ଓଡିଶା

odisha

ETV Bharat / entertainment

'ଆମି ଯେ ତୋମାର' ଗୀତ ପରଫର୍ମ ସମୟରେ ପଡିଗଲେ ବିଦ୍ୟା, ସମ୍ଭାଳିଲେ ଏମିତି, ଫିଦା ହେଲେ ଫ୍ୟାନ୍ସ

'ଭୁଲ ଭୁଲେୟା 3'ର ଗୀତ 'ଆମି ଜେ ତୋମର' ମୁକ୍ତିଲାଭ କରିଛି । ରିଲିଜ ଇଭେଣ୍ଟରେ ବିଦ୍ୟା-ମାଧୁରୀ ଲାଇଭ ଫରମାନ୍ସ ଦେଖିବାକୁ ମିଳିଛି । ଯାହା ଫ୍ୟାନ୍ସଙ୍କୁ ଦିୱାନା କରିଛି ।

AMI JE TOMAR SONG RELEASE
AMI JE TOMAR SONG RELEASE (ANI, Song Thumbnail)

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ:ଚଳିତ ଦୀପାବଳୀରେକାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ 'ଭୁଲ ଭୁଲେୟା 3' ଧମାକା କରିବାକୁ ପ୍ରସ୍ତୁତ । ଫିଲ୍ମ ରିିଲିଜ ପୂର୍ବରୁ ଏହାର ଆଇକନିକ୍ ଗୀତ 'ଆମି ଜେ ତୋମର' ମୁକ୍ତିଲାଭ କରିଛି । ବିଦ୍ୟା ଏବଂ ମାଧୁରୀ ଏଥିରେ ଏକାଠି ଦେଖି ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଗୀତ ରିଲିଜର କିଛି ସମୟ ମଧ୍ୟରେ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଏହାକୁ ଦେଖି ଫିଦା ହୋଇଛନ୍ତି । ଏହି ଗୀତ ରିଲିଜ ଇଭେଣ୍ଟ ସମୟରେ ପରଫର୍ମ କରି ଷ୍ଟେଜରେ ପଡିଗଲେ ବିଦ୍ୟା । ଏହା ସତ୍ତ୍ୱେ ବି ସେ ନିଜ ଡ୍ୟାନ୍ସ ବଜାୟ ରଖଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।

'ଆମି ଯେ ତୋମାର 3.0' ଲାଇଭ୍ ପରଫର୍ମରେ ପଡିଗଲେ ବିଦ୍ୟା

ଅକ୍ଟୋବର 25 ରେ 'ଭୁଲ ଭୁଲେୟା 3'ର ବହୁ ପ୍ରତୀକ୍ଷିତ ଗୀତ 'ଆମି ଜେ ତୋମର 3.0' ରିଲିଜ ହୋଇଛି । ଏହି ଗୀତରେ ମଞ୍ଜୁଲିକା, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି । 'ଆମି ଜେ ତୋମର' ଗୀତ ରିଲିଜ ଇଭେଣ୍ଟରେ ମଧ୍ୟ ବିଦ୍ୟା ଏବଂ ମାଧୁରୀ ଦମଦାର ଲାଇଭ୍ ପରଫର୍ମ ଦେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ବିଦ୍ୟା ଷ୍ଟେଜରେ ପଡିଯାଆନ୍ତି । ଏହା ସତ୍ତ୍ୱେ ବି ସେ ନିଜ ଡ୍ୟାନ୍ସ ବଜାୟ ରଖନ୍ତି । ଯାହାର ଭିଡିଓ ଖୁବ ଭାଇରାଲ ହେଉଥିବା ବେଳେ ଲୋକେ ଏହାକୁ ପସନ୍ଦ କରିବା ସହ ତାଙ୍କ ଖୁବ୍ ପ୍ରଶଂସା କରିଛନ୍ତି ।

