ହାଇଦ୍ରାବାଦ:ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଛୁରାମାଡ଼ ଘଟଣା ଚଳଚ୍ଚିତ୍ର ଶିଳ୍ପ ଏବଂ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ସକାଳେ ମୁମ୍ବାଇର ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଅଭିନେତାଙ୍କୁ ଛୁରାମାଡ଼ କରାଯାଇଥିଲା। ପୋଲିସ ସୂତ୍ର ଅନୁଯାୟୀ, ଅଭିନେତାଙ୍କ ମଲ୍ଟି-ଲେବଲ୍ ଆପାର୍ଟମେଣ୍ଟରୁ ଚୋରି କରିବାକୁ ଆସିଥିବା ଦୁବୃର୍ତ୍ତ ୧ କୋଟି ଟଙ୍କା ଦାବି କରିଥିଲା । 1 କୋଟି ନ ଦେବାରୁ ସୈଫଙ୍କ ଉପରେ ଆକ୍ରମଣ କରିଥିଲା ଦୁବୃର୍ତ୍ତ । ସେପଟେ ବର୍ତ୍ତମାନ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସନ୍ଦିଗ୍ଧର ଫଟୋ କଏଦ ହୋଇଛି ।
ଦୁବୃର୍ତ୍ତ କରିଥିଲା 1 କୋଟି ଡିମାଣ୍ଡ
ମୁମ୍ବାଇ ପୋଲିସକୁ ଦିଆଯାଇଥିବା ଏକ ବୟାନରେ ସୈଫ ଅଲି ଖାନଙ୍କ ଘରୋଇ କର୍ମଚାରୀ କହିଛନ୍ତି ଯେ ରାତି ପ୍ରାୟ ୨ଟା ସମୟରେ ଚୋରି କରିବା ଉଦ୍ଦେଶ୍ୟରେ ଦୁବୃର୍ତ୍ତ ସୈଫଙ୍କ ସାନପୁଅ ଜାହାଙ୍ଗୀର ରୁମ୍ ଦେଇ ଘରେ ପଶିଥିଲା । ଏହି ସମୟରେ କୋଠରୀରେ ବାଥରୁମ ଭିତରେ ଏକ ଛାଇ ଦେଖିଥିଲେ ତାଙ୍କ ଘରୋଇ କର୍ମଚାରୀ । ଯାହା ପରେ ଘରୋଇ କର୍ମଚାରୀଙ୍କ ଚିତ୍କାର କରିବାରୁ ତାଙ୍କ ସ୍ୱର ଶୁଣି ସୈଫ ଘଟଣାସ୍ଥଳରେ ପହଞ୍ଚିଥିଲେ ସୈଫ । ଏହି ସମୟରେ ଚୋର ଘରୋଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା, ଯାହା ଫଳରେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା । ଏହା ପରେ ଘରୋଇ କର୍ମଚାରୀଙ୍କୁ ବନ୍ଦକ ରଖି ସୈଫଙ୍କୁ 1 କୋଟି ଡିମାଣ୍ଡ କରିଥିଲା ଚୋର । ଯାହାକୁ ବିରୋଧ କରିବା ପରେ ଚୋର ତାଙ୍କୁ ସୈଫଙ୍କ ଉପରେ 6 ଥର ଛୁରାମାଡ଼ କରି ଫେରାରେ ହୋଇଥିଲା ।
ସନ୍ଦିଗ୍ଧର ପ୍ରଥମ ଫଟୋ ସାମ୍ନାକୁ ଆସିଲା