ଓଡିଶା

odisha

ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, ପୁଣି 11 ଦିନ ବଢିଲା ରିମାଣ୍ଡ ଅବଧି - Darshan Shifted To Ballari Jail

By ETV Bharat Odisha Team

Published : Aug 29, 2024, 1:26 PM IST

Actor Darshan Shifted To Ballari Jail: ବେଙ୍ଗାଲୁରୁ ଜେଲରେ ଅଭିନେତା ଦର୍ଶନଙ୍କୁ ଜେଲରେ ଭିଆଇପି ସୁବିଧା ମିଳିବା ମାମଲା । ଘଟଣାରେ ବିବାଦ ପରେ ବର୍ତ୍ତମାନ ଅଭିନେତାଙ୍କୁ ବଲ୍ଲାରୀ ଜେଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ବର୍ତ୍ତମାନ ଅଭିନେତାଙ୍କ ପୁଣି ନ୍ୟାୟିକ ହେପାଜତ ଅବଧି ମଧ୍ୟ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ,

ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, 11 ଦିନ ବଢିଲା ରିମାଣ୍ଡ ଅବଧି
ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, 11 ଦିନ ବଢିଲା ରିମାଣ୍ଡ ଅବଧି (ETV Bharat Odisha)

ହାଇଦ୍ରାବାଦ:ଅଭିନେତା ଦର୍ଶନଙ୍କୁ ବେଙ୍ଗାଲୁରୁ ଜେଲରେ ଭିଆଇପି ସୁବିଧା ମିଳୁଥିବା ମାମଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିନେତାଙ୍କୁ ଆଜି ବଲ୍ଲାରୀ ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଦର୍ଶନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଆଜି ବଲ୍ଲାରୀ ଜେଲକୁ ଅଣାଯାଇଛି । ଏଥିସହ ଅଭିନେତାଙ୍କ ନ୍ୟାୟିକ ହେପାଜତ ଅବଧି ମଧ୍ୟ ବୃଦ୍ଧି କରାଯାଇଛି । 11 ଦିନ ପୁଣି ଅଭିନେତାଙ୍କ ରିମାଣ୍ଡ ଅବଧି ବଢିଛି ।

ଜେଲରେ VIP ସୁବିଧା ମିଳିବା ମାମଲା; ଅଭିନେତା ଦର୍ଶନଙ୍କୁ ବଲ୍ଲାରୀ ଜେଲକୁ କରାଗଲା ସ୍ଥାନାନ୍ତର, ପୁଣି 11 ଦିନ ବଢିଲା ରିମାଣ୍ଡ ଅବଧି (ETV Bharat Odisha)

ବଲ୍ଲାରୀ ଜେଲକୁ ସ୍ଥାନାନ୍ତର

ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇ ବେଙ୍ଗାଲୁରୁର ପରପ୍ପନା ଅଗ୍ରାହାରା ଜେଲରେ ଥିଲେ ଅଭିନେତା ଦର୍ଶନ । ସେଠାରେ ତାଙ୍କୁ ଭିଆଇପି ସୁବିଧା ମିଳୁଥିବା ଅଭିଯୋଗ ହୋଇଥିଲା । ନିକଟରେ ଜେଲ ଭିତରୁ ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା । ଯାହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ବର୍ତ୍ତମାନ ଏହି ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ଆଜି କଡା ସୁରକ୍ଷା ମଧ୍ୟରେ ବେଙ୍ଗାଲୁରୁ ଜେଲରୁ ବଲ୍ଲାରୀ ଜେଲକୁ ଅଭିନେତାଙ୍କୁ ସ୍ଥାନାନ୍ତର କରିଛି । ବଲ୍ଲାରୀ ଜେଲ ସୂତ୍ରରୁ ପ୍ରକାଶ ଯେ, ଦର୍ଶନଙ୍କ ପାଇଁ ଏକ ଉଚ୍ଚ-ସୁରକ୍ଷା ସେଲ୍ ନିର୍ମାଣ କରାଯାଇଛି ଯାହାଦ୍ୱାରା କେହି ଭିତରକୁ ଯାଇପାରିବେ ନାହିଁ ।

