ହାଇଦ୍ରାବାଦ:ଜାନୁଆରୀ ୨୭ରେ ଫିଲ୍ମଫେୟାର ଆୱାର୍ଡ ଶୋ' ୨୦୨୪ ଆୟୋଜିତ ହୋଇଛି । ଏଥର ଗୁଜୁରାଟର ଗାନ୍ଧୀ ନାଗରରେ ଏହି ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ଶୋ'ରେ ବର୍ତ୍ତମାନ କିଛି ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ପୁରସ୍କାର ଶୋ'କୁ ଅଭିନେତା ଅପାରଶକ୍ତି ଖୁରାନା ଏବଂ କରିସ୍ମା ତନ୍ନା ହୋଷ୍ଟ କରିଛନ୍ତି । ତେବେ ଫିଲ୍ମ 'ସାମ ବାହାଦୂର' ଠାରୁ ଆରମ୍ଭ କରି ଆନିମଲ, ଜବାନ, ରକି ଔର ରାନୀ କି ପ୍ରେମ କାହାନୀକୁ ପୁରସ୍କୃତ କରାଯାଇଛି । ତେବେ ବିଜେତାଙ୍କ ତାଲିକା ଦେଖନ୍ତୁ,
ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ଫିଲ୍ମଫେୟାରରେ ସର୍ବାଧିକ ୩ଟି ପୁରସ୍କାର ଲାଭ କରିଛି । ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୋଷାକ ବର୍ଗରେ ପୁରସ୍କାର ପାଇଥିବା ବେଳେ ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍ ଏବଂ ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ପାଇଁ ମଧ୍ୟ ପୁରସ୍କୃତ ହୋଇଛି । ସେହିପରି ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ଚଳିତ ବର୍ଷର ଫିଲ୍ମଫେୟାରରେ ଶ୍ରେଷ୍ଠ ଆକ୍ସନ୍ ମୁଭି ପୁରସ୍କାର ପାଇଛି । ଏହା ବ୍ୟତୀତ ଫିଲ୍ମ ଶ୍ରେଷ୍ଠ ଭିଏଫଏକ୍ସରେ ପୁରସ୍କାର ମଧ୍ୟ ପାଇଛି । ସେପଟେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋରରେ ପୁରସ୍କାର ଜିତିଛି। ଏହା ବ୍ୟତୀତ 'ଆନିମଲ' ଶ୍ରେଷ୍ଠ ସାଉଣ୍ଡ ଡିଜାଇନ ବର୍ଗରେ ଏହି ପୁରସ୍କାର ଜିତିଛି ।
ଫିଲ୍ମଫେୟାର ଆୱାର୍ଡ ୨୦୨୪ ତାଲିକା:-
- ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ କୁନାଲ ଶର୍ମା ଏବଂ 'ଆନିମଲ' ପାଇଁ ସିଙ୍କ ସିନେମା
- ଶ୍ରେଷ୍ଠ ପୃଷ୍ଠଭୂମି ସ୍କୋର- 'ଆନିମଲ' ପାଇଁ ହର୍ଷବର୍ଦ୍ଧନ ରାମେଶ୍ବର
- ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ
- ଶ୍ରେଷ୍ଠ ଭିଏଫଏକ୍ସ- 'ଜବାନ୍' ପାଇଁ ରେଡ୍ ଚିଲିଜ୍ ଭିଏଫଏକ୍ସ
- ଶ୍ରେଷ୍ଠ ଏଡିଟିଂ- '୧୨th ଫେଲ' ପାଇଁ ଜସକୁମ୍ବର ସିଂ କୋହଲି ଏବଂ ବିଦୁ ବିନୋଦ ଚୋପ୍ରା
- ଶ୍ରେଷ୍ଠ ପୋଷାକ ଡିଜାଇନ୍- 'ସାମ୍ ବାହାଦୂର' ପାଇଁ ସଚିନ୍ ଲଭଲେକର, ଦିବ୍ୟା ଗମ୍ଭୀର ଏବଂ ନିଧି ଗମ୍ଭୀର
- ଶ୍ରେଷ୍ଠ ସିନେମାଟୋଗ୍ରାଫି- 'ଥ୍ରୀ ଅଫ ଅସ' ପାଇଁ ଅବିନାଶ ଅରୁଣ ଧାୱେର
- ଶ୍ରେଷ୍ଠ କୋରିଓଗ୍ରାଫି- 'ୱାଟ ଝୁମକା' ପାଇଁ ଗଣେଶ ଆଚାର୍ଯ୍ୟ (ରକି ଔର ରାନୀ କି ପ୍ରେମ କାହାନୀ)
- ଶ୍ରେଷ୍ଠ ଆକ୍ସନ- 'ଜବାନ୍' ପାଇଁ ସ୍ପାଇରୋ ରଜାଟୋସ୍, ଏନଲ୍ ଅରାସୁ, କ୍ରେଗ୍ ମ୍ୟାକ୍ରା, ୟାନିକ୍ ବେନ, କେଚା ଖମ୍ପାକଡି ଏବଂ ସୁନୀଲ ରୋଡ୍ରିଗ୍ସ
ଏହା ମଧ୍ୟ ପଢନ୍ତୁ:ଫିଲ୍ମଫେୟାର ଆୱାର୍ଡ ୨୦୨୪: ୧୯ ବର୍ଗରେ ମନୋନୀତ 'ଆନିମଲ', ଦେଖନ୍ତୁ ନାମାଙ୍କନ ତାଲିକା
ସୂଚନା ଥାଉ କି, ଆହୁରି ଅନେକ ବିଜେତାଙ୍କ ନାଁ ଆଜି ଘୋଷଣା କରାଯିବ । ବିଜେତା ତାଲିକାରେ କେଉଁ ଷ୍ଟାରଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ମିଳୁଛି ତାହା ଘୋଷଣା କରାଯିବ । ତେବେ ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ଫିଲ୍ମଫେୟାର ୨୦୨୪ରେ ତାରକାଙ୍କ ମେଳି ଦେଖିବାକୁ ମିଳିଛି । ରେଡ କାର୍ପେଟରେ ନିଜର ସୌନ୍ଦର୍ଯ୍ୟର ଜଲୱା ଦେଖାଇଥିଲେ ସେଲିବ୍ରିଟି । ଏହି ସମୟରେ କରଣ ଜୋହର, ନୁସରତ ଭରୁଚ୍ଚା, ଜାହ୍ନବୀ କପୁର, ଗଣେଶ ଆଚାର୍ଯ୍ୟ ଏବଂ କରିସ୍ମା ତନ୍ନାଙ୍କ ସମେତ ଅନେକ ତାରକା ନଜର ଆସିଥିଲେ ।