ଓଡିଶା

odisha

'ତୋ ପାଇଁ ମୁଁ ଗାଉଛି ଗୀତ'ର ଶୁଭ ମହୁରତ, ଦର୍ଶକ ଦେଖିବେ ବଙ୍ଗୀୟ ହିରୋଇନ ଓ ଛତିଶଗଡ଼ୀ ହିରୋଙ୍କ କେମେଷ୍ଟ୍ରି - To Pain Mu Gauchhi Geeta

By ETV Bharat Odisha Team

Published : Aug 1, 2024, 6:20 PM IST

Odia Film Mahurat: ସଂଗୀତ, ସାଧନା, ସଂଘର୍ଷ ଓ ସଫଳତାକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୋ ପାଇଁ ମୁଁ ଗାଉଛି ଗୀତ' । ଏହି ଫିଲ୍ମରେ ବଙ୍ଗୀୟ ହିରୋଇନଙ୍କ ସହ ଛତିଶଗଡ଼ୀ ହିରୋଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ଜାଣନ୍ତୁ ଫିଲ୍ମର କାହାଣୀ କ'ଣ ଓ କିଏ ଅଭିନୟ କରିଛନ୍ତି ।

Odia Film Mahurat
Odia Film Mahurat (ETV Bharat Odisha)

ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର 'ତୋ ପାଇଁ ମୁଁ ଗାଉଛି ଗୀତ'ର ଶୁଭ ମହୁରତ ହୋଇଯାଇଛି । ସଂଗୀତ, ସାଧନା, ସଂଘର୍ଷ ଓ ସଫଳତାକୁ ନେଇ ଏହି ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଆରୋହୀ ମିଡିଆ ହାଉସ ଦ୍ବାରା ପ୍ରସ୍ତୁତ ଏକ ପାରିବାରିକ ତଥା ସଙ୍ଗୀତ ଭିତ୍ତିକ ଓଡ଼ିଆ ଚଳଚ୍ଚିତ୍ର 'ତୋ ପାଇଁ ମୁଁ ଗାଉଛି' ଗୀତର ମହୁରତ ରାଜଧାନୀର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି ।

Odia Film Mahurat (ETV Bharat Odisha)

ଚଳଚ୍ଚିତ୍ରର କାହାଣୀ:

ସାନ ଭାଇର ସଙ୍ଗୀତର ସାଧନାକୁ ସଫଳ କରିବା ପାଇଁ ବଡ ଭାଇ କିଭଳି ତ୍ୟାଗ କରୁଛି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଭାଇ ଭାଇର ଏହି ସୁନ୍ଦର ସମ୍ପର୍କକୁ ନେଇ ସିନେମାଟି ଗତିଶୀଳ ହୋଇଛି ।

Odia Film Mahurat (ETV Bharat Odisha)

ପ୍ରମୁଖ ଭୂମିକାରେ କିଏ ?

ଛତିଶଗଡ଼ ନାୟକଙ୍କ ସହ ବଙ୍ଗୀୟ ନାୟିକାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ । ମୁଖ୍ୟ ଚରିତ୍ରରେ ଅଭିନେତା ଆକାଶ ସୋନି ରହିଥିବାବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଡୋନା ରହିଛନ୍ତି । ଅନ୍ୟ ଭୂମିକାରେ ଅଭିଜ୍ଞ କଳାକାର ଶ୍ରୀତମ ଦାସ ,ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି ଓ ଅର୍ପଣ ମିଶ୍ରଙ୍କ ସମେତ ବହୁ ଜଣାଶୁଣା କଳାକାର ଅଭିନୟ କରିଛନ୍ତି ।

ପ୍ରଯୋଜନା ଓ ନିର୍ଦ୍ଦେଶନା :
ଚଳଚ୍ଚିତ୍ରର ପରିକଳ୍ପନା ସହିତ ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା କରିଛନ୍ତି ସୁମନ୍ତ କୁମାର ସଅ। କାହାଣୀ ରଚନା କରିଛନ୍ତି ଅସିତ ପତି ଏବଂ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ। ଡଃ ନିର୍ମଳ ନାୟକଙ୍କ ଗୀତକୁ ସୁନ୍ଦର ଭାବେ ସଙ୍ଗୀତର ରୂପ ଦେଇଛନ୍ତି ଅଭିଜିତ ମଜୁମଦାର। ଚିତ୍ରତ୍ତୋଳନରେ ଅଛନ୍ତି ଚିତ୍ତରଞ୍ଜନ ବିଶ୍ୱାଳ । ଏହି ଫିଲ୍ମଟି ଏକ ସମ୍ପୂର୍ଣ୍ଣ ପାରିବାରିକ ସହିତ ସଙ୍ଗୀତମୟ ଚଳଚ୍ଚିତ୍ର । ସଙ୍ଗୀତ ପାଇଁ ମଣିଷର ତ୍ୟାଗ ଓ ପରିବାର ପ୍ରତି ତ୍ୟାଗ ଏଥିରେ ପ୍ରତିଫଳିତ ହୋଇଛି । ପ୍ରେମ, ପ୍ରଣୟର ମିଶ୍ରଣ ଭିତରେ ସଙ୍ଗୀତ ପାଇଁ ଥିବା ତ୍ୟାଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏମିତି କିଛି ସଙ୍ଗୀତ ଭିତ୍ତିକ ଧାରାରେ କାହାଣୀ ଗଢ଼ା ହୋଇ ମହୁରତ ପରେ ସୁଟିଂ ଫ୍ଲୋରକୁ ଓହ୍ଲାଇଛି 'ତୋ ପାଇଁ ମୁଁ ଗାଇବି ଗୀତ' ଚଳଚ୍ଚିତ୍ର ।

ଏହା ବି ପଢନ୍ତୁ...ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି; ଆସୁଛି ବାବୁସାନ ନୂଆ ଫିଲ୍ମ 'ସୋନକ' - Babushaan Mohanty New Movie Sonak

ମହୁରତରେ ବହୁ ଅତିଥିଙ୍କ ଯୋଗଦାନ:
'ଚଳଚ୍ଚିତ୍ରର ବଳିଷ୍ଠ କାହାଣୀ ଏବଂ ଚଳଚ୍ଚିତ୍ର ସହିତ ଜଡିତ ଥିବା ଦମଦାର ଟିମ୍ ଉପରେ ଅନେକ ବିଶ୍ୱାସ ରହିଛି' ବୋଲି କହିଛନ୍ତି ପ୍ରଯୋଜକ । ବିଗତ ଦିନ ମାନଙ୍କରେ ସଫଳତା ପାଇଥିବା ଅନେକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଭିତରୁ 'ତୋ ପାଇଁ ମୁଁ ଗାଇବି ଗୀତ' ଢେର ସଫଳତା ପାଇବ ଏବଂ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି । ସେପଟେ ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ସିନେ ଜଗତର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ, ଯୁଗଳ ଦେବତା ,ବରିଷ୍ଠ ଅଭିନେତା ଅସିତ ପତି, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details