ହାଇଦ୍ରାବାଦ:ଦିଲ୍ଲୀ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ତାଙ୍କ ଜନ୍ମଦିନ ବିଶେଷ ଉପହାର ଦେଇଛନ୍ତି । ୧୧ ଅଗଷ୍ଟରେ ଜ୍ୟାକଲିନ ତାଙ୍କର 39 ତମ ଜନ୍ମଦିନ ପାଳନ କରିଥିବା ବେଳେ ସୁକେଶ ତାଙ୍କୁ ଏକ ଜାହାଜ ଉପହାର ଦେଇଛନ୍ତି । ଅଭିନେତ୍ରୀଙ୍କୁ ସୁକେଶ ଦେଇଥିବା ଏହି ଜାହାଜର ନାମ ମଧ୍ୟ ଜ୍ୟାକଲିନଙ୍କ ନାମରେ ରଖାଯାଇଛି । ଅଭିନେତ୍ରୀଙ୍କୁ ଚିଠି ଲେଖି ସୁକେଶ ଏହା ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଗାର୍ଲଫ୍ରେଣ୍ଡର ଜନ୍ମଦିନରେ ସୁକେଶ ୱାୟନାଡ ଭୂସ୍କଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ।
ଏହି ଜାହାଜର ନାମ ହେଲା 'ଲେଡି ଜ୍ୟାକଲିନ'
ଏହା ହେଉଛି ସମାନ ଜାହାଜ ଯାହାକି ୨୦୨୧ ମସିହାରେ ଜ୍ୟାକଲିନଙ୍କ ପାଇଁ ସୁକେଶ ବାଛିଥିଲେ, ସୁକେଶ ତାଙ୍କ ଚିଠିରେ କହିଛନ୍ତି ଯେ 'ଲେଡି ଜ୍ୟାକଲିନ' ନାମକ ଏହି ଜାହାଜ ଏହି ମାସରେ ଡେଲିଭର କରାଯିବ । ସେ କହିଛନ୍ତି ଯେ ଜାହାଜର ସମସ୍ତ ଟିକସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ । ଜ୍ୟାକଲିନ ମଧ୍ୟ ପଶୁ କଲ୍ୟାଣ କ୍ଷେତ୍ର ପାଇଁ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ସୁକେଶ କହିଛନ୍ତି ଯେ ସେ ବେଙ୍ଗାଲୁରୁର ଗୃହପାଳିତ ପଶୁମାନଙ୍କ ପାଇଁ ଏକ ଡାକ୍ତରଖାନା ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଛନ୍ତି ।
ୱାୟନାଡ ଭୂସ୍ଖଳନ ପୀଡିତଙ୍କୁ କଲେ ସହାୟତା