ଭୁବନେଶ୍ୱର:ସାଇବର ଠକାମି କରି ଟଙ୍କା ଠକି ନେଉଥିଲେ । ଠକେଇ ଟଙ୍କାରେ ତିଆରି କରୁଥିଲେ ଫିଲ୍ମ । ଏପରି ଠକେଇ ଅଭିଯୋଗରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିବା ଜଣେ ପ୍ରଯୋଜକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁର ଚେନ୍ନାଇରୁ ଅଭିଯୁକ୍ତ ପ୍ରଯୋଜକକୁ ଗିରଫ କରିବା ପରେ ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଛନ୍ତି । ତାଙ୍କଠୁ ୬୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି । ଏନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ତାମିଲନାଡୁର ଠକ ଫିଲ୍ମ ପ୍ରଯୋଜକ ଗିରଫ
ଡିସିପିଙ୍କ ସୂଚନା ଅନୁସାରେ, ହ୍ୱାଟସପ ଗ୍ରୁପରେ ଅଭିଯୁକ୍ତ ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ । ଲୋକଙ୍କୁ ଗୋଲ୍ଡ ମାନ ସାଚ ନାଁରେ ନକଲି କମ୍ପାନୀରେ ନିବେଶ ପାଇଁ ପ୍ରବର୍ତ୍ତାଇ ଥିଲେ । ଇଣ୍ଟରନାଲ ଇକ୍ୟୁଇଟି ଭଳି ପିଆଇଓ ଇନଭେଷ୍ଟମେଣ୍ଟ ପ୍ଲାନ୍ ଆଳରେ ୧୯ଲକ୍ଷ ୫୦ହଜାର ଟଙ୍କା ସେୟାର ଆଇପିଓ କିଣିବା ଆଳରେ ନିବେଶ କରିବା କହୁଥିଲେ । ଯାହାକୁ ବିଭିନ୍ନ ଜାଗାରେ ଇନଭେଷ୍ଟମେଣ୍ଟ କରାଯାଉଥିବା କହୁଥିଲେ । ବହୁ ପରିମାଣର ରିଟର୍ଣ୍ଣ ପାଇବେ ଲୋଭ ଦେଖାଇଥିଲେ । ଏନେଇ ଖଣ୍ଡଗିରିର ଜଣେ ବୃଦ୍ଧ ଏପରି ନିବେଶ କରିଥିଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଠକଙ୍କ ହାବୁଡରେ ପଡିଯାଇଛନ୍ତି । ତୁରନ୍ତ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ସାଇବର ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ପ୍ରକାଶ ଏମଙ୍କୁ ତାମିଲନାଡୁରୁ ଧରିବାରେ ସଫଳ ହୋଇଥିଲା ସ୍ପେଶାଲ ଟିମ୍ । ଗିରଫ ଅଭିଯୁକ୍ତ ନିଜକୁ ତାମିଲନାଡୁର ଜଣେ ପ୍ରଯୋଜକ ବୋଲି ପରିଚୟ ଦେଇଥିଲେ । ତେବେ ସେ ବାସ୍ତବିକରେ ଜଣେ ଫିଲ୍ମ ପ୍ରଡ୍ୟୁସର କି ନାହିଁ ସେଦିଗରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।
ଲୋକଙ୍କୁ ଡିସିପିଙ୍କ ଅନୁରୋଧ