ଓଡିଶା

odisha

ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର - Back pain after Pregnancy

By ETV Bharat Health Team

Published : Sep 1, 2024, 10:49 PM IST

Back pain after Pregnancy: ସାଧାରଣତଃ ଗର୍ଭବସ୍ଥା ପରେ ମହିଳାଙ୍କ ଅଣ୍ଟା ଓ ପିଠି ଯନ୍ତ୍ରଣା ବା ବ୍ୟାକପେନ୍ ହୋଇଥାଏ । ଅନେକ ଭାବନ୍ତି ପ୍ରସବ ସମୟରେ ଦିଆଯାଇଥିବା ଇଞ୍ଜେକ୍ସନ କାରଣରୁ ଏମିତି ହୁଏ । ହେଲେ ଏହା ଭୁଲ୍ । କାହିଁକି ହୁଏ ବ୍ୟାକପେନ୍ ? ଏଥିରେ କେମିତି ପାଇବେ ମୁକ୍ତି ? ଜାଣନ୍ତୁ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତରଙ୍କଠାରୁ

ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର
ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର (ETV Bharat Odisha)

ଭୁବନେଶ୍ବର:ବ୍ୟାକପେନ୍ ବା ଅଣ୍ଟା ପିଠି ଯନ୍ତ୍ରଣା ଆଜିକାଲି ସାଧାରଣ ସମସ୍ୟା ହୋଇଛି । ବିଶେଷ କରି ପ୍ରସବ ପରେ ମହିଳାଙ୍କ ଠାରେ ଅଧିକ ବ୍ୟାକପେନ୍ ଦେଖାଯାଏ । କେବଳ ସିଜରିଆନ ନୁହେଁ ନର୍ମାଲ ଡେଲିଭରିରେ ମଧ୍ୟ ଏହି ସମସ୍ୟା ହୁଏ । ତେବେ କାହିଁକି ହୁଏ ବ୍ୟାକପେନ୍ ? କେମିତି ପ୍ରତିକାର କରିବେ ? କ'ଣ ଏହାର ଚିକିତ୍ସା ? ସେନେଇ ଜଣାଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଶ୍ବେତାଲିନା ଜେନା । ସେ କହିଛନ୍ତି, ''ପ୍ରସବର ୩ରୁ ୬ ମାସରୁ ଏହି ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି ଯେ ସିଜରିଆନ ଡେଲିଭରିରେ ମେରୁଦଣ୍ଡରେ ଯେଉଁ ଇଞ୍ଜେକସନ ଦିଆଯାଏ ସେଥିପାଇଁ ବ୍ୟାକପେନ୍ ହୁଏ । ଯାହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା ।''

ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? (ETV Bharat Odisha)


ପ୍ରସବ ପରେ କାହିଁକି ହୁଏ ବ୍ୟାକପେନ୍:

ଡାକ୍ତର ଶ୍ବେତାଲିନା ଜେନାଙ୍କ କହିବା ଅନୁସାରେ, "ପ୍ରସବ ପରେ ବ୍ୟାକପେନ୍ ହୋଇଥାଏ କାରଣ ଗର୍ଭରେ ଥିବା ଶିଶୁଟି ପେଟର ଆଗପଟେ ରହିଥାଏ । ଲୁମ୍ବାର ସ୍ପାଇନର ଆକ୍ସିସରେ ବିଶେଷ ପରିବର୍ତ୍ତନ ହୋଇଥାଏ, ଏହାକୁ ଲୁମ୍ବାର ଲୋଡ଼ସିସ୍ କୁହାଯାଏ । ଏଥିପାଇଁ ବିଶେଷ ଭାବେ ବ୍ୟାକପେନ୍ ଦେଖାଯାଇଥାଏ । ଗର୍ଭଧାରଣ ସମୟରେ ମାଆ ଯଦି କ୍ୟାଲସିୟମ ଖାଇଥାନ୍ତି କିନ୍ତୁ ଏହା ଠିକ ଭାବରେ ଶରୀରରେ ପ୍ରଭାବ ପକାଇ ନଥାଏ, ତାହେଲେ ପ୍ରସବ ପରେ ବ୍ୟାକପେନର ଅଧିକ ଦେଖାଯାଏ ।'' ସେ ଆହୁରି କହିଛନ୍ତି ଯେ, ଡେଲିଭରି ପରେ ଛୁଆଟି ବାହାରକୁ ଆସିବା ପରେ ନର୍ଭରେ ପ୍ରଭାବ ପଡେ । ଏଥିପାଇଁ ମଧ୍ୟ ବ୍ୟାକପେନ୍ ସମ୍ଭାବନା ଅଧିକ ଥାଏ ।

ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, (ETV Bharat Odisha)
ବ୍ୟାକପେନ୍‌ର ପ୍ରତିକାର:

