ହାଇଦ୍ରାବାଦ:ସରୁଛି 2024 । ଆସୁଛି ନବବର୍ଷ 2025 । ଯାହାକୁ ସମସ୍ତେ ଅନେକ ଆଶା ଏବଂ ଉତ୍ସାହର ସହ ଅପେକ୍ଷା କରରହିଛନ୍ତି । ଏପରି ସମୟରେ 2024 ବର୍ଷ ଅନେକଙ୍କ ଜୀବନରେ ଭଲ ଅନୁଭୂତି ଆଣିଦେଇଥିବା ବେଳେ ଅନେକଙ୍କ ପାଇଁ ଖରାପ ରହିଛି । ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିଙ୍କ ଜୀବନରେ ଏହା ଘଟିଛି । ଏହି କ୍ରମରେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ଚଳିତ ବର୍ଷ ନିଜ ବୃତ୍ତିଗତ ନୁହେଁ ବ୍ୟକ୍ତିଗତ ଜୀବନୀକୁ ନେଇ ଶିରୋନାମାରେ ରହିଛନ୍ତି । ଏହି ଦମ୍ପତିମାନେ ସେମାନଙ୍କର ବୈବାହିକ ସମ୍ପର୍କକୁ ଶେଷ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ସେଲିବ୍ରିଟି ଦମ୍ପତିମାନଙ୍କ ବିଷୟରେ, ଯେଉଁମାନେ ଚଳିତ ବର୍ଷ ନିଜ ସାଥୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ...
- ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ
ଚଳିତ ବର୍ଷ ଆରମ୍ଭରେ ଓଲିଉଡ଼ ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଅଲଗା ହେବା ଖବର ଦେଇ ଓଡ଼ିଆ ଫ୍ୟାନ୍ସଙ୍କୁ ଚକିତ କରିଥିଲେ । ଦୀର୍ଘ ବର୍ଷ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ ମହାନ୍ତି । ଫେବୃଆରୀ 8ରେ ଅଭିନେତା ପୋଷ୍ଟ କରି ହାଇକୋର୍ଟ ଉଭୟଙ୍କ ଛାଡ଼ପତ୍ରକୁ ଅନୁମତି ଦେଇଥିବା ସୂଚନା ଦେଇଥିଲେ । ତେବେ ଉଭୟ ୧୦ ବର୍ଷ ପରେ ଅଲଗା ହୋଇଥିଲେ । ଫେବୃଆରୀ ୮, ୨୦୧୪ରେ ଅନୁଭବ ଏବଂ ବର୍ଷା ବିବାହ କରିଥିଲେ । ୨୦୨୦ମସିହାରୁ ପାରିବାରିକ ମାମଲା ନେଇ ଉଭୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ 2024ରେ ଅନୁଭବ ଉଭୟଙ୍କ ଛାଡ଼ପତ୍ର ଘୋଷଣା କରି ଲେଖିଥିଲେ, ''ଆଜି ମୋର ଛାଡପତ୍ରର ଆଦେଶ ପାଇଛି । ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ ତଥା ଯନ୍ତ୍ରଣାଦାୟକ ଏବଂ ସର୍ବୋପରି ମୋର ମିଥ୍ୟା ବିବାହ ଶେଷ ହୋଇଛି ।''
- ଏ ଆର ରେହମାନ-ସାଇରା ବାନୋ
ଚଳିତ ବର୍ଷ ଦେଶର ପ୍ରସିଦ୍ଧ ଗାୟକ ତଥା ସଂଗୀତକାର ଏଆର ରେହମାନ ତାଙ୍କ ପତ୍ନୀ ସାଇରା ବାନୋ ଅଲଗା ହେବାର ଖବର ସହ ଶିରୋନାମାରେ ରହିଥିଲେ । ଏ ଆର ରେହମାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସାଇରା ବାନୋ ନଭେମ୍ବର 19, 2024ରେ ସେମାନଙ୍କର ପ୍ରାୟ ତିନି ଦଶନ୍ଧି ସମ୍ପର୍କରେ ବ୍ରେକ ଲଗାଇଥିଲେ ଅର୍ଥାତ୍ ଏହି ଦମ୍ପତି ପରସ୍ପର ଠାରୁ ଅଲଗା ହେବା ନିଷ୍ପତି ନେଇଥିଲେ । ଏହି ଦମ୍ପତି ସେମାନଙ୍କ ଅଲଗା ହେବାର କାରଣ ଭାବପ୍ରବଣତାକୁ ଦର୍ଶାଇଥିଲେ । ସେମାନଙ୍କର ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ସେମାନେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଜଣେ ସମ୍ମାନିତ ସେଲିବ୍ରିଟି ଦମ୍ପତି ଭାବରେ ପରିଗଣିତ ଥିଲେ । ଯଦିଓ ଦୁହେଁ ଏପର୍ଯ୍ୟନ୍ତ ଛାଡପତ୍ର ନେଇନାହାଁନ୍ତି । ସେ କହିଛନ୍ତି ଯେ ସେ ସର୍ବଦା ଜଣେ ଭଲ ବନ୍ଧୁ ହେବେ । କହିରଖୁଛୁ କି, ଏ ଆର ରେହମାନ ଏବଂ ସାଇରା ବାନୋ 1995 ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ଝିଅ ଏବଂ ଜଣେ ପୁଅ ଅଛନ୍ତି, ଯାହାଙ୍କ ନାମ ଖତିଜା, ରହିମା ଏବଂ ଆମେନ ରେହମାନ ।
- ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଚଳିତ ବର୍ଷ ଜୁଲାଇରେ ଛାଡପତ୍ର ଘୋଷଣା କରିଥିଲେ । ଏହି ଦମ୍ପତିଙ୍କର ଜଣେ ପୁଅ ଅଛନ୍ତି, ଯାହାଙ୍କ ନାମ ଅଗସ୍ତ୍ୟ ପାଣ୍ଡ୍ୟା । ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମେ 31, 2020 ରେ ନତାସା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ଦମ୍ପତିଙ୍କ ସମ୍ପର୍କରେ ଆସିଥିଲା ଫାଟ । ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଜୁଲାଇ 18, 2024 ରେ ହାର୍ଦ୍ଦିକ-ନତାଶା ଇନଷ୍ଟାଗ୍ରାମରେ ଦୁହିଁଙ୍କ ଅଲଗା ହେବା ଖବରକୁ ସର୍ବସାଧାରଣରେ ନିଶ୍ଚିତ କରିଥିଲେ । ଏହି ହାଇ-ପ୍ରୋଫାଇଲ୍ ସେଲିବ୍ରିଟିଙ୍କ ବ୍ରେକଅପ୍ ଖବର ଫ୍ୟାନ୍ସଙ୍କୁ ଚକିତ କରିଥିଲା ।
- ଇଶା ଦେଓଲ-ଭରତ ତଖତାନି
ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମାଲିନିଙ୍କ ଝିଅ ଇଶା ଦେଓଲ ୧୧ ବର୍ଷ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ଇଶା ଦେଓଲ ଏବଂ ଭରତ ତଖତାନୀ ୨୦୧୨ରେ ବିବାହ କରିଥିବା ବେଳେ ୨୦୧୭ରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଇଶା ନିଜ ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ଏହି ଦମ୍ପତି ୨୦୧୯ରେ ଦ୍ୱିତୀୟ ଥର ପାଇଁ ମୀରାୟାଙ୍କ ପିତାମାତା ହୋଇଥିଲେ । ରାଧ୍ୟାଙ୍କୁ ୬ ବର୍ଷ ହୋଇଥିବା ବେଳେ ମୀରାୟାଙ୍କୁ ୪ ବର୍ଷ ହୋଇଛି । ଏପରି ସ୍ଥିତିରେ ଇଶା ଏବଂ ଭରତ ବର୍ତ୍ତମାନ ବିବାହର ୧୧ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ।
- ଦଲଜିତ କୌର ଏବଂ ନିଖିଲ ପଟେଲ
ଟିଭି ଅଭିନେତ୍ରୀ ଦଲଜିତ କୌର ତାଙ୍କ ବ୍ୟବସାୟୀ ସ୍ୱାମୀ ନିଖିଲ ପଟେଲଙ୍କ ସହ ମେ 2024 ରେ ବୈବାହିକ ଜୀବନ ଶେଷ କରିଥିଲେ । ଉଭୟ ଅଲଗା ହେବାର କାରଣ ପାରସ୍ପରିକ ପାର୍ଥକ୍ୟକୁ ଦର୍ଶାଇଥିଲେ । ଦଲଜିତ କୌର ବିବାହର ମାତ୍ର 10 ମାସ ପରେ ତାଙ୍କ ସ୍ୱାମୀ ନିଖିଲ ପଟେଲଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମାର୍ଚ୍ଚ 10, 2023 ରେ ଏହି ଦମ୍ପତି ବିବାହ କରିଥିଲେ । ଦଲଜିତ ନିଖିଲଙ୍କ ପ୍ରତି ଅସଦାଚରଣ ଏବଂ ବିଶ୍ୱାସଘାତକତା ମାମଲା ଦାୟର କରିଥିଲେ । ଦଲଜିତ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଅନ୍ୟ ଝିଅ ସହିତ ଦେଖିଛନ୍ତି । ସେ ନିଖିଲଙ୍କ ଅନୈତିକ ବୈବାହିକ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ।
- ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