ହାଇଦ୍ରାବାଦ:ରାତି ପାହିଲେ ବିଦାୟ ନେବ 2024 ବର୍ଷ ଏବଂ ସମସ୍ତେ ସ୍ୱାଗତ କରିବେ ନୂଆବର୍ଷ 2025କୁ । ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ବେଶ ଉତ୍ସାହିତ । ତେବେ ବିଦାୟୀ ବର୍ଷ ଅନେକଙ୍କ ପାଇଁ ଭଲ ରହିଥିବା ବେଳେ ଅନେକଙ୍କ ପାଇଁ ଖରାପ ସମୟ ମଧ୍ୟ ହୋଇଛି । କିଛି ସେଲିବ୍ରିଟିଙ୍କ ସହ ଏପରି ସମାନ ଘଟଣା ଘଟିଛି । ବିବାଦ ଘେରରେ ରହିଥିଲେ ଓଲିଉଡ଼ରୁ ବଲିଉଡ଼ର ଏହି ସେଲିବ୍ରିଟି । ଆରୋପ ପ୍ରତ୍ୟାରୋପରେ ଛନ୍ଦି ହୋଇଥିଲା ଇଣ୍ଡଷ୍ଟ୍ରି । ଓଲିଉଡର ଅଭିନେତା ମନୋଜ ମିଶ୍ରଙ୍କ ଠାରୁ ଆରମ୍ଭ କରି ବବି ଇସଲାମ କୁହନ୍ତୁ ଅବା ସାଉଥ ଷ୍ଟାର ନୟନତାରା, ଧନୁଷଙ୍କ କଥା କୁହନ୍ତୁ ଆରୋପ ପ୍ରତ୍ୟାରୋପ ସହ ବିବାଦ ପରିସରକୁ ଆସିଥିଲେ ଓଲିଉଡ଼ରୁ ବଲିଉଡ଼ ଏବଂ ସାଉଥ ସେଲିବ୍ରିଟି । ତେବେ 2024ରେ ସମ୍ପୂର୍ଣ୍ଣ ବିବାଦ ଭରା ଇଣ୍ଡଷ୍ଟ୍ରିର ଘଟଣାକ୍ରମ ବିଷୟରେ ଜାଣନ୍ତୁ...
ଓଲିଉଡ଼ ବିବାଦ
2023ରେ ମନୋଜ ମିଶ୍ର ଅନେକ କାରଣରୁ ବିବାଦରେ ଛନ୍ଦି ହୋଇଥିଲେ । ନିଜ ଫିଲ୍ମ 'ମାଇଣ୍ଡଗେମ'ରୁ ଆରମ୍ଭ କରି ଷ୍ଟାର ୱାର୍ ଏବଂ 2ବର୍ଷ ବ୍ୟାନ ହେବା ଯାଏଁ । ସମସ୍ତ ଘଟଣା ପାଇଁ ଚର୍ଚ୍ଚାରେ ରହିଥିଲେ । ଏହା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବାଦ ବିବାଦ ଉଗରୂପ ମଧ୍ୟ ନେଇ ବର୍ଷ ଶେଷ ହୋଇଥିଲା । ହେଲେ ବର୍ଷ ସିନା ଶେଷ ହୋଇଥିଲା ହେଲେ ଆଘାତ କମ ହୋଇନଥିଲା । ପୁଣି 2024ରେ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମନୋଜ ମିଶ୍ର । 2024ରେ ନିଜର ମତାମତ ପାଇଁ ବିବାଦ ଘେରକୁ ଆସିଲେ ମନୋଜ ।
1. ମନୋଜ ମିଶ୍ର- ଟୁଟୁ ନାୟକ
ସେପ୍ଟେମ୍ୱର 8ରେ ପରଦାକୁ ଆସିଥିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ 2' । 20 ବର୍ଷର ବ୍ୟବଧାନ ପରେ ଆଜି ରିଲିଜ ହୋଇଥିଲା ଓଡିଆ ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ ବା 'ଆଇ ଲଭ ୟୁ-2'। ଏହି ସମୟରେ ଟୁଟୁ ନାୟକଙ୍କୁ ଟାର୍ଗେଟ କରି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ ବିବାଦକୁ ଆସିଥିଲେ ମନୋଜ । ଫିଲ୍ମ ଉପରେ ରିଭ୍ୟୁ ସେୟାର କରିବା ସହ ଟୁଟୁଙ୍କ ଉପରେ ଖୁବ ବର୍ଷିଥିଲେ । ଅଭିନେତା କହିଥିଲେ, ''ଗତ ବର୍ଷ ତୁମେ ମୋତେ ଏହି ସମୟରେ ବ୍ୟାନ କରିଥିଲେ ଆଉ ଆଜି ଠିକ ଏହି ସମୟରେ ତୁମ ସିନେମା ରିଲିଜ ହୋଇଛି । ମୁଁ ସିନେମାକୁ ମାଇନ୍ସ ୫ ମାର୍କ ଦେବି । ମୁଁ ସିନେସିନେମା ନୁହେଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି । ଯିଏ ଷ୍ଟୋରି ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ କାରଣ ଏଭଳି ଷ୍ଟୋରି ସିନେମା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ପୁରା ବର୍ବାଦ କରିଦେବ ।''
2. ମନୋଜ ମିଶ୍ର- ସବ୍ୟସାଚୀ ମହାପାତ୍ର
