ଓଡିଶା

odisha

ETV Bharat / entertainment

ଅଭିନେତା ଶରଦ କପୁରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ

'Josh' ଫେମ୍ ଅଭିନେତା ଶରଦ କପୁରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି ।

Fir Filed Against Josh Fame Actor Sharad Kapoor
Fir Filed Against Josh Fame Actor Sharad Kapoor (IANS)

By ETV Bharat Entertainment Team

Published : Nov 30, 2024, 3:14 PM IST

ହାଇଦ୍ରାବାଦ:ଅଡୁଆରେ ବଲିଉଡ ଅଭିନେତା ଶରଦ କପୁର । ଯୌନ ନିର୍ଯାତନା ଅଭିଯୋଗରେ ଶରଦ କପୁରଙ୍କ ନାଁରେ ମାମଲା ରୁଜୁ ହୋଇଛି । ଜଣେ ମହିଳା ଅଭିନେତା ଶରଦ କପୁରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏବଂ ସେ ତାଙ୍କ ବିରୋଧରେ ଖାର ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । 32 ବର୍ଷୀୟ ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ଧାରା (74, 75 ଏବଂ 79) ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତା ପୁରା ପ୍ରସଙ୍ଗରେ କୌଣସି ବିବୃତ୍ତି ଦେଇନାହାଁନ୍ତି । ତେବେ ପୁରା ମାମଲା କ'ଣ ? ଜାଣନ୍ତୁ,

ପୁରା ମାମଲା କ'ଣ ?

IANS ଅନୁଯାୟୀ ପୀଡିତା ଅଭିଯୋଗ କରିଛନ୍ତି ଯେ ସେ ଶରଦ କପୁରଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ, ତା’ପରେ ସେମାନେ ଭିଡିଓ କଲରେ କଥା ହୋଇଥିଲେ। ଶରଦ ତାଙ୍କୁ କହିଛନ୍ତି ଯେ ସେ ସୁଟିଂ ବିଷୟରେ କହିବାକୁ ଚାହୁଁଛନ୍ତି। ଏହା ପରେ ଶରଦ ତାଙ୍କୁ ଖାର ସ୍ଥିତ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ଏହା ଏକ କାର୍ଯ୍ୟାଳୟ ନୁହେଁ, ବରଂ ତାହା ଶରଦଙ୍କ ଘର ।

ଶରଦ କପୁରଙ୍କ ନାଁରେ ମାମଲା ରୁଜୁ

ପୀଡିତାଙ୍କ ଅନୁଯାୟୀ, ଯେତେବେଳେ ସେ ଶରଦ କପୁରଙ୍କ ଘରର ତୃତୀୟ ମହଲାରେ ପହଞ୍ଚିଥିଲେ ସେତେବେଳେ ଜଣେ ବ୍ୟକ୍ତି କବାଟ ଖୋଲିଥିଲେ ଏବଂ ଶରଦ ଭିତରୁ ଡାକି ତାଙ୍କ ଶୋଇବା ଘରକୁ ଆସିବାକୁ କହିଥିଲେ। ସନ୍ଧ୍ୟାରେ ଶରଦ ହ୍ୱାଟସ୍ ଆପରେ ମହିଳାଙ୍କୁ ଅଶାଳୀନ ବାର୍ତ୍ତା ପଠାଇଥିଲେ। ପୀଡିତା ଜଣକ ଏହି ଘଟଣା ବିଷୟରେ ଜଣେ ବନ୍ଧୁଙ୍କୁ କହିଥିଲେ, ପରେ ସେ ଖାର ପୋଲିସ ଷ୍ଟେସନକୁ ଯାଇ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଅଭିନେତା ନିଭିନ ପୋଲିଙ୍କୁ ମିଳିଲା କ୍ଲିନଚିଟ୍, ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା

ଶରଦ କପୁରଙ୍କ ଫିଲ୍ମ କ୍ୟାରିୟର

ଅଭିନେତା ଶରଦ 'ଜୋସ', 'ଏଲଓସି କାର୍ଗିଲ', 'ଲକ୍ଷ୍ମୀ' ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ବର୍ତ୍ତମାନ ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ଧାରା 74 (ଜଣେ ମହିଳାଙ୍କ ଉପରେ ଅପରାଧିକ ବଳ ପ୍ରୟୋଗ କିମ୍ବା ବ୍ୟବହାର), 75 (ଯୌନ ଉତ୍ପୀଡ଼ନ) ଏବଂ 79 (ଜଣେ ମହିଳାଙ୍କ ସମ୍ମାନକୁ ଅପମାନିତ କରିବା) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details