ଓଡିଶା

odisha

ETV Bharat / entertainment

ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଓଡ଼ିଆ ଫିଲ୍ମ 'ପରବ', ମିଳିଲା U/A ସାର୍ଟିଫେକେଟ୍ - PARAB UA CERTIFICATE

ଓଡ଼ିଆ ଫିଲ୍ମ 'ପରବ' ସିବିଏଫସି ଦ୍ୱାରା ପାସ୍ ହୋଇଛି । ଚଳଚ୍ଚିତ୍ରଟି U / A ସାର୍ଟିଫିକେଟ୍ ପାଇଛି ।

odia film parab gets the u slash a certificate
odia film parab gets the u slash a certificate (film poster)

By ETV Bharat Entertainment Team

Published : Dec 18, 2024, 4:55 PM IST

ହାଇଦ୍ରାବାଦ: ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ 'ପରବ' । ଫିଲ୍ମଟି ଡିସେମ୍ୱର 20ରେ ପରଦାକୁ ଆସୁଛି । ତେବେ ରିଲିଜ ପୂର୍ବରୁ ଫିଲ୍ମ ସିବିଏଫସି ଦ୍ୱାରା ପାସ୍ ହୋଇଛି । ଚଳଚ୍ଚିତ୍ରଟି U / A ସାର୍ଟିଫିକେଟ୍ ପାଇଛି । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ନିର୍ମାତା ଏହି ସୂଚନା ଦେଇଛନ୍ତି । ତେବେ ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ପରବ'କୁ ମିଳିଲା U/A ସାର୍ଟିଫେକେଟ୍

ନିର୍ମାତା ଜେପି ମୋଶନ ପିକ୍ଚରର୍ସ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଏହା ସିବିଏଫସି ଦ୍ୱାରା ପାସ୍ ହୋଇଥିବା ସୂଚନା ଦେଇଛନ୍ତି । ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ''ତୁମର ବହୁ ପ୍ରତୀକ୍ଷିତ 'ପାରାବ' U / A ପ୍ରମାଣପତ୍ର ପାଇଛି ଏବଂ ତୁମେ ଏକ ରୋମାଞ୍ଚକର ଯାତ୍ରା କରିବାକୁ ପ୍ରସ୍ତୁତ ରୁହ । 2 ଘଣ୍ଟା 6 ମିନିଟ୍ 56 ସେକେଣ୍ଡର ସମୟ ସହ, ଏହି ସିନେମାଟିକ୍ ମାଷ୍ଟରପିସ୍ ଆପଣଙ୍କୁ ନିଜ ଆସନର ଧାରରେ ରଖିବ । 20 ଡିସେମ୍ବରରେ ପରଦାକୁ ଆସୁଛି ।''

'ପରବ'ର ଷ୍ଟାରକାଷ୍ଟ

ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ ଦମନ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ଏଥିସହ ଅନୁ ଚୌଧୁରୀ ଏହି ଫିଲ୍ମରେ ଅଭିନୟ କରିବା ସହ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ । ନିକଟରେ ଫିଲ୍ମର ଟିଜର, ଟ୍ରେଲର ଏବଂ ଟାଇଟାଲ ଟ୍ରାକ ରିିଲିଜ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଫିଲ୍ମ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି ।

3ଟି ଭାଷାରେ ରିଲିଜ ହେବ 'ପରବ'

ଏହି ଫିଲ୍ମ 3ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ । ଡିସେମ୍ୱର 20ରେ 200 ସ୍କ୍ରିନରେ ରିଲିଜ ହେବ ଫିଲ୍ମ । ନିକଟରେ ଫିଲ୍ମ ରିଲିଜ ନେଇ ନିର୍ମାତା ଦୀପେନ୍ଦ୍ର ସାମଲ କହିଥିଲେ ଯେ, ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଫିଲ୍ମକୁ ଆମେ ଏକାଠି ରିଲିଜ କରିବାକୁ ଚେଷ୍ଟା କରୁଛୁ । ଏହାର 10 ଦିନ ପରେ ତେଲୁଗୁ ଭାଷାରେ ରିଲିଜ କରିବାର ଯୋଜନା କରିଛୁ । କେବଳ ଏତିକି ନୁହେଁ ହଲ୍ ରିଲିଜ ପରେ ଏହି ଫିଲ୍ମ ଓଟିଟିରେ ମଧ୍ୟ ଆସିବ । ଯାହାକୁ ନେଇ ବଲିଉଡ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡ଼ିଓ 'ପାନୋରମା ଷ୍ଟୁଡ଼ିଓ' ସହ ହାତ ମିଳାଇଛନ୍ତି ଓଲିଉଡ ନିର୍ମାତା ଦୀପେନ୍ଦ୍ର ସାମଲ ।

ଏହା ମଧ୍ୟ ପଢନ୍ତୁ:'ଓଲିଉଡ଼ ପାଇଁ ଖୋଲିଲା ପାନ ଇଣ୍ଡିଆ ଡୋର୍', ୩ ଭାଷାରେ ଆସୁଛି ପରବ

'ପରବ' କାହାଣୀ

'ପରବ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମକୁ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଏହି ଫିଲ୍ମ ମଧ୍ୟ ଦମନ ପରି ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details