ଏହାପରେ ମଧ୍ୟମନୋଜ ଅନେକ ଫିଲ୍ମ ଉପରେ ରିଭ୍ୟୁ ଦେବା ସହ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ସିନେ ଜଗତ ସହ ଜଡିତ କଳାକାର ଓ ନିର୍ଦ୍ଦେଶକମାନଙ୍କ ଉପରେ ପ୍ରତିକ୍ରିୟା ଦେଉଥିବା ନେଇ ଅଭିଯୋଗ କରିଥିଲେ ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ । ଏହି ଅଭିଯୋଗ ନେଇ ନଭେମ୍ୱର 12ରେ ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । "ମନୋଜ ମିଶ୍ର ଓଡ଼ିଆ ସିନେ ଜଗତ ସହିତ ଜଡିତ ଥିବା କଳାକାର ଓ ନିର୍ଦ୍ଦେଶକମାନଙ୍କ ଚରିତ୍ର ସଂହାର କରୁଛନ୍ତି" ବୋଲି ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଥିଲା । ମନୋଜଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା ଆସୋସିଏସନ । ଏହା ପରେ ନଭେମ୍ୱର 14ରେ ପ୍ରେସମିଟ କରି ଏତଲା ନେଇ ନିଜ ପ୍ରତିକ୍ରିୟା ରଖିଥିଲେ ମନୋଜ ମିଶ୍ର । ଏହି ସମୟରେ ସେ କହିଥିଲେ ''କୌଣସି ନିର୍ଦ୍ଦେଶକ ମୋର ଶତ୍ରୁ ନୁହନ୍ତି କି ଓଡ଼ିଆ ସିନେମା ଶିଳ୍ପ ମୋ ବାପାର ନୁହେଁ, ଯିଏ ବି ଓଡ଼ିଶା ସିନେମାର ଶତ୍ରୁ ସେ ମୋର ଶତ୍ରୁ । ତେଣୁ ମୁ ସିନେମାକୁ ନେଇ କହିବି ।''
ଏଥିସହବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁଫିଲ୍ମ 'ରାଣ୍ଡି ପୁଅ ଅନନ୍ତା'କୁ ନେଇ ମଧ୍ୟ ଟିପ୍ପଣୀ ଦେଇଥିଲେ ମନୋଜ । ଯାହା ପରେ ମନୋଜ ମିଶ୍ରଙ୍କ କାଉଣ୍ଟର ପରେ ଜବାବ ରଖିଥିଲେ ସବ୍ୟସାଚୀ ମହାପାତ୍ର । ସେ ମନୋଜଙ୍କୁ କହିଥିଲେ, ''ସମସ୍ତଙ୍କ ସିନେମାରେ ସମାଲୋଚନା କରି କହିବାଟା ଏକ ଅଭ୍ୟାସଗତ ହୋଇଗଲାଣି । ସେ ଓଡ଼ିଆ ସିନେମାର କର୍ଣ୍ଣଧାର ନୁହନ୍ତି । ସେ ଜଣେ ଭଲ ଅଭିନେତା ସେ ଉପରକୁ ଉଠାନ୍ତୁ କିନ୍ତୁ ଅନ୍ୟକୁ ଆକ୍ଷେପ ନ କରି ତାଙ୍କ ଭେଟି ସିଧା କଥା ହୁଅନ୍ତୁ। ମନୋଜ ମିଶ୍ର ଶାଳୀନତା ରଖି କୁହନ୍ତୁ । ଆଉ ଓଡ଼ିଆର ଲେଖାର ମୂଳ ତତ୍ଵକୁ ନେଇ ପ୍ରଶ୍ନ ନ ଉଠାନ୍ତୁ କାରଣ ତାହା ଆମର ପରିଚୟ । ''
3. ମନୋଜ ମିଶ୍ର- ବବି ଇସଲାମ
ଏହା ପରେ ମଧ୍ୟ ମନୋଜ ମିଶ୍ରଙ୍କ ବିବାଦ କମିନଥିଲା । ପୁଣିମନୋଜଙ୍କ ନାଁରେ ନଭେମ୍ୱର 21ରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ନିର୍ଦ୍ଦେଶକ ସଂଘ ଉପସଭାପତି ବବି ଇସଲାମ । ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ବବି ଇସଲାମ । ଏକ ଟିଭି ସୋ'ରେ ଏକ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ମନୋଜଙ୍କୁ ନେଇ ବର୍ଷିଥିଲେ ବବି । ଯାହାପରେ ବବିଙ୍କୁ ଫୋନ କଲ ଜରିଆରେ ଧମକ ମିଲିଥିବା ଅଭିଯୋଗ କରି ଏତଲା ଦେଇଥିଲେ ବବି । ଏହାପରେ ଚନ୍ଦ୍ର ଶେଖରପୁର ଥାନାରେ ବବି ଇସଲାମ ନାଁରେ ମନୋଜ ମିଶ୍ର ଅଭିଯୋଗ କରିଥିଲେ । ଉଭୟଙେକ ଅଭିଯୋଗ ପରେ ନଭେମ୍ୱର 22ରେ ସମସ୍ୟାର ସମାଧାନ ପାଇଁ ଡିସିପି ଅଫିସକୁ ଉଭୟଙ୍କୁ ଡକାଯାଇଥିବା ବେଳେ ସେଠାରେ ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ହୋଇଥିଲେ । ହାତାହାତି ହୋଇଥିଲେ ଉଭୟ । ପୋଲିସର ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଡିସିପି ପିନାକ ମିଶ୍ରଏନେଇ ଉଭୟ ପକ୍ଷକୁ ତାଗିଦ କରିବା ସହ ଦୁଇଟି ମକଦମା ଉପରେ ଆମେ ତଦନ୍ତ କରିବୁ ବୋଲି କହିଥିଲେ ।
ବଲିଉଡ଼ ବିବାଦ