ଓଡିଶା

odisha

ETV Bharat / entertainment

ଆଇପିଏଲ ମ୍ୟାଚରେ ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍, ଫଟୋ ଦେଖି ତାଜୁବ ଅଭିନେତ୍ରୀ - Shraddha Kapoor IPL 2024

Shraddha Kapoor IPL 2024: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟଙ୍କୁ ଦେଖିବାକୁ ମିଳିଛି । ବର୍ତ୍ତମାନ ଏନେଇ ଫ୍ୟାନ୍ସ ସମେତ ଖୋଦ୍ ଶ୍ରଦ୍ଧା ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

By ETV Bharat Odisha Team

Published : Apr 14, 2024, 1:27 PM IST

ଆଇପିଏଲ ମ୍ୟାଚରେ ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍, ଫଟୋ ଦେଖି ତାଜୁବ ଅଭିନେତ୍ରୀ
ଆଇପିଏଲ ମ୍ୟାଚରେ ଶ୍ରଦ୍ଧା କପୁରଙ୍କ ଡୁପ୍ଲିକେଟ୍, ଫଟୋ ଦେଖି ତାଜୁବ ଅଭିନେତ୍ରୀ

ହାଇଦ୍ରାବାଦ:କୁହାଯାଏ ଯେ ଏହି ଦୁନିଆରେ 7 ଜଣ ଲୋକ ଅଛନ୍ତି, ଯାହାର ରୂପ ପରସ୍ପର ସହ ସମାନ । ଏହି ତାଲିକାରେ ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି, ଯାହାଙ୍କ ଚେହେରା ଇଣ୍ଡଷ୍ଟ୍ରିର ଅନ୍ୟ କଳାକାରମାନଙ୍କ ସହିତ ସମାନ । କ୍ୟାଟ୍ରିନା କୈଫ ଏବଂ ଜରିନ ଖାନ ଏହାର ଜ୍ୱଳନ୍ତ ଉଦାହରଣ । ଏହି ତାଲିକାରେ ବର୍ତ୍ତମାନ ଆଉ ଜଣେ ବଲିଉଡ ତାରକାଙ୍କ ନାଁ ସାମ୍ନାକୁ ଆସିଛି । ଚଳିତ ଆଇପିଏଲରେ ବର୍ତ୍ତମାନ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ହମସକଲଙ୍କୁ ଦେଖିବାକୁ ମିଳିଛି, ଯିଏ ଶ୍ରଦ୍ଧାଙ୍କ ପରି ସମାନ ରୂପ ଦେଖାଯାଉଛନ୍ତି ।

ଶ୍ରଦ୍ଧା କପୁରଙ୍କ ପୋଷ୍ଟ

ନିକଟରେ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜଣେ ମିଷ୍ଟ୍ରି ଗାର୍ଲଙ୍କ ଏକ ଫୁଟେଜ କଏଦ ହୋଇଥିଲା, ଯାହା ଏବେବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ପ୍ରଗତି ନାଗପାଲ ନାମକ ଜଣେ ଯୁବତୀଙ୍କ, ଯିଏ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭଳି ଦେଖାଯାନ୍ତି । ଏହା ଦେଖି ଅନେକ ଲୋକ ଭାବିଲେ ଯେ ଏହି ଯୁବତୀ ଜଣକ ଶ୍ରଦ୍ଧା କପୁର ହିଁ ଏବଂ ଅଭିନେତ୍ରୀ ସେମାନଙ୍କ ମଧ୍ୟରେ ବସି ମ୍ୟାଚ ଉପଭୋଗ କରୁଛନ୍ତି ।

ସେପଟେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଚକିତ ହୋଇଯାଇଛନ୍ତି ଶ୍ରଦ୍ଧା କପୁର । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଗତିଙ୍କ ମ୍ୟାଚ ଦେଖିବା ସମୟର ଏକ ସ୍କ୍ରିନସଟ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ହେ, ଏହା ମୁଁ ହିଁ ।' ଏହା ପରେ ସେ ଏକ ହସୁଥିବା ଇମୋଜି ସହ ଫିଲ୍ମ 'ମେ ହୁଁ ନା'ର ଟାଇଟଲ୍ ଟ୍ରାକ୍ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଫ୍ୟାନ୍ସ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ସମସ୍ତେ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ରିହାନାଙ୍କ କନସର୍ଟରେ ରୁମର୍‌ ବୟଫ୍ରେଣ୍ଡ ସହ ନଜର ଆସିଲେ ଶ୍ରଦ୍ଧା, ଭିଡିଓ ଭାଇରାଲ

ଶ୍ରଦ୍ଧା କପୁରଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଶ୍ରଦ୍ଧାଙ୍କୁ ଆଗାମୀ ନିର୍ଦ୍ଦେଶକ କୌଶିକଙ୍କ ବହୁ ପ୍ରତିକ୍ଷିତ କମେଡି ହରର ଫିଲ୍ମ 'ସ୍ତ୍ରୀ-୨'ରେ ଦେଖିବାକୁ ମିଳିବ । ହରର୍-କମେଡି ଫିଲ୍ମ 'ସ୍ତ୍ରୀ' ର ଏହା ସିକ୍ୱେଲ ଅଟେ । ପ୍ରଥମ ଭାଗ ଫିଲ୍ମଟି ଭାରତରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସ୍ତ୍ରୀର ସିକ୍ବେଲ ଆସିବାକୁ ଯାଉଛି । ଯାହା ପ୍ରଥମ ଭାଗ ରିଲିଜର ୬ ବର୍ଷ ପରେ ରିଲିଜ ହେବ । ଏହି ସିକ୍ବେଲରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ଯଥାକ୍ରମେ ସ୍ତ୍ରୀ, ବିକି ଏବଂ ରୁଦ୍ରଙ୍କ ଭୂମିକାରେ ପୁଣି ଅଭିନୟ କରିବେ । 'ସ୍ତ୍ରୀ-୨' ଅଗଷ୍ଟ ୩୧, ୨୦୨୪ରେ ରିଲିଜ ହେବ ।

ABOUT THE AUTHOR

...view details