ହାଇଦ୍ରାବାଦ:ଦକ୍ଷିଣ ସୁପରଷ୍ଟାର ଥାଲାପତି ବିଜୟଙ୍କ ଆକ୍ସନ୍-ସାଇନ୍ସ ଫିକ୍ସନ୍ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ' GOAT(ଗୋଟ) ଆଜି ମୁକ୍ତିଲାଭ କରିଛି । ପ୍ରଶଂସକମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମଟି ରିଲିଜ ହେବାର ଅଧା ଦିନ ବି ଶେଷ କରିନାହିଁ ଏବଂ ଏହା ସାମ୍ନାକୁ ଆସିଛି ଯେ ଫିଲ୍ମକୁ ଓଟିଟି ରିଲିଜ କରିବାକୁ ଏବେ ଟାରୁ ନିର୍ମାତା ପ୍ରସ୍ତୁତି କରିସାରିଛନ୍ତି । ସେପଟେ ଫିଲ୍ମର କ୍ରେଜ ଦେଖି ଅନୁମାନ କରାଯାଉଛି ଯେ, ଥାଲାପତିଙ୍କ 'ଗୋଟ' ପ୍ରଥମ ଦିନରେ 100 କୋଟିରୁ ଅଧିକ କଲେକ୍ସନ କରି ରେକର୍ଡ ସୃଷ୍ଟି କରିବ ।
GOAT (ଗୋଟ) ପ୍ରଥମ ଦିନର କଲେକ୍ସନ:
ଟ୍ରେଡ ଆନାଲିଷ୍ଟ ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'GOAT' ପ୍ରଥମ ଦିନରେ ଶୋ'ହାଉସଫୁଲ ରହିଛି । ପ୍ରଥମ ଦିନରେ ଦମଦାର ଆଡଭାନ୍ସ ବୁକିଂ ହୋଇଛି । ଆଡଭାନ୍ସ ବୁକିଂରେ ଫିଲ୍ମ ସାରା ବିଶ୍ୱରେ 50 କୋଟିରୁ ଅଧିକ ରୋଜଗାର କରିସାରିଥିବା ବେଳେ ଘରୋଇ ଅଫିସରେ ତାମିଲନାଡୁର 22 କୋଟିରୁ ଅଧିକ ଅବଦାନ ସହିତ ଫିଲ୍ମ 24.5 କୋଟିରେ ପହଞ୍ଚିଛି । ଏହାକୁ ଦେଖି ଫିଲ୍ମ ପ୍ରଥମ ଦିନରେ ଧୂଆଁଧାର ପ୍ରଦର୍ଶନ ସହ 100 କୋଟି ଆୟ କରିପାରେ ବୋଲି ଅନୁମାନ କରାଯାଉଛି ।
କେବେ ଓ କେଉଁ OTT ପ୍ଲାଟଫର୍ମ 'GOAT' ରିଲିଜ ହେବ?
ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ' ବକ୍ସ ଅଫିସରେ ଧମାକା କରିବା ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଏବେ ଠୁ ପ୍ରସ୍ତୁତି ସରିଛି । ପରଦା ପରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି ଯେ ଫିଲ୍ମଟି OTT ରେ ବିନା କୌଣସି ସିନ କଟରେ ରିଲିଜ ହେବ । କହିରଖୁଛୁ କି, ଚଳଚ୍ଚିତ୍ରଟି U / A ସାର୍ଟିଫିକେଟ୍ ପାଇଛି । ତେବେ ଏହାର ଷ୍ଟ୍ରିମିଂ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ:ଏକ୍ସରେ 'GOAT' ସୁନାମି; ପ୍ରଥମ ଶୋ' ଦେଖି ଫିଦା ଫ୍ୟାନ୍ସ, ଫିଲ୍ମକୁ ଦେଲେ 'ବ୍ଲକବ୍ଲଷ୍ଟର' ଟ୍ୟାଗ୍
'ଗୋଟ' ଫିଲ୍ମ ଷ୍ଟାରକାଷ୍ଟ
'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି । ଏଥିରେ ବିଜୟ ଡବଲ ରୋଲ ଅର୍ଥାତ ବିଜୟଙ୍କୁ ଏଥିରେ ବାପା ଏବଂ ପୁଅ ଉଭୟ ରୋଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ବିଜୟଙ୍କ ସହ ଲିଓ ସହ- ଅଭିନେତ୍ରୀ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ବଜେଟ୍ 300 ରୁ 400 କୋଟି ଟଙ୍କା ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