ଓଡିଶା

odisha

ETV Bharat / entertainment

ହୃଦଘାତରେ ଆଖି ବୁଜିଲେ 'ଉଡାନ' ଅଭିନେତ୍ରୀ କବିତା ଚୌଧୁରୀ

Kavita Chaudhary Passes Away: ଆରପାରିରେ ଲୋକପ୍ରିୟ ଟିଭି ସିରିଏଲ 'ଉଡାନ' ଫେମ ଅଭିନେତ୍ରୀ କବିତା ଚୌଧୁରୀ । ସୂଚନା ଅନୁସାରେ, ଅଭିନେତ୍ରୀ ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 16, 2024, 1:34 PM IST

ହୃଦଘାତରେ ଆଖି ବୁଜିଲେ 'ଉଡାନ' ଫେମ ଅଭିନେତ୍ରୀ କବିତା ଚୌଧୁରୀ
ହୃଦଘାତରେ ଆଖି ବୁଜିଲେ 'ଉଡାନ' ଫେମ ଅଭିନେତ୍ରୀ କବିତା ଚୌଧୁରୀ

ହାଇଦ୍ରାବାଦ:ମନୋରଞ୍ଜନ ଜଗତକୁ ଝଟକା । ଲୋକପ୍ରିୟ ଟିଭି ସିରିଏଲ 'ଉଡାନ' ଫେମ ଅଭିନେତ୍ରୀ କବିତା ଚୌଧୁରୀଙ୍କ ପରଲୋକ । ସୂଚନା ଅନୁସାରେ, ଅଭିନେତ୍ରୀ ହୃଦଘାତରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ମୃତ୍ୟୁ ନେଇ ତାଙ୍କ ଭଣଜା ଅଜୟ ସୟଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ତାଙ୍କ ବିୟୋଗରେ ପରିବାର ଏବଂ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଅଜୟ ସୟଲଙ୍କ କହିବା ଅନୁସାରେ, କବିତା ଚୌଧୁରୀ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ । ଏହାପରେ ସେ ଗତ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିଲେ । ଏନେଇ ତାଙ୍କୁ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଅମୃତସରରେ ହିଁ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅଭିନେତ୍ରୀଙ୍କ ବିୟୋଗରେ ଇଣ୍ଡଷ୍ଟ୍ରୀର ତମାମ ସେଲିବ୍ରିଟି ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

'ଖିଚିଡି' ଫେମ ବାବୁ ଜୀ ଅଭିନେତା ଓରଫ ଅନଙ୍ଗ ଦେଶାଇ, କବିତା ଚୌଧୁରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ମୁଁ ଆଜି ସକାଳେ ଜାଣିଲି ଯେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ଯେତେବେଳେ ଆମେ ନ୍ୟାସନାଲ୍ ସ୍କୁଲ୍ ଡ୍ରାମାରେ ଏକାଠି ଅଧ୍ୟୟନ କରୁଥିଲୁ ସେ ମୋର ସହପାଠୀ ଥିଲେ । ଆମେ ତିନି ବର୍ଷ ଧରି ଏକାଠି ଅଧ୍ୟୟନ କରିଛୁ । କବିତା, ଅନୁପମ ଖେର, ଆମେ ସମସ୍ତେ ଗୋଟିଏ ବ୍ୟାଚରେ ଥିଲୁ ।''

କହିରଖୁଛୁ କି, ୧୯୮୯ରେ 'ଉଡାନ' ଶୋ' ରିଲିଜ ହୋଇଥିଲା ଏବଂ କବିତା ଏହି ଶୋ'ରେ ଆଇପିଏସ୍ ଅଧିକାରୀ କଲ୍ୟାଣୀ ସିଂ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଶୋ' ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଶୋ ତାଙ୍କ ଭଉଣୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାରିତ ଥିଲା, ଯିଏ କିରଣ ବେଦୀଙ୍କ ପରେ ଦ୍ୱିତୀୟ ମହିଳା ଆଇପିଏସ୍ ଅଧିକାରୀ ହୋଇଥିଲେ ।

ଏହା ମଧ୍ଯ ପଢନ୍ତୁ:ହୃଦଘାତରେ ଟେଲି ଅଭିନେତ୍ରୀ ପ୍ରିୟାଙ୍କ ନିଧନ, ୮ ମାସର ଥିଲେ ଗର୍ଭବତୀ

ଏହି ସମୟରେ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ମହିଳା ଆଇପିଏସ୍ ଅଧିକାରୀଙ୍କ ପ୍ରତିନିଧିତ୍ୱ ନଥିବାରୁ କବିତା ତାଙ୍କ ଶୋ' 'ଉଡାନ' ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉଦାହରଣ ପାଲଟିଥିଲେ । ପରେ ତାଙ୍କ କ୍ୟାରିଅରରେ କବିତା 'ୟର ଅନର' ଏବଂ 'ଆଇପିଏସ ଡାଏରୀ' ଭଳି ଶୋ' ପ୍ରସ୍ତୁତ କରିଥିଲେ । ଏଥିସହ ୧୯୮୦ ଏବଂ ୧୯୯୦ ଦଶକରେ ପ୍ରସିଦ୍ଧ ସର୍ଫ ବିଜ୍ଞାପନରେ ଲଳିତାଜୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ମଧ୍ୟ କବିତା ଜଣାଶୁଣା ।

ABOUT THE AUTHOR

...view details