ଷଣ ନିମ୍ନଲିଖିତ ଅଟେ ।
- ଶୀଘ୍ର ଥକିଯିବା
- ଅଳ୍ପ ବାଟ ଚାଲିବା ପରେ ଥକ୍କା ଅନୁଭବ କରିବା
- ଧଇଁସଇଁ ହେବା
- ହାର୍ଟର ସ୍ପିଡ ବଢିବା
- ରାତିରେ ଶୋଇଥିବା ସମୟରେ ଅଣନିଶ୍ୱାସି ଲାଗିବା