ବିଦ୍ୟା ବାଲାନଙ୍କୁ ପ୍ରଶଂସାରେ ପୋତିଲେ ଫ୍ୟାନ୍ସ

ଭାଇରାଲ ଭିଡିଓରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି, 'ବିଦ୍ୟା ଖସିଗଲେ କିନ୍ତୁ ଏକ୍ସପ୍ରେସନ ଖସି ପାରିଲା ନାହିଁ।' ଅନ୍ୟ ଜଣେ ଲେଖିଛନ୍ତି, 'ଯିଏ ପଡ଼ିବା ପରେ ନିଜକୁ ସୁସ୍ଥ କରେ ତାଙ୍କୁ ବିଦ୍ୟା ବାଲନ କୁହାଯାଏ । ଅନ୍ୟ ଜଣେ ଲେଖିଛନ୍ତି, ପଡ଼ିବା ପରେ ମଧ୍ୟ ବିଦ୍ୟା ବାଲନ ଏହାକୁ ବହୁତ ସୁନ୍ଦର ଭାବେ ପରିଚାଳନା କରିଛନ୍ତି । ଶକ୍ତିର ପ୍ରକୃତ ରାଣୀ, ତାଙ୍କୁ କେହି ତଳକୁ ଆଣିପାରିବ ନାହିଁ ।

'ଭୁଲ ଭୁଲେୟା 3'ରେ ଦୁଇ ମଞ୍ଜୁଲିକାଙ୍କ କଡା ଟକ୍କର

କହିରଖୁଛୁ କି, ପ୍ରଥମ ଚଳଚ୍ଚିତ୍ରରେ 'ଭୁଲ ଭୁଲେୟା'ର ଏହି ଆଇକନିକ ଗୀତରେ ବିଦ୍ୟା ବାଲାନ ନାଚୁଥିବାର ନଜର ଆସିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । 'ଭୁଲ ଭୁଲେୟା 2'ରେ କାର୍ତ୍ତିକ ଆର୍ଯ୍ୟନ ଏହି ଗୀତରେ ନାଚ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଏବଂ ଅରିଜିତଙ୍କ ସ୍ୱରରେ ଦର୍ଶକ ମଧ୍ୟ ଏହି ଗୀତକୁ ବହୁତ ପସନ୍ଦ କରିଥିଲେ । ତବୁ ମଧ୍ୟ ଏହି ଗୀତରେ ଡବଲ୍ ରୋଲରେ ନାଚିଥିଲେ । ବର୍ତ୍ତମାନ 'ଭୁଲ ଭୁଲେୟା 3'ରେ ଏହି ଗୀତରେ ଦୁଇଟି ମଞ୍ଜୁଲିକା ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ମାଧୁରୀଙ୍କୁ ଦ୍ୱିତୀୟ ମଞ୍ଜୁଲିକା ଭାବରେ ଦର୍ଶାଯାଇଛି । ଏହି ଗୀତରେ ବିଦ୍ୟା ଏବଂ ମାଧୁରୀଙ୍କ ଜୁଗଲବନ୍ଧୀ ମଧ୍ୟ ଦେଖିବାକୁ ମିଳିଛି । ବିଦ୍ୟା ଏବଂ ମାଧୁରୀଙ୍କ ଅଭିନୟ ସହ ଶ୍ରୀୟା ଘୋଷାଲଙ୍କ ସ୍ୱରରେ ଦର୍ଶକ ଏହି ଗୀତକୁ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ମଞ୍ଜୁଲିକା' ସହ ହେବ 'ରୁହ ବାବା'ଙ୍କ ଆମ୍ନା-ସାମ୍ନା, ଆସିଲା 'ଭୁଲ ଭୁଲେୟା 3'ର ଦମଦାର ଟିଜର

ଦୀପାବଳିରେ ରିଲିଜ ହେବ 'ଭୁଲ ଭୁଲେୟା 3'

'ଭୁଲ ଭୁଲେୟା 3' 'ଭୁଲ ଭୁଲେୟା' ପ୍ରାଞ୍ଜାଇଜର ତୃତୀୟ ଭାଗ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ତେବେ 'ଭୁଲ ଭୁଲେୟା 3' ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବାକୁ ଯାଉଛି । ନଭେମ୍ୱର 1ରେ ଫିଲ୍ମ ପରଦାରେ ରିଲିଜ ହେବ । ଯାହା ବକ୍ସ ଅଫିସରେ ଅଜୟ ଦେବଗାନଙ୍କ 'ସିଙ୍ଘମ ଏଗେନ' ସହ ଟକ୍କର ଦେବ । କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ ତ୍ରିପ୍ତି ଡିମ୍ରୀ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details