ଓଡିଶା

odisha

ETV Bharat / entertainment

ସଲମାନଙ୍କୁ ହତ୍ୟା ଧମକ, 5 କୋଟି ଦିଅ ନହେଲେ...

ସଲମାନ ଖାନଙ୍କୁ ହତ୍ୟା ଧମକ । ହ୍ବାଟ୍ସଆପରେ ଆସିଲା ଧମକପୂର୍ଣ୍ଣ ମେସେଜ । 5 କୋଟି ଦିଅ ନହେଲେ ବାବା ସିଦ୍ଦିକିଙ୍କ ଠାରୁ ଅବସ୍ଥା ଖରାପ ହେବ ।

By ETV Bharat Odisha Team

Published : 4 hours ago

Salman Khan
Salman Khan (ETV Bharat)

ମୁମ୍ବାଇ: ଭାଇଜାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ । ସୁରକ୍ଷିତ ରହିବାକୁ ଚାହୁଁଥିଲେ 5 କୋଟି ଦିଅ। ବାବା ସିଦ୍ଦିକି ହତ୍ୟା ହତ୍ୟାକାଣ୍ଡକୁ ନେଇ ସାରା ମୁମ୍ବାଇରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ବଲିଉଡର ଭାଇଜାନଙ୍କୁ ମିଳିଛି ହତ୍ୟା ଧମକ । ହ୍ବାଟ୍ସଆପ ମେସେଜ ଜରିଆରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଛି ଧମକପୂର୍ଣ୍ଣ ମେସେଜ ।

କଣ ଲେଖାଅଛି ମେସେଜରେ:

ଧମକପୂର୍ଣ୍ଣ ମେସେଜ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଛି । ଏହାକୁ ହାଲକା ହେବେ ନିଅନ୍ତୁ ନାହିଁ । ସଲମାନ ଖାନଙ୍କୁ ଜୀବିତ ରହିବାକୁ ହେଲେ ଓ ଶତ୍ରୁତା ଶେଷ କରିବାକୁ ହେଲେ 5 କୋଟି ଟଙ୍କା ଦେବାକୁ ପଡିବ । ଯଦି ଟଙ୍କା ନ ଦିଅନ୍ତି ବାବା ସିଦ୍ଦିକିଙ୍କ ଠାରୁ ସଲମାନ ଖାନଙ୍କ ଅବସ୍ଥା ଖରାପ ହେବ । ତେବେ ଏହି ଧମକ ମେସେଜ ସାମ୍ନାକୁ ଆସିବା ପରେ ମୁମ୍ବାଇ ପୋଲିସ ତଦନ୍ତରେ ଲାଗି ପଡିଛି । କିଏ ଏଭଳି ମେସେଜ ପଠାଇବା ପୋଲିସ ଟ୍ରାକ କରୁଛି । ଗତ 12ରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କାରଣ ସଲମାନଙ୍କ ଜୀବନ ପ୍ରତି ବିପଦ ରହିଛି ।

Salman Khan (ETV Bharat)

ବାବା ସିଦ୍ଦିକିଙ୍କୁ ହତ୍ୟା:

ସଲମାନ ଖାନଙ୍କ ଘନିଷ୍ଠ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଏହି ହତ୍ୟାକାଣ୍ଡ ପାଇଁ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ଲରେନ୍ସ ଗ୍ୟାଙ୍ଗ ଟାର୍ଗେଟରେ ଭାଇଜାନ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:

'ଲରେନ୍ସ ବିଷ୍ଣୋଇକୁ ପଠେଇବି କି...' ସଲମାନଙ୍କ ବାପା ସଲିମ ଖାନଙ୍କୁ ମିଳିଲା ଏମିତି ଧମକ - Salim Khan Threatened

ଗାଲାକ୍ସି ଗୁଳିମାଡ଼ ଘଟଣାରେ ଭାଇଜାନଙ୍କ ବିସ୍ଫୋରକ ବୟାନ, 'ମୋତେ ଓ ମୋ ଫ୍ୟାମିଲିକୁ ମାରିବାକୁ ଚାହୁଁଥିଲା ଲରେନ୍ସ' - Salman Khan Statement

ସଲମାନଙ୍କୁ ଆକ୍ରମଣ କରିବା ଷଡଯନ୍ତ୍ରରେ ସାମିଲ ପଞ୍ଚମ ଅଭିଯୁକ୍ତ ଗିରଫ - ACCUSED IN SALMAN KHAN HOUSE FIRING

ସୁରକ୍ଷା ଭେଦ କରି ସିଦ୍ଦିକିଙ୍କୁ ଗୁଳି ମାରି ହତ୍ୟା, Y ସିକ୍ୟୁରିଟି କ'ଣ ଜାଣନ୍ତୁ

ସଲମାନଙ୍କ ଘର ବାହାରେ ଗୁଳିମାଡ:

ତେବେ ପୂର୍ବରୁ ବି ସଲମାନଙ୍କୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । ଗତ ଏପ୍ରିଲ 14ରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ଏଥିପାଇଁ ପାଇଁ ଲରେନ୍ସ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା । ତେବେ ପୂର୍ବରୁ ବି ବହୁବାର ସଲମାନଙ୍କୁ ଏପରି ଧମକ ମିଳିଛି । ସେପଟେ ଭାଇଜାନଙ୍କୁ ହତ୍ୟା ଧମକ ପରେ ପୋଲିସ ତଦନ୍ତରେ ଲାଗି ପଡିଛି ।

ABOUT THE AUTHOR

...view details