ହାଇଦ୍ରାବାଦ:ଏବେ ଚାଲିଛି ବର୍ଷା ଋତୁ । ବର୍ଷା ଦିନ ଆସିଲେ ଅନେକ ରୋଗ ନେଇ ଆସେ । ସାଧାରଣତଃ ଏହି ଋତୁରେ ଥଣ୍ଡା, କାଶ, ଜ୍ବର ସହ ଆଲର୍ଜି ସମସ୍ୟା ଅଧିକ ଦେଖିବାକୁ ମିଳେ । ବର୍ଷା ଦିନେ ଆଲର୍ଜି ବୃଦ୍ଧି ପାଏ । ଚର୍ମ କୁଣ୍ଡେଇ ହେବା, ଘା, ଦାଗ, ଫୁଲାରୋଗ, ଏକଜିମା ଆଦି ଦେଖାଯାଏ । ବାୟୁ ପ୍ରଦୂଷଣ ବଢୁଥିବାରୁ ସହରାଞ୍ଚଳର ଲୋକେ ଏହି ଆଲର୍ଜିରେ ଅଧିକ ପୀଡିତ ହୁଅନ୍ତି । ଏହାକୁ ଭଲ କରିବାକୁ ଲୋକେ ଅନେକ ପ୍ରୟାସ କରନ୍ତି, ମେଡିସିନ ଖାଆନ୍ତି । ଏନେଇ ଆୟୁର୍ବେଦିକ ବିଶେଷଜ୍ଞ ଡ. ଗାୟତ୍ରୀ ଦେବୀଙ୍କ କହିବା କଥା, ଆଲର୍ଜି ଦୂର ପାଇଁ ଆୟୁର୍ବେଦରେ ଅନେକ ଭଲ ଉପାୟ ଅଛି । ଆପଣ ନିଜ ଘରେ ସମ୍ପୂର୍ଣ୍ଣ ଘରୋଇ ଉପାୟରେ ଔଷଧ ତିଆରି କରି ସେବନ କରିପାରିବେ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ:
- ହଳଦୀ- 30 ଗ୍ରାମ
- ପାନମହୁରୀ- 60 ଗ୍ରାମ
- ଧନିଆ- 60 ଗ୍ରାମ
- ଅଦା- 10 ଗ୍ରାମ
- ଗୋଲମରିଚ ପାଉଡର- 10 ଗ୍ରାମ
ଏମିତି କରନ୍ତୁ ପ୍ରସ୍ତୁତ:
- ପ୍ରଥମେ ଏକ ପାତ୍ରରେ ପାନମହୁରୀ ପାଉଡର, ଧନିଆ ପାଉଡର ଓ ହଳଦୀ ପାଉଡର ନିଅନ୍ତୁ ।
- ଏହାପରେ ଅଦାକୁ ସାମାନ୍ୟ ଗରମ କରି ଏହାର ପେଷ୍ଟ ବନାନ୍ତୁ ଓ ଉପରୋକ୍ତ ପାଉଡରକୁ ମିଶାଇ ଦିଅନ୍ତୁ ।
- ଏଥିରେ ଗୋଲମରିଚ ଗୁଣ୍ଡ ପକାନ୍ତୁ ଓ ସବୁ ମିଶ୍ରଣକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଔଷଧ ପ୍ରସ୍ତୁତ ।
- ଆୟୁର୍ବେଦିକ ଡାକ୍ତରଙ୍କ କହିବା କଥା, ପ୍ରତିଦିନ ଖାଦ୍ୟ ରାନ୍ଧିବା ବେଳେ ଏହି ମିଶ୍ରଣକୁ ମସାଲା ଭାବେ ବ୍ୟବହାର କରିପାରିବେ । ଏକ ଚାମଚ ଘିଅରେ ଏହାକୁ ମସାଲା ଭାବେ ଗୋଳାଇ ତରକାରୀରେ ପକାଇ ଦିଅନ୍ତୁ । ଏବେ ଏହି ତରକାରୀକୁ ଭାତ ସହିତ ଖାଇପାରିବେ ।