ଓଡିଶା

odisha

ETV Bharat / health

ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା

ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା । ଓଜନ ନିୟନ୍ତ୍ରଣଠାରୁ ଆରମ୍ଭ କରି ହୃଦରୋଗରୁ ମଧ୍ୟ ସୁରକ୍ଷା ଦେବାରେ ସାହାଯ୍ୟ କରେ । ପଢନ୍ତୁ ପୁରା ଖବର

By ETV Bharat Health Team

Published : 5 hours ago

ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା
ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା (ETV Bharat)

Kunduru health benefits: କୁନ୍ଦୁରୀ ଏକ ପରିବା ଯାହା ସବୁ ବଜାରରେ ମିଳିଯାଏ । କିଏ ଏହାକୁ ଭାଜିକି ଖାଇବାକୁ ଭଲ ପାଏ ତ କିଏ ସନ୍ତୁଳାରେ ମିଶାଏ । ଆପଣ କଞ୍ଚାରେ ମଧ୍ୟ କୁନ୍ଦୁରୀ ଖାଇପାରିବେ । ତେବେ ଏହା କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଅତ୍ୟନ୍ତ ଲାଭଦାୟକ । ଏଥିରେ ଔଷଧୀୟ ଗୁଣ ରହିଛି, ଯାହା ବିଭିନ୍ନ ରୋଗରୁ ସୁରକ୍ଷା ଦିଏ । 5000-6000 ଖ୍ରୀଷ୍ଟପୂର୍ବେ କୁନ୍ଦୁରୀର ଉଲ୍ଲେଖ ପ୍ରାଚୀନ ଗ୍ରନ୍ଥରେ ମିଳେ ଏବଂ ଏହାର ଉପଯୋଗ ବିଭିନ୍ନ ରୋଗ ଓ ସଂକ୍ରମଣର ଚିକିତ୍ସା ପାଇଁ କରାଯାଏ । ଏହାର ବ୍ୟବହାର ଚର୍ମ ରୋଗ, ପେଟ ସମସ୍ୟା ଓ ମଧୁମେହ ଚିକିତ୍ସାରେ କରାଯାଏ ।pmc.ncbi.nlm.nih.gov ୱେବସାଇଟରେ ଏନେଇ ସ୍ପଷ୍ଟୀକରଣ କରାଯାଇଛି ।

କୁନ୍ଦୁରୀରେ ବିଟା-କେରୋଟିନ ପ୍ରଚୁର ମାତ୍ରାରେ ମିଳେ, ଯାହା ହୃଦୟ ସୁସ୍ଥ ରଖେ ଏବଂ ହୃଦଜନିତ ରୋଗ ରୋକିବାରେ ସାହାଯ୍ୟ କରେ । ଏଥିରେ ଶରୀର ପାଇଁ ଜରୁରୀ ଭିଟାମିନ ଓ ଖଣିଜ ସାର ରହିଛି । ଆଇରନ, କ୍ୟାଲସିୟମ, ଭିଟାମିନ ବି1 ଓ ବି2 ଏବଂ ଭରପୂର ମାତ୍ରାରେ ଡାଏଟାରୀ ଫାଇବରରେ ଭରପୂର କୁନ୍ଦୁରୀ ଆପଣଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।

ପୋଷକ ତତ୍ତ୍ବରେ ଭରପୂର:

କୁନ୍ଦରି ପୋଷକ ତତ୍ତ୍ବ ଭରପୁର ଏକ ପରିବା । ଏହା ଭିଟାମିନ ଏ ଓ ସିର ଏକ ଭଲ ଉତ୍ସ । ଏହା ଦୃଷ୍ଟିଶକ୍ତି ବୃଦ୍ଧି, ପ୍ରତିରକ୍ଷା ପ୍ରଣାଳୀ ମଜୁଭତ କରିବାରେ ଓ ତ୍ବଚା ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାବ୍ୟତୀତ, ଏଥିରେ ଫାଇବର ରହିଛି, ଯାହା ପାଚନ କ୍ରିୟା ଠିକ୍ ରଖେ ।

ଓଜନ ନିୟନ୍ତ୍ରଣ:

ଯେଉଁ ଲୋକ ଓଜନ ନିୟନ୍ତ୍ରତ କରିବାଚୁ ଚାହୁଁଛନ୍ତି, ସେମାନେ କୁନ୍ଦୁରୀ ଖାଇବା ଭଲ । ଏଥିରେ କ୍ୟାଲୋରୀ କମ୍ ଏବଂ ପାଣି, ଫାଇବର ମାତ୍ରା ଅଧିକ ଥାଏ, ଯାହା ଦୀର୍ଘ ସମୟ ଯାଏଁ ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ । ତେଣୁ ଏହା ଓଜନ ହ୍ରାସ ଓ ନିୟନ୍ତ୍ରଣରେ ସାହାଯ୍ୟ କରେ ।

