ତଳି ପେଟରେ ଯନ୍ତ୍ରଣା ମହିଳାଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା । କିନ୍ତୁ ବେଳେବେଳେ କିଛି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ଯଦି କେହି ମହିଳା କ୍ରମାଗତ ଭାବେ ଏହି ପ୍ରକାର ଯନ୍ତ୍ରଣା ଅନୁଭବ କରନ୍ତି ତେବେ ସେ ଏହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଯାଞ୍ଚ ଓ ଚିକିତ୍ସା କରିବା ଆବଶ୍ୟକ ।
ଅଧିକାଂଶ ସମୟରେ ମହିଳାମାନେ ତଳି ପେଟରେ (lower abdomen) ଯନ୍ତ୍ରଣା ହେଉଥିବା ଅଭିଯୋଗ କରନ୍ତି । ଏହି ଯନ୍ତ୍ରଣା ସାମାନ୍ୟରୁ ଅସହ୍ୟ ହୋଇପାରେ । ଏହାଯୋଗୁଁ ପୀଡିତାଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା, ଏହା ସାଧାରଣ ହୋଇପାରେ କିମ୍ବା ଏହା ପଛରେ କିଛି ଗମ୍ଭୀର ସମସ୍ୟା ଥାଇପାରେ । ସାଧାରଣତଃ ମାସିକ ଋତୁସ୍ରାବ, ପାଚନ ତନ୍ତ୍ରରେ ସମସ୍ୟା ତଳି ପେଟ ଯନ୍ତ୍ରଣା କରିଥାଏ । ତେବେ ୟୁରିନାରୀ ସିଷ୍ଟମ କିମ୍ବା ରିପ୍ରଡକ୍ଟିଭ ଅର୍ଗାନ ସହ ଜଡିତ ସମସ୍ୟା ତଥା ପ୍ରଜନନ ପ୍ରଣାଳୀ ସହ ଜଡିତ କ୍ୟାନ୍ସର ଯୋଗୁଁ ମଧ୍ୟ ଏପରି ଯନ୍ତ୍ରଣା ଅନୁଭବ ହୋଇଥାଏ ।
ତଳି ପେଟରେ ଯନ୍ତ୍ରଣା କାରଣ:
ବେଙ୍ଗାଲୁରୁର ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ଜୟନ୍ତୀ କେ ୱାଡେକର କହିଛନ୍ତି ଯେ, ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ହେବାର ଅଧିକାଂଶ କାରଣ ଋତୁସ୍ରାବ କିମ୍ବା ପ୍ରଜନନ ପ୍ରଣାଳୀରେ ସମସ୍ୟା ହୋଇଥାଏ । ବେଳେବେଳେ ମୂତ୍ରନଳୀ ସଂକ୍ରମଣ, ହଜମ ପ୍ରକ୍ରିୟା ଓ ମାଂସପେଶୀ ସହିତ ଜଡିତ ସମସ୍ୟା ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ ।
- ମାସିକ ଋତୁସ୍ରାବ ବା ଋତୁସ୍ରାବ ସମୟରେ ସବୁ ବୟସର ମହିଳାଙ୍କ ତଳି ପେଟରେ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣା ସମସ୍ତଙ୍କଠାରେ କମ୍ ବେଶୀ ହୋଇପାରେ । ବେଳେବେଳେ ଡିସମେନୋରିୟା (dysmenorrhea) ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇପାରେ ।
- ଏକ୍ଟୋପିକ ପ୍ରେଗନେନ୍ସିରେ ବି ତଳି ପେଟର ଗୋଟିଏ ଭାଗରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
- ଇଣ୍ଟରଷ୍ଟିସିଆଲ ସିଷ୍ଟିସିସ୍, ଏଣ୍ଡ୍ରୋମେଟ୍ରିଓସିସ୍, ଫାଇବ୍ରୋଏଡ ବା ରିପ୍ରଡକ୍ଟିଭ ଅର୍ଗାନ ସହ ଜଡିତ କେତେକ ଅନ୍ୟ ସମସ୍ୟା ଯେପରିକି ଓଭରିଆନ ସିଷ୍ଟ, ପିସିଓଡି ତଥା ପିସିଓଏସ ଯୋଗୁଁ ପେଟର ତଳ ଭାଗରେ ହାଲୁକା ଯନ୍ତ୍ରଣା ହୋଇପାରେ ।
- ମୂତ୍ରନଳୀ ସଂକ୍ରମଣ କାରଣରୁ ପରିସ୍ରା କରିବା ସମୟରେ ମୂତ୍ରନଳୀ ତଥା ଯୋନିରେ ପୋଡାଜଳା ଓ ଯନ୍ତ୍ରଣା ସହିତ ତଳି ପଟେରେ ଲଗାତାର ଯନ୍ତ୍ରଣା ଅନୁଭବ ହୋଇପାରେ ।
- ଏହି ଯନ୍ତ୍ରଣା ପେଲଭିକ ଫ୍ଲୋର ଡିସଫଙ୍କସନ, ପେଲଭିକ ଇନଫ୍ଲାମେଟୋରୀ ଡିଜିଜ ତଥା ଯୌନ ସମ୍ପର୍କ ଦ୍ବାରା ସଂକ୍ରମଣର ଲକ୍ଷଣ ମଧ୍ୟ ହୋଇପାରେ ।
- ହଜମ ସମସ୍ୟା ଯୋଗୁଁ ବେଳେବେଳେ ତଳି ପେଟରେ ଯନ୍ତ୍ରଣା ହୋଇଥାଏ ।
- ଏହାବ୍ୟତୀତ ଆହୁରି କିଛି କାରଣ ଅଛି ଯେଉଁଥିପାଇଁ ତଳି ପେଟରେ ଯନ୍ତ୍ରଣା ହୋଇଥାଏ । ଅଧିକ ସମୟ ଯାଏଁ ପରିସ୍ରା ରୋକିବାର ଅଭ୍ୟାସ, କିଡନୀ ଷ୍ଟୋନ, ହାର୍ନିଆ, ମାଂସପେଶୀ ଷ୍ଟ୍ରେନ, ଆପେଣ୍ଡିସାଇଟସ୍ ଇତ୍ୟାଦି । ବେଳେବେଳେ ଅତ୍ୟଧିକ ସେକ୍ସ ଯୋଗୁଁ ମଧ୍ୟ ଯନ୍ତ୍ରଣା ହୋଇପାରେ ।
- ଏହି ଯନ୍ତ୍ରଣା କେତେକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ ଯେପରିକି- ଏଣ୍ଡୋମେଟ୍ରିଆଲ କ୍ୟାନ୍ସର, ସର୍ଭାଇକାଲ କ୍ୟାନ୍ସର ବା ଓଭରିଆନ କାର୍ସିନୋମା/କ୍ୟାନ୍ସର
ଆଦୌ କରନ୍ତୁନି ଅଣଦେଖା: