ହାଇଦ୍ରାବାଦ:ନୀତେଶ ତିୱାରୀଙ୍କ 'ରାମାୟଣ' ବର୍ତ୍ତମାନ ଶିରୋନାମାରେ ରହିଛି । ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏଥିସହିତ ମାତା ସୀତା ଠାରୁ ହନୁମାନ ପର୍ଯ୍ୟନ୍ତ ଚରିତ୍ରଙ୍କ ଷ୍ଟାରକାଷ୍ଟଙ୍କ ମଧ୍ୟ ନାଁ ସାମ୍ନାକୁ ଆସିଛି । ତେବେ ଏହାରି ମଧ୍ୟରେ ରାମାୟଣକୁ ନେଇ ରଣବୀର କପୁର ଅଧିକ ପରିଶ୍ରମ କରୁଥିବା ଜଣାପଡିଛି । ନିକଟରେ ଅଭିନେତା ମଦ ମାଂସ ଛାଡିଥିବା ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସେ ପ୍ରଭୁ ରାମଙ୍କ ଭୂମିକା ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଥିବା କୁହାଯାଉଛି ।
ମିଡିଆ ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ର 'ରାମାୟଣ' ରଣବୀର କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟରର ପ୍ରଥମ ପୌରାଣିକ ଚଳଚ୍ଚିତ୍ର ହେବାକୁ ଯାଉଛି । ଅନେକ ଥର ଦେଖାଯାଇଛି ଯେ ଅରୁଣ ଗୋଭିଲଙ୍କ ପରି କଳାକାରମାନେ ପରଦାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିକୁ ଚିତ୍ରଣ କରିଥିଲେ, ସେମାନଙ୍କର ଅଭିନୟ ଦକ୍ଷତା ଏବଂ ସଂଳାପ କହିବା ଶୈଳୀରେ ଅନେକ ପରିବର୍ତ୍ତନ କରିଥିଲେ । ଏଭଳି ପରିସ୍ଥିତିରେ ଏବେ ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ସେ ମଧ୍ୟ ଏପରି କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରୂପା ପରଦାରେ ପ୍ରଭୁ ରାମଙ୍କ ଭୂମିକା ପାଇଁ ଅଭିନେତା ଭଏସ୍ ମଡେଲିଂ, ସଂଳାପ କହିବା ଶୈଳୀ ଏବଂ ଶବ୍ଦର ଉଚ୍ଚାରଣ କ୍ଷେତ୍ରରେ ବିଶେଷ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ରଣବୀର ସ୍ପେଶାଲ ଟ୍ରେନିଂ ନେଉଥିବା କୁହାଯାଉଛି ।