ହାଇଦ୍ରାବାଦ: ଅଣ୍ଡା ଖାଇବା କଥା ଆସିଲେ ହିନ୍ଦୀର ଏକ ଉକ୍ତି ମନକୁ ଆସେ "ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ" । ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କୁହନ୍ତି ଯେ, ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ । ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଅଣ୍ଡା ସହିତ କିଛି ଖାଦ୍ୟ ପଦାର୍ଥ ଖାଇବା ପାଇଁ ବିଶେଷଜ୍ଞମାନେ ବାରଣ କରିଥାନ୍ତି । ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅଣ୍ଡା ସହିତ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକରାକ । ତେବେ ଆସନ୍ତୁ ଜାଣିବା ଅଣ୍ଡା ସହିତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ।
ନନ୍ଭେଜ୍ ଆଇଟମ୍:
ଅନେକ ଲୋକ ଚିକେନ୍, ମଟନ୍ ଏବଂ ମାଛ ପରି ନନ୍ଭେଜ୍ ଖାଦ୍ୟ ସହିତ ଅଣ୍ଡା ଖାଇଥାନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହିପରି ଖାଇବା ଉଚିତ ନୁହେଁ । ଅଣ୍ଡା ସହ ଏସବୁ ନନ୍ଭେଜ୍ ଖାଦ୍ୟ ଖାଇବା ଦ୍ବାରା କିଛି ଲୋକଙ୍କ ହଜମ ପ୍ରକ୍ରିୟା ସମସ୍ୟା ହୋଇପାରେ । ଏହାସହ କିଛି ଲୋକ ଗ୍ୟାସ୍ ଓ ହୃଦଘାତ ଭଳି ଲକ୍ଷଣ ଅନୁଭବ କରନ୍ତି । 2018ରେ 'ଡାଇଜେଷ୍ଟିଭ ଡିଜିଜ୍ ଜର୍ଣ୍ଣାଲ'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ମାଛ ଏବଂ ଅଣ୍ଡା ଏକା ସାଙ୍ଗରେ ଖାଆନ୍ତି ସେମାନଙ୍କ ଠାରେ ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ଲକ୍ଷଣ ଦେଖାଯାଏ । ଏହି ଅନୁସନ୍ଧାନରେ ଚାଇନାର ନାନଜିଙ୍ଗ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ର ଡକ୍ଟର ଜିଆଙ୍ଗ ୱାଙ୍ଗ ଅଂଶଗ୍ରହଣ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ମାଛ ଏବଂ ଅଣ୍ଡା ଏକାଠି ଖାଇବା ଦ୍ବାରା କିଛି ଲୋକଙ୍କ ପାଖରେ ପେଟ ଫୁଲିବା ଏବଂ ଗ୍ୟାସ ଭଳି ସମସ୍ୟା ଦେଖାଯାଇଥିଲା ।
କଦଳୀ:କିଛି ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇଥାନ୍ତି । ତେବେ ଅଣ୍ଡା ଖାଇବା ପରେ ତୁରନ୍ତ କଦଳୀ ଖାଇବା ଉଚିତ ନୁହେଁ । ଅଣ୍ଡା ଖାଇବାର ଏକ ଘଣ୍ଟା ପରେ କଦଳୀ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କଦଳୀ ଓ ଅଣ୍ଡା ଏକା ସାଙ୍ଗରେ ଖାଇବା ଦ୍ବାରା ଶରୀରରେ ହଜମଜନିତ ସମସ୍ୟା ଦେଖାଦେଇଥାଏ ।