ଓଡିଶା

odisha

ETV Bharat / entertainment

'ବେବି ଜନ' ମୋଶନ ପୋଷ୍ଟର ଆଉଟ୍; ନୂଆ ଲୁକରେ ବରୁଣ ଧୱନ, ଏହି ଦିନ ଥିଏଟରରେ ଦେଖିବେ ଟିଜର

ଫ୍ୟାନ୍ସଙ୍କୁ ବରୁଣ ଧୱନଙ୍କ ଦୀୱାଲି ଭେଟି । ତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଆକ୍ସନ୍-ଥ୍ରୀଲର ଫିଲ୍ମ 'ବେବି ଜନ' ର ମୋଶନ ପୋଷ୍ଟର ରିଲିଜ୍ ହୋଇଛି । ଦେଖନ୍ତୁ ପୋଷ୍ଟର,

varun dhawan's baby john motion poster
varun dhawan's baby john motion poster (FILM POSTER)

By ETV Bharat Entertainment Team

Published : 5 hours ago

ହାଇଦ୍ରାବାଦ:ବଲିଉଡ ଅଭିନେତା ବରୁଣ ଧୱନଙ୍କ ଆଗାମୀ ଚଳଚ୍ଚିତ୍ର 'ବେବି ଜନ' ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦିୱାଲୀ ଅବସରରେ ନିର୍ମାତାମାନେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ଆଜି, ଅକ୍ଟୋବର 31ରେ 'ବେବି ଜନ'ଙ୍କ ନୂଆ ମୋସନ ପୋଷ୍ଟର ରିଲିଜ ହୋଇଛି । ଏଥିରେ ବରୁଣ ଧୱନଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି । ଏଥିସହ ନିର୍ମାତା ପିଲ୍ମର ଟିଜର ନେଇ ମଧ୍ୟ ଏକ ଘୋଷଣା କରିଛନ୍ତି ।

ବଲିଉଡ ଅଭିନେତା ଆଜି ଦିୱାଲୀ ଦିନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବେବି ଜନ'ର ମୋସନ୍ ଟିଜର ରିଲିଜ୍ କରି ସମସ୍ତ ପ୍ରଶଂସକଙ୍କ ଦିୱାଲୀ ଭେଟି ଦେଇଛନ୍ତି । ବରୁଣ ଫିଲ୍ମ' ବେବି ଜନ'ର ମୋସନ ପୋଷ୍ଟର ରିଲିଜ୍ କରି କ୍ୟାପସନରେ ଲେଖିଛନ୍ତି, 'ତୁମେ ପ୍ରସ୍ତୁତ ବେବି... ବେବି ଜନ ଙ୍କ ସ୍ୱତନ୍ତ୍ର ଟାଷ୍ଟର କଟ୍ ଭୁଲିଯାଅ ନାହିଁ । କେବଳ ନଭେମ୍ବର 1 ରେ ପ୍ରେକ୍ଷାଳୟରେ ।' ଏହି ମୋଶନ ପୋଷ୍ଟରରେ ଏକ କୁରାଢୀ ଦେଖିବାକୁ ମିଳିଛି । ଯେଉଁଥିରେ ବରୁଣଙ୍କ ଚେହେରା ଦେଖିବାକୁ ମିଳିଛି । ଏହି ପୋଷ୍ଟର ସେୟାର ହେବା ମାତ୍ରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆସିଲା ଧୱନଙ୍କ ଫିଲ୍ମ ରିଲିଜ ଡେଟ, ଏହି ଦୁଇଟି ଫିଲ୍ମ ସହ ହେବ ଟକ୍କର !

ଏହି ଦିନ ରିଲିଜ ହେବ ଫିଲ୍ମ

ସୂଚନା ଥାଉ କି, 'ବେବି ଜନ'ର କାହାଣୀ କାଲିଶ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ସାଉଥ ଇଣ୍ଡିଆନ ଫିଲ୍ମ 'ଥେରିର' ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି 'ବେବି ଜନ' । ଯାହାକି 2016 ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଏବଂ ସାମନ୍ଥା ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଜିଓ ଷ୍ଟୁଡିଓ ଏବଂ ସିନେ 1 ଷ୍ଟୁଡିଓ ସହଯୋଗରେ ଅଟଲି ଏହାକୁ ନିର୍ମାଣ କରୁଛନ୍ତି । ବରୁଣ ଧୱନଙ୍କ ବ୍ୟତୀତ ଏହି ଫିଲ୍ମରେ ଜ୍ୟାକି ସଫ୍ର, ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ଭାମିକା ଗାବୀ, ଜ୍ୟାକି ଶ୍ରଫ, ରାଜପାଲ ୟାଦବ, ଶିବା ଖାଡା ଏବଂ ସାନିଆ ମଲହୋତ୍ରା ନଜର ଆସିବେ । ଏହି ଚଳଚ୍ଚିତ୍ରଟି ହେଉଛି କିର୍ତ୍ତୀ ସୁରେଶଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଏବଂ ସେ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରିବେ । 25 ଡିସେମ୍ୱରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details