ଠିକ୍ ସମୟରେ କ୍ୟାଲସିୟମ ଖାଇବା ଉଚିତ୍ । ଗର୍ଭାବସ୍ଥା ସମୟରେ ୯ ମାସ ପର୍ଯ୍ୟନ୍ତ ଧରି କ୍ୟାଲସିୟମ ଖାଇବାକୁ କୁହାଯାଏ । ଡେଲିଭରି ପରେ ୬ ମାସ ପର୍ଯ୍ୟନ୍ତ କ୍ୟାଲସିୟମ ଏବଂ ଭିଟାମିନ-ଡି୩ ଖାଇବା ଉଚିତ୍ । ଅନେକ ମହିଳା ଡେଲିଭରିର ୨ରୁ ୩ ମାସ ଖାଇବା ପରେ ଅବହେଳା କରନ୍ତି । ଯାହା ଅଷ୍ଟିଓପୋରୋସିସ୍ କରେ ଏବଂ ପାଖ ନର୍ଭକୁ ଚାପି ଦେଇଥାଏ । ଏହାଫଳରେ ବି ବ୍ୟାକପେନ୍ ହୋଇଥାଏ । ଦୈନନ୍ଦିନ ଜୀବନରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ । ସବୁଜ ପନିପରିବା ଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଡାକ୍ତର ଶ୍ବେତାଲିନା ଜେନାଙ୍କ କହିବା ଅନୁସାରେ, ଉଭୟ ସିଜରିଆନ ଓ ନର୍ମାଲ ଡେଲିଭରିରେ ସମାନ ବ୍ୟାକପେନ ହୋଇଥାଏ । ବ୍ୟାକପେନ୍ ଅଧିକ ଦିନ ଧରି ରହିନଥାଏ । କମ ଦିନରେ ଏହା ଠିକ୍ ହୋଇଯାଏ । କେବଳ ଶରୀରକୁ ଉପଯୁକ୍ତ କ୍ୟାଲସିୟମ ମିଳିବା ଦ୍ଵାରା ବ୍ୟାକପେନ୍ ଦୂର ହୋଇଥାଏ ।

ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, (ETV Bharat Odisha)
ବ୍ୟାକପେନ୍ ଚିକିତ୍ସା:୧. ଠିକ ଭାବରେ କ୍ୟାଲସିୟମ ଖାଇବା ।୨. ସ୍ପାଇନାଲ୍ କଡ୍ ପାଇଁ ଏକ୍ସରସାଇଜ଼ କରିବା । ୩. ମାଂସପେଶୀ ପାଇଁ ଏକ୍ସରସାଇଜ କରିବା ।୪. ଗର୍ଭଧାରଣ ସମୟରେ କ୍ୟାଲସିୟମ ଯୁକ୍ତ ପନିପରିବା ସହ ପୁଷ୍ଟିକର ଖାଦ୍ୟ ଖାଇବା ।ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର କହିଛନ୍ତି, "ଡେଲିଭରି ପରେ ନିଜ ଶିଶୁର ଯତ୍ନ ସହ ନିଜର ମଧ୍ୟ ବିଶେଷ ଯତ୍ନ ନେବା ଜରୁରୀ । ଡେଲିଭରିର ୬ ମାସ ଯାଏ ଆଇରନ ଓ କ୍ୟାଲେସିୟମ ଖାଇବା ଏବଂ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଉଚିତ୍ ।''


କେଉଁ ବୟସରେ ବ୍ୟାକପେନ୍ କମ ହୋଇଥାଏ:

ଜଣେ ମହିଳା ୨୫ ବର୍ଷ ଭିତରେ ଗର୍ଭଧାରଣ କରିବା ଭଲ । ଏହି ସମୟରେ ଶରୀରରେ କ୍ୟାଲସିୟମ ମାନ ଅଧିକ ରହିଥାଏ । ପ୍ରସବର ୨ରୁ ୩ ବର୍ଷ ମଧ୍ୟରେ ଆଉ ଏକ ଗର୍ଭଧାରଣ କରିବା ଉଚିତ୍ । କାରଣ ଗୋଟିଏ ଶିଶୁ ଜନ୍ମ ପରେ ଶରୀରରେ କ୍ୟାଲସିୟମ ପ୍ରସ୍ତୁତ ହେବାକୁ ସମୟ ଲାଗିଥାଏ । ୨ରୁ ୩ ବର୍ଷ ମଧ୍ୟରେ ପୁଣିଥରେ ଶରୀରରେ ଏହି ମାତ୍ରା ବଢିଥାଏ ବୋଲି କହିଛନ୍ତି ଡାକ୍ତର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ଆଳୁ ଖାଉଥିଲେ ଜାଣିରଖନ୍ତୁ ଏହି ଜରୁରୀ କଥା, ଶରୀର ପାଇଁ ହିତକର କି ? - Potato health benefits

ଏହା ଅଧିକ ପଢନ୍ତୁ: Study: ଅଧିକ ଦିନ ବଞ୍ଚନ୍ତି ଆକର୍ଷଣୀୟ ଲୋକ, ଜାଣନ୍ତୁ କାହିଁକି ? - Attractive people live longer

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details