ଜେଲରେ VIP ସୁବିଧା ମିଳିବା ଫଟୋ ହୋଇଥିଲା ଭାଇରାଲ

ଭାଇରାଲ ଫଟୋରେ ଦର୍ଶନ ଜେଲ ଭିତରେ ଥିବା ପାର୍କରେ ନଜର ଆସିଥିଲେ । ସେ ଏକ ଚେୟାରରେ ବସି ହାତରେ ଏକ କପ୍ ଏବଂ ଅନ୍ୟ ହାତରେ ସିଗାରେଟ୍ ଧରିଥିବାର ନଜର ଆସିଥିଲେ । ଫଟୋରେ ତାଙ୍କ ସହ କିଛି ଅନ୍ୟ କଏଦୀ ମଧ୍ୟ ନଜର ଆସିଛନ୍ତି । ଭାଇରାଲ ଫଟୋ ଲିକ୍ ହେବାର ଗୋଟିଏ ଦିନ ପରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଦର୍ଶନ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇଥିଲେ । ଏହି ଭିଡିଓରେ ଦର୍ଶନ ହସୁଥିବା ସହ ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ କରୁଥିବାର ନଜର ଆସିଥିଲେ । ଯାହାକୁ ଦେଖି ସାଧାରଣରେ ପ୍ରଶ୍ନ ଉଠିଥିଲା । ପରେ ଘଟଣାରେ 7 ଜଣ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି ।

ଦର୍ଶନଙ୍କ ବଢିଲା ରିମାଣ୍ଡ

ଅଭିନେତା ଦର୍ଶନଙ୍କୁ ଜୁନ 11ରେ ଗିରଫ କରାଯାଇଥିଲା । ସେହି ଦିନ ପର ଠାରୁ ସେ ଜେଲରେ ରହିଆସୁଥିବା ବେଳେ ବର୍ତ୍ତମାନ ପୁଣି ତାଙ୍କ ରିମାଣ୍ଡ ଅବଧି ବୃଦ୍ଧି କରାଯାଇଛି । ଚଳିତ ଅଗଷ୍ଟ 28ରେ ତାଙ୍କ ରିମାଣ୍ଡ ସରୁଥିଲା । ହେଲେ ବର୍ତ୍ତମାନ ଏହାକୁ ଆହୁରି 11ଦିନ ବୃଦ୍ଧି କରିଦିଆଯାଇଛି । ସେପ୍ଟେମ୍ୱର 9 ଯାଏଁ ଅଭିନେତାଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା, 7 ଅଧିକାରୀ ନିଲମ୍ୱିତ

ପୁରା ମାମଲା କ'ଣ ?

ସୂଚନା ଅନୁସାରେ, ଜୁନ୍ 9 ରେ ବେଙ୍ଗାଲୁରୁର ଏକ ଫ୍ଲାଏ ଓଭର ନିକଟରେ 33 ବର୍ଷିୟ ଅଟୋ ଡ୍ରାଇଭର ତଥା ଅଭିନେତାଙ୍କ ଫ୍ୟାନ୍ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା । ପୋଲିସର ସୂଚନାନୁସାରେ, ଦର୍ଶନଙ୍କ ନିର୍ଦ୍ଦେଶରେ ରେଣୁକାସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । କୁହାଯାଇଥିଲା ଯେ ରେଣୁକାସ୍ୱାମୀ ସୋସିଆଲ ମିଡିଆରେ ପବିତ୍ର ଗୌଡା ନାମରେ ତାଙ୍କୁ ଆପତ୍ତିଜନକ ବାର୍ତ୍ତା ପଠାଇଥିଲେ, ଯେଉଁଥିପାଇଁ ଦର୍ଶନ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଏହି ଘଟଣାରେ ଦର୍ଶନ ସମେତ ମୋଟ 17ଜଣଙ୍କୁ ଗିରଫ ହୋଇଥିବା ବେଳେ ସେମାନେ ମଧ୍ୟ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details