ହାଇଦ୍ରାବାଦ:'ସ୍କ୍ୱିଡ ଗେମ' ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସୁଛି ତୃତୀୟ ସିଜନ । 'ସ୍କ୍ୱିଡ ଗେମ' ପ୍ରଥମ, ଦ୍ୱିତୀୟ ଭାଗ ସଫଳତା ପରେ ନିର୍ମାତା ଏହା ତୃତୀୟ ଭାଗ ଆସୁଛି । ୧ ଜାନୁଆରୀ ୨୦୨୫ରେ ନେଟଫ୍ଲିକ୍ସ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସିଜିନ୍ 3 ଘୋଷଣା କରିଥିଲା । ବର୍ତ୍ତମାନ ଫିଲ୍ମର ରିଲିଜ ଡେଟ୍ ଷ୍ଟାରକାଷ୍ଟ ଏବଂ କାହାଣୀ ବିଷୟରେ ଅପଡେଟ୍ ସାମ୍ନାକୁ ଆସିଛି । ନିକଟରେ ଦ୍ୱିତୀୟ ଭାଗ ଅନଲାଇନରେ ବେଶ ମନୋରଞ୍ଜନ କରିଥିଲା । ବର୍ତ୍ତମାନ ନୂଆ ଟ୍ୱିଷ୍ଟ ସହ ତୃତୀୟ ସିଜନ ଆସିବାକୁ ଯାଉଛି । ଫ୍ୟାନ୍ସ ଏହାର ରିଲିଜକୁ ନେଇ ଉତ୍ସାହିତ ରହିଛନ୍ତି ।
ଏହି ଦିନ ଆସିପାରେ 'Squid Game' ସିଜନ 3
ସିରିଜ୍ର ନିର୍ମାତା ହ୍ୱାଙ୍ଗ୍ ଡୋଙ୍ଗ୍-ହ୍ୟୁକ୍ ସମ୍ପ୍ରତି ସ୍କ୍ୱିଡ୍ ଗେମ୍ ସିଜିନ୍ 3 ରିଲିଜ ବିଷୟରେ ସେୟାର କରିଛନ୍ତି, ପ୍ରଶଂସକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ନୂତନ ସିଜିନ୍ ଆଶାଠାରୁ ଶୀଘ୍ର ଆସିବ। ତଥାପି, ହ୍ୱାଙ୍ଗ୍, 2025 ଗୋଲ୍ଡେନ୍ ଗ୍ଲୋବ୍ସରେ ଏକ ନ୍ୟୁଜୱାୟାର ସହିତ କଥାବାର୍ତ୍ତା କରିବା ସମୟରେ, ସିରିଜ ମେ ରେ ରିଲିଜ ଗୁଜବକୁ ଖଣ୍ଡନ କରିଥିଲେ କିନ୍ତୁ ନିଶ୍ଚିତ କରିଥିଲେ ଯେ ଏହି ବର୍ଷ ଶେଷ ଆଡ଼କୁ ସିଜିନ ରିଲିଜ ହେବ । ସେପଟେ କିନ୍ତୁ ସିରିଜର ରିଲିଜ ଡେଟ୍ ଲିକ୍ ହୋଇଛି । ନିକଟରେ Netflix କୋରିଆ YouTube ଭିଡିଓ ଜୁନ୍ 27, 2025 ର ରିଲିଜ ତାରିଖ ଲିକ୍ ହୋଇଥିଲା । ହେଲେ ପରେ ଏହାକୁ ଡିଲିଟ କରାଯାଇଛି । ବର୍ତ୍ତମାନ Netflix ଏନେଇ କୌଣସି ସୂଚନା ଦେଇନଥିବା ବେଳେ କିନ୍ତୁ ପ୍ରଶଂସକମାନେ 2025 ମଧ୍ୟଭାଗରେ ଏହା ରିଲିଜ ନେଇ ଆଶାବାଦୀ ।
ସ୍କ୍ୱିଡ୍ ଗେମ୍ ସିଜନ୍ 3 କାଷ୍ଟ