ଓଡିଶା

odisha

ETV Bharat / entertainment

ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣାରେ ପୋଲିସର ଖୁଲାସା, 'ସନ୍ଦିଗ୍ଧ ବ୍ୟକ୍ତି...' - MUMBAI POLICE ON SAIF ALI KHAN CASE

ସୈଫ ଅଲି ଖାନଙ୍କୁ ଛୁରାମାଡ ଘଟଣାରେ ମୁମ୍ୱାଇ ପୋଲିସର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜାଣନ୍ତୁ କ'ଣ କହିଛନ୍ତି ?

Saif Ali Khan case suspect not involved in this attack says Mumbai Police
Saif Ali Khan case suspect not involved in this attack says Mumbai Police (ANI)

By ETV Bharat Entertainment Team

Published : Jan 17, 2025, 4:25 PM IST

ମୁମ୍ୱାଇ: ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ୱିଷ୍ଟ । ଅଟକ ଥିବା ସନ୍ଦିଗ୍ଧ ବ୍ୟକ୍ତି ଏହି ମାମଲାରେ ଜଡ଼ିତ ନୁହଁନ୍ତି । ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଅଣାଯାଇଥିବା ଖବର ଆସିଥିଲା । ଯିଏ ସୈଫ ଅଲି ଖାନଙ୍କ ମାମଲା ସହ ଜଡିତ ବୋଲି କୁହାଯାଉଥିଲା । କିନ୍ତୁ ପୋଲିସ ଏବେ ଏହି ଖବରକୁ ଖାରଜ କରିଛି ଯେ ସେହି ବ୍ୟକ୍ତି ସୈଫ ଅଲି ଖାନଙ୍କ ଆକ୍ରମଣ ମାମଲା ସହ ଜଡିତ ନୁହଁନ୍ତି । ଏଥିସହ ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି ଯେ ଅଭିନେତା ସୈଫ ଅଲି ଖାନଙ୍କ ମାମଲା ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଅଟକ ରଖାଯାଇନାହିଁ ।

'ସନ୍ଦିଗ୍ଧ ବ୍ୟକ୍ତି ନୁହଁନ୍ତି ସୈଫଙ୍କ ମାମଲାରେ ଜଡ଼ିତ'

ସୂଚନା ଅନୁସାରେ, ଗତକାଲି ପୋଲିସ ସୈଫଙ୍କ ଘରର ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତଙ୍କ ଫଟୋ ଦେଖିବା ପରେ ଖୋଜା ଆରମ୍ଭ ହୋଇଥିଲା । ଏହାପରେ ପୋଲିସ ଆଜି (ଶୁକ୍ରବାର) ସକାଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ତାଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲା । ବର୍ତ୍ତମାନ ଏହି ବ୍ୟକ୍ତି ଜଣକ ସୈଫଙ୍କ ମାମଲାରେ ସମ୍ପୃକ୍ତ ନଥିବା ପୋଲିସ ସ୍ପଷ୍ଟ କରିଛି ।

'ଘଟଣାରେ କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ନାହିଁ'

ଅନ୍ୟପକ୍ଷରେ, ମହାରାଷ୍ଟ୍ରର ଗୃହ ବିଭାଗ କନିଷ୍ଠ ମନ୍ତ୍ରୀ ଯୋଗେଶ କଦମ ଶୁକ୍ରବାର କହିଛନ୍ତି, 'ଏହି ଘଟଣାରେ କୌଣସି ଗ୍ୟାଙ୍ଗର ସମ୍ପୃକ୍ତି ନାହିଁ । ଏହା କେବଳ ଚୋରିର ପ୍ରୟାସ ଥିଲା ଏବଂ ଏହି ଘଟଣାରେ କୌଣସି ଗ୍ୟାଙ୍ଗ ଜଡିତ ନାହିଁ । ପୋଲିସ ଏହି ମାମଲାର ଅଧିକ ତଦନ୍ତ କରୁଛି । ସୈଫ ଅଲ୍ଲୀ ଖାନ କେବେବି କୌଣସି ସୁରକ୍ଷା ମାଗିନାହାଁନ୍ତି । ଏହି ଆକ୍ରମଣ କୌଣସି ଗ୍ୟାଙ୍ଗର ଅଂଶ ନଥିଲା । ଅଭିଯୁକ୍ତ କେବଳ ଚୋରି ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିଲେ । ସୈଫଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଯେଉଁଥିରେ ଅଭିନେତା ଆହତ ହୋଇଥିଲେ ।"

