ଓଡିଶା

odisha

ETV Bharat / entertainment

'ବୀର ସାବରକର' ପାଇଁ ରଣଦୀପଙ୍କ ବଡି ଟ୍ରାନ୍ସଫର୍ମେସନ, ଫିଦା ହେଲେ ଫ୍ୟାନ୍ସ - Randeep Hooda Transformation

Randeep Hooda Transformation: ଅଭିନେତା ରଣଦୀପ ହୁଡା ଆଜିକାଲି ତାଙ୍କ ଫିଲ୍ମ 'ବୀର ସାବରକର'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫ୍ୟାନ୍ସମାନେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ସମୟରେ ରଣଦୀପ ହୁଡା ନିଜର ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

'ବୀର ସାବରକର' ପାଇଁ ବଡି ଟାନ୍ସଫର୍ମେସନ କଲେ ରଣଦୀପ, ଝଲକ ଦେଖି ଫିଦା ହେଲେ ଫ୍ୟାନ୍ସ
'ବୀର ସାବରକର' ପାଇଁ ବଡି ଟାନ୍ସଫର୍ମେସନ କଲେ ରଣଦୀପ, ଝଲକ ଦେଖି ଫିଦା ହେଲେ ଫ୍ୟାନ୍ସ

By ETV Bharat Odisha Team

Published : Mar 19, 2024, 10:42 AM IST

Updated : Mar 19, 2024, 2:08 PM IST

ହାଇଦ୍ରାବାଦ: ଖୁବଶୀଘ୍ର ବଲିଉଡ ଅଭିନେତା ରଣଦୀପ ହୁଡା ଫିଲ୍ମ 'ବୀର ସାବରକର' ସହ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଏହି ଫିଲ୍ମ ସହ ଅଭିନେତା ନିର୍ଦ୍ଦେଶନାରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣଦୀପ ହୁଡା ନିଜ ବଡି ଟ୍ରାନ୍ସଫର୍ମେସନର ଝଲକ ଦେଖାଇଛନ୍ତି । ସେ ଏହି ଫିଲ୍ମ ପାଇଁ ୨୬ କିଲୋ ଓଜନ କମାଇଛନ୍ତି । ଯାହାର ଝଲକ ସେ ସୋସିଆଲ ମିଡିଆରେ ଦେଖାଇଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରଣଦୀପ ନିଜ ଇନଷ୍ଟାଗ୍ରାମରେ ନିଜ ବଡି ଟ୍ରାନ୍ସଫର୍ମେସନର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଦର୍ପଣ ଆଗରେ ସେଲ୍ଫି ନେଉଥିବାର ନଜର ଆସିଥିବା ବେଳେ ନିଜର ଓଜନ କମାଇ ଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, କଳା ପାଣି । ସୂଚନା ଥାଉକି, ଏହି ଲୁକ ସହ ସେ ଲୋକଙ୍କୁ କହିଛନ୍ତି ଯେ କଳା ପାଣିରେ ଦଣ୍ଡ ସମୟରେ ସାବରକର ଅବସ୍ଥା ଏହିପରି ହୋଇଯାଇଥିଲା । ଏହିପରି ଦେଖାଯିବା ପାଇଁ ଅଭିନେତା ଓଜନ ହ୍ରାସ କରିଥିଲେ । ଏହି ଲୁକ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଦା ହୋଇଛନ୍ତି । ଅନେକ ଫ୍ୟାନ୍ସ ଅଭିନେତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା

କହିରଖୁଛୁ କି, ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ ୨୬ କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଫିଲ୍ମର ନିର୍ମାତା ଏହା ପ୍ରକାଶ କରିଥିଲେ । ସେ କହିଥିଲେ, ଫିଲ୍ମର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ସେ ଚାରି ମାସ ପାଇଁ ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଖଜରା ଖାଇ ରହିଥିଲେ । କେବଳ ଏତିକି ନୁହେଁ, ସେ ସାବରକର ଭଳି ଦେଖାଯିବା ପାଇଁ ତାଙ୍କ ମୁଣ୍ଡର କେଶ ମଧ୍ୟ ବଢାଇଥିଲେ ।

ଏହା ମଧ୍ୟ ପଢନ୍ତୁ:'ସ୍ୱତନ୍ତ୍ର ବୀର ସାବରକର' ଟ୍ରେଲର ରିଲିଜ, ବିନାୟକ ଦାମୋଦର ସାବରକରଙ୍କ ଭୂମିକାରେ ନଜର ଆସିବେ ରଣଦୀପ

'ସ୍ବତନ୍ତ୍ର ବୀର ସାବରକର' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ ଅଟେ । ସେ ଜଣେ ବିପ୍ଳବୀ, ସାମାଜିକ ସଂସ୍କାରକ ତଥା ରାଜନେତା ଥିଲେ । ଏହି ଫିଲ୍ମରେ ଦାମୋଦର ସାବରକରଙ୍କ ଭୂମିକାରେ ରଣଦୀପ ଅଭିନୟ କରିବା ସହ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ଏହି ଫିଲ୍ମ ସହ ରଣଦୀପ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ରଣଦୀପଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

Last Updated : Mar 19, 2024, 2:08 PM IST

ABOUT THE AUTHOR

...view details