ଓଡିଶା

odisha

ETV Bharat / entertainment

ପରଦାରେ 'ପରବ': ପ୍ରଥମ ଦିନ ହାଉସଫୁଲ୍, ସମାଜସେବାରେ ଲାଗିବ ଲାଭ ରାଶି - ODIA FILM PARAB RELEASE

ସାରା ଓଡ଼ିଶାରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ପରବ' । ପ୍ରଥମ ଦିନରେ ପ୍ରଥମ ଶୋ' ଦେଖି ଝୁମିଲେ ଦର୍ଶକ ।

odia film parab release
odia film parab release (film poster)

By ETV Bharat Entertainment Team

Published : Dec 21, 2024, 2:59 PM IST

ଭୁବନେଶ୍ୱର:ସାରା ଓଡ଼ିଶାରେ ଓଡ଼ିଆ ଚଳଚିତ୍ର ମୁକ୍ତିଲାଭ କଲା 'ପରବ'। ବିନା ପରବରେ ଏହି ଚଳଚିତ୍ର ମୁକ୍ତିଲାଭ କରିଥିବା ବେଳେ ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଏହି ଫିଲ୍ମ ଦେଖିବାକୁ ହଲ୍ ରେ ସିନେପ୍ରେମୀଙ୍କ ଜମିଥିଲା ପ୍ରବଳ ଭିଡ଼ । ସିଦ୍ଧାନ୍ତ ଫ୍ୟାନ୍ସଙ୍କ ସମେତ ଓଲିଉଡ଼ର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ଏବଂ ସିନେ ସମୀକ୍ଷକ ଏକାଠି ବସି ପରବ୍ ଦେଖିଥିଲେ । ସିଦ୍ଧାନ୍ତଙ୍କ ଦମଦାର ସଂଳାପର ତାଳିରେ କମ୍ପିଥିଲା ପ୍ରେକ୍ଷାଳୟ । ଏହାସହ ପରବ୍ ଗୀତର ତାଳରେ ଝୁମିଥିଲେ ଦର୍ଶକ ।

odia film parab release (film poster)

'ପରବ' କାହାଣୀ
ଓଡ଼ିଶା ଓ ଆନ୍ଧ୍ର ରାଜ୍ୟ ମଧ୍ୟରେ ପୂର୍ବରୁ କିପରି ବିବାଦ ରହିଥିଲା ଓ ରାଜ୍ୟବାସୀଙ୍କୁ କ'ଣ ସବୁ ସହିବାକୁ ପଡିଥିଲା ତାହା ହିଁ 'ପରବ୍' ର କାହାଣୀ । ପରବ ଯାହା ଆମ ସାମାଜିକ ମନାମାଳିନ୍ୟକୁ ଦୂର କରୀ ଆମ ମନକୁ ମିଳାଇ ଭାଇଚାରାର ବାର୍ତ୍ତା ଦିଏ ଆଉ ହସର ଖୋରାକ ସାଜିଥାଏ । ଆମ ସଂସ୍କୃତି ଓ ପରମ୍ପରା କେତେ ମହାନ ତାର ନିଦର୍ଶନ ଦିଏ । ସେହି ପରବକୁ ମନାଇବ ପାଇଁ କଣ ସବୁ ଘଟିଛି ତାହାହିଁ ଏହି ସିନେମାର ଦେଖିବାକୁ ମିଳିଛି । ସୀମା ରେଖାର ବିବାଦ ଠାରୁ ବି ବଡ ମଣିଷପଣିଆ ବୋଲି ସୁନ୍ଦର ଏକ ବାର୍ତ୍ତାକୁ ପ୍ରତିପାଦିତ କରିଛି ଏହି ଚଳଚିତ୍ର । ଏହି ଫିଲ୍ମ ମାଧ୍ୟମରେ ଆନ୍ଧ୍ର ଓ ଓଡିଶା ସୀମା ବିବାଦ ର ସମାଧାନ କରିବା ପାଇଁ ଦାବି କରିଥିବା ବେଳେ ଏହି ବିବାଦ କିଛି ବ୍ୟକ୍ତିଗତ ଲୋକଙ୍କ ସ୍ୱାର୍ଥ ଓ ଭୁଲ ବୁଝାମଣାକୁ ନେଇ କେତେ ଭୟଙ୍କର ହୋଇପାରେ ତାହା ହିଁ ଏଥିରେ କାହାଣୀ ମାଧ୍ୟମରେ ଚିତ୍ରିତ ହୋଇଛି । ଯାହା ଲୋକଙ୍କ ମନ ଜିତିଛି ।

