ମୁମ୍ବାଇ: ସାଉଥ ସୁପରଷ୍ଟାର ସୂରିୟାଙ୍କ 'କଙ୍ଗୁୱା'ର ଟିଜର ରିଲିଜ ହୋଇଯାଇଛି । ଗ୍ରୀନ୍ ଷ୍ଟୁଡିଓ ଦ୍ୱାରା ନିର୍ମିତ ଫିଲ୍ମ 'କଙ୍ଗୁୱା' 2024ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ତେବେ ନିକଟରେ ଫିଲ୍ମର ପ୍ରଥମ ଲୁକ୍, ପୋଷ୍ଟରର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏହି ଟିଜର ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।
ଫିଲ୍ମ ନିର୍ମାତା 'ଆଦନା ଆର୍ଟ ଷ୍ଟୁଡିଓ'ରେ ଫିଲ୍ମର ଡବିଂ ଆରମ୍ଭ କରିଛନ୍ତି । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସୂରିୟା ମଧ୍ୟ ତାଙ୍କର ଡବିଂ ଆରମ୍ଭ କରିଛନ୍ତି । ବଡ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ସୁଟିଂ ପ୍ରାୟ ଦୁଇବର୍ଷ ଧରି ଚାଲିଥିଲା ଏବଂ ବର୍ତ୍ତମାନ ଏହାର ପୋଷ୍ଟ-ପ୍ରଡକ୍ସନ କାର୍ଯ୍ୟ ଚାଲିଛି । କିଛି ଦିନ ପୂର୍ବରୁ ଷ୍ଟୁଡିଓ ଗ୍ରୀନର ନିର୍ମାତା ମଧ୍ୟ ବବି ଦେଓଲଙ୍କୁ ଫିଲ୍ମର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ବବିଙ୍କ ସହ ଅଭିନେତ୍ରୀ ଦିଶା ପାଟାନି ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।