ଏହା ମଧ୍ୟ ପଢନ୍ତୁ:ସୈଫଙ୍କୁ ଛୁରାମାଡ଼ ମାମଲା; ଜଣେ ଅଟକ, ଧରାପଡିଲା କି ଅଭିଯୁକ୍ତ ?

ସୈଫଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ?

ସୈଫଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଲୀଳାବତୀ ହସ୍ପିଟାଲର ଡାକ୍ତର ନୀତିନ ଡାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, 'ଅଭିନେତା ଭଲ ଏବଂ ସୁରକ୍ଷିତ ଅଛନ୍ତି । ସୈଫ ଅଲି ଖାନଙ୍କୁ ICUରୁ ସ୍ପେଶାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଆମେ ତାଙ୍କୁ ବିଶ୍ରାମ ନେବାକୁ କହିଛୁ, କାରଣ ପିଠିରେ ଆଘାତ ସଂକ୍ରମଣ ସୃଷ୍ଟି କରିପାରେ । ତଥାପି ତାଙ୍କର ଗତିବିଧି ନଜର ରଖାଯାଇଛି । ସେ ଏବେ ବିପଦମୁକ୍ତ ଏବଂ ପକ୍ଷାଘାତର କୌଣସି ସମସ୍ୟା ନାହିଁ ।

ଏହା ମଧ୍ୟ ପଢନ୍ତୁ:1 କୋଟି ପାଇଁ ସୈଫଙ୍କୁ ଛୁରାମାଡ଼ ! ସିସିଟିଭିରେ କଏଦ ସନ୍ଦିଗ୍ଧର ଫଟୋ

ଖୁବଶୀଘ୍ର ଧରାପଡିବ ଅଭିଯୁକ୍ତ

ମୁମ୍ବାଇ ପୋଲିସ କହିଛି ଯେ ସେମାନେ ସୈଫଙ୍କ ପିଠିରୁ ବାହାର କରାଯାଇଥିବା 2.5 ଇଞ୍ଚର ଛୁରୀର ଏକ ଅଂଶକୁ ଜବତ କରିଛନ୍ତି, ଯେତେବେଳେ ଅବଶିଷ୍ଟ ଅଂଶ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ମୁମ୍ବାଇ ପୋଲିସ ଏହା ମଧ୍ୟ କହିଛି ଯେ ସୈଫଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶେଷ ଥର ପାଇଁ ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଦେଖାଯାଇଥିଲା ଏବଂ ତାଙ୍କୁ ଧରିବା ପାଇଁ ଖୋଜା ଚାଲିଛି । ପୋଲିସ ସନ୍ଦେହ କରୁଛି ଯେ ଘଟଣା ପରେ, ସନ୍ଦିଗ୍ଧ ବ୍ୟକ୍ତି ସକାଳେ ପ୍ରଥମ ଲୋକାଲ୍ ଟ୍ରେନ ଧରି ଭାସାଇ ବୀରାର ଅଭିମୁଖେ ଯାତ୍ରା କରିଥିଲା । ମୁମ୍ବାଇ ପୋଲିସ ଦଳ ଭାସାଇ, ନାଲାସୁପାରା ଏବଂ ବୀରାର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି । ଏହି ଘଟଣା ପାଇଁ 20ଟି ପୋଲିସ ଟିମ୍ ଜଡିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details