ଓଡିଶା

odisha

ETV Bharat / entertainment

'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' ଆସିଲା ରିଭ୍ୟୁ; ବ୍ଲକବ୍ଲଷ୍ଟର ନା ଫ୍ଲପ୍...ଅଜୟ ଦେବଗନ ନା କାର୍ତ୍ତିକ ଆର୍ଯ୍ୟନ, କିଏ କାହା ଉପରେ ପଡିଲା ଭାରୀ ?

'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' ନେଇ ସାମ୍ନାକୁ ଆସିଲା ରିଭ୍ୟୁ । ଦର୍ଶକଙ୍କ ମନ ଜିତିବାରେ କେଉଁ ଫିଲ୍ମ ହେଲା ସଫଳ ? ଜାଣନ୍ତୁ,

singham again bhool bhulaiyaa 3 x review
singham again bhool bhulaiyaa 3 x review (film poster)

By ETV Bharat Entertainment Team

Published : Nov 1, 2024, 1:42 PM IST

ହାଇଦ୍ରାବାଦ:ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' ଶେଷରେ ମୁକ୍ତିଲାଭ କରିଛି । ନଭେମ୍ବର 1 ରେ ଉଭୟ ଫିଲ୍ମ ଏକାସାଙ୍ଗେ ରିଲିଜ କରିଛନ୍ତି । ପ୍ରଥମ ଦିନରେ ଥିଏଟରରେ ଭିଡ଼ ଜମିଥିବା ବେଳେ ପ୍ରଥମ ଶୋ' ଦେଖି ସୋସିଆଲ ମିଡିଆରେ ରିଭ୍ୟୁ ସେୟାର କରିଛନ୍ତି ଦର୍ଶକ । ସୋସିଆଲ ମିଡିଆ ଏକ୍ସରେ ଉଭୟ ଫିଲ୍ମ ନେଇ ଲୋକେ ପ୍ରତିକ୍ରିୟା ଦେଉଥିବା ବେଳେ କେଉଁ ଫିଲ୍ମ କିଭଳି ହୋଇଛି ?ଜାଣନ୍ତୁ,

'ସିଙ୍ଗମ ଏଗେନ' ଏକ୍ସ ରିଭ୍ୟୁ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ 'ସିଙ୍ଗମ ଏଗେନ' ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିଥିବା ବେଳେ ଏହା ଏକ ବଡ଼ ପାୱାରଫୁଲ ଫ୍ୟାକେଜ ଫିଲ୍ମ ହୋଇଛି । ଯଦି ଆମେ ସମୀକ୍ଷା ବିଷୟରେ କଥା ହେବା, କିଛି ଲୋକ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଥିବାବେଳେ କିଛି ଲୋକ ଫିଲ୍ମର କାହାଣୀକୁ ନେଇ ନିରାଶ ହୋଇଛନ୍ତି । ଜଣେ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, 'ସିଙ୍ଘମ ଏଗେନ' ପୁରା ଏଣ୍ଟରଟେନର ଫିଲ୍ମ । ଅଜୟ ଦେବଗନ ଥିଏଟରରେ ଧମାକା କରିଥିବାବେଳେ ଅକ୍ଷୟ କୁମାର ପୁରା ଲାଇମଲାଇଟ୍ ଚୋରି କରିଛନ୍ତି । ଫିଲ୍ମର ଦ୍ୱିତୀୟାର୍ଦ୍ଧ ଦମଦାର ଥିଲା । ରୋହିତ ଶେଟ୍ଟୀ ଅନେକ ମସଲା ଏବଂ ହାସ୍ୟରସ ପରିବେଷଣ କରିଛନ୍ତି, ଏହା ମଜା ଥିଲା ।

ତରଣ ଆଦର୍ଶ ପୁଣିଥରେ ସିଙ୍ଘମ ଏଗେନକୁ 4 ଷ୍ଟାର ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନେକ ସଲମାନ ଖାନଙ୍କ ଚୁଲବୁଲ ପାଣ୍ଡେଙ୍କ କ୍ୟାମିଓକୁ ବହୁତ ପସନ୍ଦ କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ରୋହିତ ଶେଟ୍ଟୀ ଏବଂ ଅଜୟ ଦେବଗନଙ୍କ ସିଙ୍ଘମ ପୁଣି ଏକ ଦିୱାଲି ଧମାକା'। ଆଉ ଜଣେ ଲେଖିଛନ୍ତି, 'ସିଙ୍ଘମ ପୁଣି ଦେଖିବା ଏକ ପୁରୁଣା ଚଳଚ୍ଚିତ୍ର ପରି ଥିଲା, କିଛି ନୂଆ ନାହିଁ, ସେମାନେ କାହିଁକି କିଛି ନୂଆ ଚେଷ୍ଟା କରୁନାହାନ୍ତି । ସେପଟେ ଅର୍ଜୁନ କପୁର ଏବଂ ଟାଇଗର ଶ୍ରଫଙ୍କ ଲୁକକୁ ବି ଅନେକ ପ୍ରଶଂସା କରିଛନ୍ତି ତ ଆଉ କେତେକ ଦୀପିକାଙ୍କ ରୋଲ୍ କୁ ନେଇ ନିରାଶ ହୋଇଛନ୍ତି । କହିରଖୁଛି କି, ଅର୍ଜୁନ କପୁର ଏଥିରେ ଭିଲେନ ଭୂମିକାରେ ନଜର ଆସିଥିବା ବେଳେ ଟାଇଗର ଶ୍ରଫ ପୋଲିସ ଏବଂ ଦୀପିକା ପାଦୁକୋନ ଲେଡି ସିଙ୍ଘମ ଭୂମିକାରେ ନଜର ଆସିଛନ୍ତି ।

'ଭୁଲ ଭୁଲେୟା 3' ଏକ୍ସ ରିଭ୍ୟୁ

ସେହିପରି 'ଭୁଲ ଭୁଲେୟା 3' ଏକ୍ସ ରିଭ୍ୟୁ ଆସିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମକୁ 4 ଷ୍ଟାର ମୂଲ୍ୟାୟନ ଦେଇଛନ୍ତି। ସେ ଲେଖିଛନ୍ତି, 'ମନୋରଞ୍ଜନ, ହରର, କମେଡି, ହରର ସସପେନ୍ସ । ଏକ୍ସ-ରିଭ୍ୟୁ ବିଷୟରେ କହିବାକୁ ଗଲେ ଦର୍ଶକ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, 'ପୁରା ପଇସା ବସୁଲ ଚଳଚ୍ଚିତ୍ର, ବିଶେଷ କରି ଦ୍ୱିତୀୟାର୍ଦ୍ଧ ଭଲ ଥିଲା'। ଜଣେ ଲେଖିଛନ୍ତି, 'କୌଣସି ରୋମାଞ୍ଚ ନାହିଁ, ସ୍କ୍ରିପ୍ଟ ମଧ୍ୟ ଭଲ ନୁହେଁ ଏବଂ ଥଟ୍ଟାର ସମୟ ମଧ୍ୟ ଖରାପ, ଭୁଲ ଭୁଲେୟା 3 ଠାରୁ ଆଶା ଅଧିକ ଥିଲା।'

ଏହା ମଧ୍ୟ ପଢନ୍ତୁ:ଦୀୱାଲିରେ ବକ୍ସ ଅଫିସରେ କଡା ଟକ୍କର; ପରଦାକୁ ଆସିଲା 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । 'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ଓ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details