ହାଇଦ୍ରାବାଦ:ତାରକ ମେହତା କା ଉଲଟା ଚଷମାର ଅଭିନେତା ନିଖୋଜ । ସୋଧି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂ ନିଖୋଜ ହୋଇଥିବା ଜଣାପଡିଛି । ଏହି ଖବର ସାମ୍ନକୁ ଆସିବା ପରେ ଟେଲିଭିଜନ ଜଗତରେ ଆତଙ୍କ ଖେଳିଯାଇଛି । ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ ମଧ୍ୟ କରିଛନ୍ତି ।
ପୋଲିସ କ୍ରମାଗତ ଭାବେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରୁଥିବା କଥା କୁହାଯାଇଛି । ଏନେଇ ତାଙ୍କ ବନ୍ଧୁ ସୋନି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ନେଇ ସେ କହିଛନ୍ତି । ତେବେ ସେ ଶ୍ରୀଘ୍ର ଫେରିବେ ଏବଂ ତାଙ୍କ ପରିବାର ସହିତ ଲଗାତାକ ସେ ଯୋଗଯୋଗରେ ରହିଥିବା ନେଇ ଆଶା ରଖିଥିବା କଥା କହିଛନ୍ତି ସୋନି ।
କିଛି ଦିନ ହେବ ଠିକ ନଥିଲା ସ୍ବାସ୍ଥ୍ଯବସ୍ଥା:ସୋନି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ତାଙ୍କ ପିତାମାତା ଚିନ୍ତିତ ହୋଇ ଦିଲ୍ଲୀର ଏକ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି । ମୁଁ ମଧ୍ୟ ମୁମ୍ବାଇରେ ଅଭିଯୋଗ କରିବି । ଗତ କିଛି ଦିନ ଧରି ଗୁରୁଚରନଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା । ତେଣୁ ସେଥିପାଇଁ ମୁଁ ଟିକେ ଚିନ୍ତାରେ ରହିଛି । ଦିଲ୍ଲୀ ଯିବା ପୂର୍ବରୁ ତାଙ୍କର ବିପି ଅଧିକ ଥିଲା ଏବଂ ସେ କିଛି ପରୀକ୍ଷା ମଧ୍ୟ କରିଥିଲେ । ସେ ଯିବା ପୂର୍ବରୁ ମଧ୍ୟ ଠିକ୍ ଖାଉ ନଥିଲେ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ଯେ ସେ ନିରାପଦରେ ଘରକୁ ଫେରନ୍ତୁ ।"