ଓଡିଶା

odisha

ETV Bharat / entertainment

ବେଦା ଟିଜର ଆଉଟ୍, ଆକ୍ସନ ଅବତାରରେ ନଜର ଆସିଲେ ଜନ-ଶରଭରୀ - Vedaa Teaser Out

Vedaa Teaser Out: ଖୁବଶୀଘ୍ର ଜନ ଅବ୍ରାହମ ଆଗାମୀ ଚଳଚ୍ଚିତ୍ର 'ବେଦା' ସହ ପରଦାକୁ ଫେରୁଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟର ପୂର୍ବରୁ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଏହାର ଟିଜର ରିଲଜ କରିଛନ୍ତି । ଅଧିକ ପଢନ୍ତୁ

ବେଦା ଟିଜର ଆଉଟ୍, ଆକ୍ସନ ଅବତାରରେ ନଜର ଆସିଲେ ଜନ-ଶରଭରୀ
ବେଦା ଟିଜର ଆଉଟ୍, ଆକ୍ସନ ଅବତାରରେ ନଜର ଆସିଲେ ଜନ-ଶରଭରୀ

By ETV Bharat Odisha Team

Published : Mar 19, 2024, 1:59 PM IST

ହାଇଦ୍ରାବାଦ:'ପଠାନ' ପରେ ପୁଣି ଚଳଚ୍ଚିତ୍ର 'ବେଦା' ସହ ପରଦାକୁ ଫେରିବାକୁ ପ୍ରସ୍ତୁତ ବଲିଉଡ ଲୋକପ୍ରିୟ ଅଭିନେତା ଜନ ଆବ୍ରାହମ । ନିକଟରେ ଅଭିନେତାଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିବା ବେଳେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ରହିଥିଲେ । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହିତ ଦ୍ୱିଗୁଣିତ କରିବାକୁ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏହି ଟିଜରରେ ଜନ ଏବଂ ଅନ୍ୟ ତାରକାଙ୍କ ଝଲକ ଦେଖିବାକୁ ମିଳିଛି ।

ଆଜି ନିର୍ମାତା ଜିଓ ଷ୍ଟୁଡିଓ ତାର ଅଫିସିଆଲ ୟୁଟ୍ୟୁବରେ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଜନ ଆବ୍ରାହମଙ୍କ ସମେତ ଏଥିରେ ଅଭିନେତ୍ରୀ ଶରଭରୀ ୱାଗ ଏବଂ ତମନ୍ନା ଭାଟ୍ଟିଆ ନଜର ଆସିବାକୁ ଥିବାବେଳେ ଟିଜରରେ ସମସ୍ତଙ୍କ ଝଲକ ଦେଖିବାକୁ ମିଳିଛି । ୧ ମିନିଟ ୩୫ ସେକେଣ୍ଡର ଟିଜର ଆରମ୍ଭରେ ଶରଭରୀଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି । ଯିଏ ତାଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଦେଖାଯାଇଛି । ଏହାପରେ ଜନ ଆବ୍ରହାମ ଆକ୍ସନ ଅବତାର ସହ ଏଣ୍ଟ୍ରି କରନ୍ତି । ଏଥିସହ ତମନ୍ନା ଭାଟ୍ଟିଆଙ୍କ ବି ଝଲକ ଦେଖିବାକୁ ମିଳିଛି । ଏହି ଟିଜର ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ଫିଲ୍ମ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଜନ ଅବ୍ରାହମଙ୍କ ଫିଲ୍ମ 'ବେଦା'ର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ

ସୂଚନା ଥାଉକି, ଅସୀମ ଆରୋରା ବେଦା ଫିଲ୍ମ ଲେଖିଛନ୍ତି । ନିଖିଲ ଆଡଭାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ର ଜି ଷ୍ଟୁଡିଓ, ମନୀଷା ଆଡଭାନୀ, ମଧୁ ଭୋଜୱାନୀ ଏବଂ ଜନ ଅବ୍ରହାମଙ୍କ ଦ୍ବାରା ନିର୍ମିତ ଏବଂ ମୀନାକ୍ଷୀ ଦାସ ଏହି ଚଳଚ୍ଚିତ୍ରର ସହ-ନିର୍ମାତା ଅଟନ୍ତି । ଜନ ଅବ୍ରହାମ ଏବଂ ଶରଭାରୀ ୱାଗ, ତମନ୍ନାଙ୍କ ବ୍ୟତୀତ ଏହି ଫିଲ୍ମରେ 'ସ୍ତ୍ରୀ' ଅଭିନେତା ଅଭିଷେକ ବାନାର୍ଜୀ ମଧ୍ୟ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:ଆଗାମୀ ଫିଲ୍ମ ଘୋଷଣା କଲେ ତମନ୍ନା, ଜନ୍ ଅବ୍ରହାମଙ୍କ ସହ ଆସିବେ ନଜର

କହିରଖୁଛୁ କି, ଏହାପୂର୍ବରୁ ଜନ୍ ଏବଂ ନିଖିଲ ଫିଲ୍ମ 'ବଟଲା ହାଉସ୍' ପାଇଁ ଏକାଠି କାମ କରିଥିଲେ । 'ବେଦା' ସହ ଉଭୟ ଦ୍ବିତୀୟ ଥର ପାଇଁ କାମ କରିଛନ୍ତି । ତମନ୍ନା ଏବଂ ଶରଭରୀଙ୍କ ସହ ଜନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଏହା ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହୋଇଥିବା ବେଳେ ୧୨ ଜୁଲାଇ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details