ସମାଜସେବାରେ ଲାଗିବ ଫିଲ୍ମର ଲାଭ ରାଶି
ସବୁଠୁ ବଡ଼ କଥା ହେଲା ଓଡ଼ିଆ ଫିଲ୍ମ 'ପରବ୍' ସହ ଆହ୍ୱାନ ନାମକ ଏକ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡି ହୋଇଛି । ଯିଏ ଶିକ୍ଷା କ୍ଷେତ୍ରଠୁ ଆରମ୍ଭ କରି ବିଭିନ୍ନ ଗାଁ କୁ ଆଦର୍ଶ ଗାଁରେ ପରିଣତ କରିବା । ବୃକ୍ଷ ରୋପଣ କରିବା ଇତ୍ୟାଦି କାମ କରିଥାନ୍ତି । ବାଙ୍ଗାଲୁରରେ ଅବସ୍ଥାପିତ ଯୁବ ସମାଜସେବୀ ବ୍ରଜ କିଶୋର ପ୍ରଧାନ ଆହ୍ୱାନ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ସମାଜ ପାଇଁ ଅନେକ ଉନ୍ନତି ମୂଳକ କାମ କରିଥାନ୍ତି । ତେବେ 'ପରବ୍' ରିଲିଜ ଅବସରରେ ପ୍ରଯୋଜକ ଦିପେନ୍ଦ୍ର ସାମଲ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି,''ଚଳଚ୍ଚିତ୍ରରୁ ଯାହା ଅର୍ଥ ରାଶି ବକ୍ସ ଅଫିସରୁ କଲେକ୍ସନ ହେବ ସେଥିରୁ କିଛି ଅଂଶ ଆହ୍ୱାନ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ସମାଜ ସେବା ପାଇଁ ଦାନ ସ୍ୱରୂପ ଦିଆଯିବ ।''

ଓଟିଟିରେ ଆସିବ ଓଡ଼ିଆ ଫିଲ୍ମ 'ପରବ'

କେବଳ ଏତିକି ନୁହେଁ ହଲ୍ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ 'ପାନୋରମା ଷ୍ଟୁଡ଼ିଓ' ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ । ଏନେଇ ନିର୍ମାତା ଦୀପେନ୍ଦ୍ର ସାମଲ କହିଛନ୍ତି, ''ପାନୋରମା ଷ୍ଟୁଡିଓ 'ପରବ'କୁ ସାରା ଦେଶରେ ଫିଲ୍ମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ 'ପରବ'କୁ Satellite ଠାରୁ ଆରମ୍ଭ କରି ଓଟିଟିରେ ରିଲିଜ କରିବାର ଦାୟିତ୍ୱ ନେଇଛନ୍ତି । ତେବେ ଖୁବଶୀଘ୍ର ଜାତୀୟ ଓଟିଟିରେ ରିଲିଜ ହେବ 'ପରବ' ।

ଏହା ମଧ୍ୟ ପଢନ୍ତୁ:'ଓଲିଉଡ଼ ପାଇଁ ଖୋଲିଲା ପାନ ଇଣ୍ଡିଆ ଡୋର୍', ୩ ଭାଷାରେ ଆସୁଛି ପରବ

'ପରବ'ର ଷ୍ଟାରକାଷ୍ଟ

ଜେପି ମୋସନ ବ୍ୟାନର ତଥା ଯୁବ ପ୍ରଯୋଜକ ଦିପେନ୍ଦ୍ର ସାମଲଙ୍କର 'ପରବ୍' ଚଳଚ୍ଚିତ୍ର ହେଉଛି ଦ୍ଵିତୀୟ ଅବଦାନ । ଓଡିଶା ତଥା ଓଡିଶା ବାହାରେ ୫୨ଟି ସିନେମା ହଲ୍ ଏବଂ ୧୧୫ଟି ସ୍କ୍ରିନରେ ଦର୍ଶକ ଦେଖିବାକୁ ପାଇବେ 'ପରବ୍' । ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବରିଷ୍ଠ ଅଭିନେତ୍ରୀ ଅନୁ ଚୌଧୁରୀ, ଦୀପନ୍ୱିତ ଦାସ ମହାପାତ୍ର, ନାୟିକା ସୂର୍ଯ୍ୟମୟୀ ମହାପାତ୍ର ଏବଂ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ କଳାକାରମାନେ 'ପରବ୍' ରେ ଅଭିନୟ କରିଛନ୍ତି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details