ଓଡିଶା

odisha

ETV Bharat / entertainment

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ - HIGHCOURT GRANT BAIL TO ALLU ARJUN

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ । ତେଲେଙ୍ଗାନା ହାଇକୋର୍ଟ ମାମଲାର ଶୁଣାଣି କରି ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

HIGHCOURT GRANT BAIL TO ALLU ARJUN
HIGHCOURT GRANT BAIL TO ALLU ARJUN (Etv Bharat)

By ETV Bharat Entertainment Team

Published : Dec 13, 2024, 5:57 PM IST

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମିଳିଲା ଜାମିନ । ଅଭିନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ସୂଚନା ଅନୁସାରେ, ଡିସେମ୍ବର 4 ରେ ଅଲ୍ଲୁ ଅର୍ଜୁନ 'ପୁଷ୍ପା 2' ପ୍ରିମିୟର ଶୋ'ରେ ହୋଇଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଚିକ୍କଡପଲ୍ଲି ପୋଲିସ ଆଜି ସୁପରଷ୍ଟାରଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୋଲିସ । ଯାହାକୁ ନେଇ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରିଛନ୍ତି ହାଇକୋର୍ଟ । ଏହି ସମୟରେ ସେ ଅଭିନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସେପଟେ ମାମଲା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ କହିଲେ ମୃତକଙ୍କ ସ୍ୱାମୀ ।

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଘଟଣା ନେଇ ହାଇକୋର୍ଟରେ ମାମଲା ଶୁଣାଣି ଅପରାହ୍ନ 4 ଟାରୁ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଉଭୟ ଓକିଲ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଅଲ୍ଲୁ ଅର୍ଜୁନଙ୍କ ଓକିଲ ଏହି ଅଭିଯୋଗକୁ ଦୃଢ ବିରୋଧ କରି ଯୁକ୍ତି ବାଢିଥିଲେ ଯେ ପ୍ରିମିୟର ଶୋରେ ତାଙ୍କ ଉପସ୍ଥିତିର ସମ୍ଭାବ୍ୟ ବିପଦ ସମ୍ପର୍କରେ ରିମାଣ୍ଡ ରିପୋର୍ଟରେ ଅଭିନେତାଙ୍କ ଉଦ୍ଦେଶ୍ୟ ଦର୍ଶାଯାଇ ନାହିଁ। ତାଙ୍କ ଓକିଲ ଆହୁରି ଜୋର ଦେଇଥିଲେ ଯେ ଅଭିନେତା ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ଏବଂ ତାଙ୍କ ଗିରଫ ମୁଖ୍ୟତଃ ସମ୍ବେଦନଶୀଳ ଉଦ୍ଦେଶ୍ୟରେ ଥିଲା । ଓକିଲ ମଧ୍ୟ ବଲିଉଡ ତାରକା ଶାହାରୁଖ ଖାନଙ୍କ ସହ ସମାନ ମାମଲା ସହ ତୁଳନା କରିଥିଲେ, ଯିଏକି 'ରେସ' ପ୍ରମୋସନ ସମୟରେ ଦଳାଚକଟା ଘଟଣାରେ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସେ ଆହୁରି ଦାବି କରିଥିଲେ ଯେ ପ୍ରମୋସନାଲ ପ୍ରୟାସର ଅଂଶ ଭାବରେ ଅଭିନେତାମାନେ ପ୍ରାୟତଃ ସେମାନଙ୍କ ଚଳଚ୍ଚିତ୍ରର ପ୍ରଥମ ପ୍ରିମିୟରରେ ଯୋଗ ଦିଅନ୍ତି ଏବଂ ମୃତ୍ୟୁ ସମ୍ଭାବନା ବିଷୟରେ କୌଣସି ସ୍ପଷ୍ଟ ଚେତାବନୀ ଦିଆଯାଇନଥିଲା । ଏହି ଯୁକ୍ତି ସହ ଓକିଲ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ । ଉଠାଯାଇଥିବା ପଏଣ୍ଟକୁ ବିଚାରକୁ ନେଇ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏବଂ ମାମଲା ଅଗ୍ରଗତି ନହେବା ପର୍ଯ୍ୟନ୍ତ ତାଙ୍କୁ ସାମୟିକ ଭାବେ ହେପାଜତରୁ ଦୂରେଇ ରଖିବାକୁ ଅନୁମତି ମିଳିଛି । ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ତେଲେଙ୍ଗାନା ହାଇକୋର୍ଟ ମହାରାଷ୍ଟ୍ର ବନାମ ଅର୍ଣ୍ଣବ ଗୋସ୍ୱାମୀଙ୍କ ବମ୍ବେ ହାଇକୋର୍ଟ ମାମଲାକୁ ସୂଚିତ କରି ଏହି ଆଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ମାମଲା ପ୍ରତ୍ୟାହାର କରିବି କହିଲେ ମୃତକଙ୍କ ସ୍ୱାମୀ

ସେପଟେ ଘଟଣା ନେଇ ମୃତକଙ୍କ ସ୍ୱାମୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ''ଘଟଣାରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୁଲ ନାହିଁ । ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ତାଙ୍କୁ ଗିରଫ କରାଯାଇଛି । ଏନେଇ ମୋ ପାଖରେ କୌଣସି ସୂଚନା ନାହିଁ । ଅଲ୍ଲୁ ଅର୍ଜୁନଙ୍କ ଗିରଫ ନେଇ ପୋଲିସ ପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଇନି । ମୁଁ ମାମଲା ପ୍ରତ୍ୟାହାର କରିନେବି ।''

14 ଦିନିଆ ରିମାଣ୍ଡରେ ପଠାଇଥିଲେ ନାମ୍ପଲି କୋର୍ଟ

କହିରଖୁଛୁ କି, ଅଭିନେତାଙ୍କୁ ଆଜି ହାଇଦ୍ରାବାଦର ଚିକ୍କଡପଲ୍ଲି ପୋଲିସ ଗିରଫ କରି ନାମ୍ପଲି କୋର୍ଟରେ ହାଜର କରିଥିଲା । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା ପୋଲିସ । ଯାହାର ଶୁଣାଣି କରିଥିଲେ କୋର୍ଟ । ଘଟଣାରେ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ 14 ଦିନିଆ ରିମାଣ୍ଡରେ ପଠାଇଥିଲେ । ବର୍ତ୍ତମାନ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଭିନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଅଲ୍ଲୁ ଅର୍ଜୁନ ଗିରଫ; ଭଡ଼କିଲେ ଫ୍ୟାନ୍ସ, ସ୍କୁଲ ବନ୍ଦ କରିବାକୁ କଲେ ଦାବି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details