ବ୍ଲଡସୁଗାର କଣ୍ଟ୍ରୋଲ:

କୁନ୍ଦୁରୀର ବ୍ୟବହାର ପାରମ୍ପରିକ ଭାବେ ଆୟୁର୍ବେଦ ଚିକିତ୍ସାରେ ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇଥାଏ । ଏଥିରେ ବାୟୋଆକ୍ଟିଭ ଯୌଗିକ ରହିଛି ଯାହା ବ୍ଲଡ ସୁଗାର ସ୍ତର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଭୋଜନରେ କୁନ୍ଦୁରୀ ସାମିଲ କରିବା ଦ୍ବାରା ରକ୍ତ ଶର୍କରା ବା ସୁଗାର ସ୍ତର ସ୍ଥିର ରଖିବାରେ ସହାୟକ ହୁଏ । ଏହାଦ୍ବାରା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ।

ହୃଦୟ ସ୍ବାସ୍ଥ୍ୟ ପାଇଁ ଭଲ:

କୁନ୍ଦୁରୀ ଖାଇବା ହୃଦୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ବିଟା-କେରୋଟିନ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଅକ୍ସିଡେଟିଭ ଷ୍ଟ୍ରେସ ଓ ପ୍ରଦାହ କମ୍ କରିବାରେ ସାହାଯ୍ୟ କରେ । ତେଣୁ ଏହା ହୃଦୟ ସୁସ୍ଥ ରଖେ । ଏହାଛଡା ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ ସ୍ତର କମ୍ କରିବାରେ ସାହାଯ୍ୟ କରେ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ।

ହଜମ ପ୍ରକ୍ରିୟା:

କୁନ୍ଦୁରୀରେ ଥିବା ଫାଇବର ହଜମ ପ୍ରକ୍ରିୟା ଠିକ୍ ରଖେ । ଏହା କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରେ । ପେଟ ସଫା ରହେ । ଏହି ପରିବାରେ ଅଧିକ ମାତ୍ରାରେ ଜଳ ଥିବାରୁ ପାଚନ କ୍ରିୟାରେ ସୁଧାର ଆଣେ ।

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରେ:

କୁନ୍ଦୁରୀରେ ଭିଟାମିନ-ସି ଭରପୂର ଥାଏ । ଏହା ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ । ଭିଟାମିନ ସି ହ୍ବାଇଟ ବ୍ଲେଡ ସେଲ୍ ଉତ୍ପାଦନ ବଢାଏ । ଏହା ସଂକ୍ରମଣ ରୋକିବାରେ ଆବଶ୍ୟକ । ନିୟମିତ କୁନ୍ଦୁରୀ ଖାଇବା ଦ୍ବାରା ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରିବାରେ ଯୋଗଦାନ ଦିଏ ।

Source- https://www.webmd.com/vitamins/ai/ingredientmono-1104/ivy-gourd

https://pmc.ncbi.nlm.nih.gov/articles/PMC3142553/

ଏହା ମଧ୍ୟ ପଢନ୍ତୁ:40 ପରେ କାହିଁକି ବନ୍ଦ ହୋଇଯାଏ ମହିଳାଙ୍କ ଋତୁସ୍ରାବ ?

ଏହା ମଧ୍ୟ ପଢନ୍ତୁ:ଔଷଧଠୁ କମ୍ ନୁହେଁ ଭୃସଙ୍ଗ ପତ୍ର, ଦୂର କରିଥାଏ ଏସବୁ ରୋଗ

ଏହା ମଧ୍ୟ ପଢନ୍ତୁ:ପ୍ରତିଦିନ ଖଜୁରୀ ଖାଇଲେ ମିଳେ ଏମିତି ଫାଇଦା, ଖାସ୍ କରି ପୁରୁଷଙ୍କ ପାଇଁ...

(Disclaimer- ଏଠାରେ ଦିଆଯାଇଥିବା ସାଧାରଣ ସୂଚନା କେବଳ ପଢିବା ପାଇଁ । ଏହାର ବୈଜ୍ଞାନିକ ବୈଧତା ନେଇ ଇଟିଭି ଭାରତ କୌଣସି ଦାବି କରେ ନାହିଁ । ଅଧିକ ସୂଚନା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।)

ABOUT THE AUTHOR

...view details