ହାଇଦ୍ରାବାଦ:ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ରାଖୀ ଦୁଇଥର ବିବାହ କରିଥିଲେ ଏବଂ ଉଭୟ ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ଏବେ ରାକ୍ଷୀ ତୃତୀୟ ଥର ପାଇଁ ପ୍ରେମରେ ପଡ଼ିଛନ୍ତି ଏବଂ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ସେ ପାକିସ୍ତାନର ବୋହୂ ହେବାକୁ ଯାଉଛନ୍ତି । ରାକ୍ଷୀ ସାୱନ୍ତ ପାକିସ୍ତାନରେ ନିଜ ଜୀବନସାଥୀ ପାଇଛନ୍ତି । ପାକିସ୍ତାନର ଜଣେ ବ୍ୟକ୍ତି ରାକ୍ଷୀ ସାୱନ୍ତଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଖୀ ସାୱନ୍ତ ମଧ୍ୟ ତାଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି ।
ପାକିସ୍ତାନର ବୋହୂ ହେବେ ରାଖୀ ସାୱନ୍ତ
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାକ୍ଷୀ ସାୱନ୍ତ ଏବେ ପଡ଼ୋଶୀ ଦେଶ ପାକିସ୍ତାନର ବୋହୂ ହେବାକୁ ଯାଉଛନ୍ତି । ନିକଟରେ ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ରାକ୍ଷୀ ତୃତୀୟ ବିବାହ ନେଇ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ସେ କହିଥିଲେ, 'ମୁଁ ପାକିସ୍ତାନରୁ ଅନେକ ବିବାହ ପ୍ରସ୍ତାବ ପାଇଛି । ପାକିସ୍ତାନୀମାନେ ଜାଣନ୍ତି ଯେ ମୋର ଉଭୟ ବିବାହ କେତେ ବେକାର ହୋଇଛି ଏବଂ ମୁଁ କେତେ ଅତ୍ୟାଚାରର ସମ୍ମୁଖୀନ ହୋଇଛି । ଏବେ ମୁଁ କେବଳ ପାକିସ୍ତାନରେ ବିବାହ କରିବି । ଅନେକ ଭାରତୀୟ ଏବଂ ପାକିସ୍ତାନୀ ଦମ୍ପତି ବିବାହ କରି ବିଦେଶରେ ରହିଛନ୍ତି ଏବଂ ଏକ ସୁନ୍ଦର ବୈବାହିକ ଜୀବନ ବିତାଉଛନ୍ତି । ଭାରତୀୟ ଏବଂ ପାକିସ୍ତାନୀମାନେ ପରସ୍ପର ବିନା ରହିପାରିବେ ନାହିଁ, ମୁଁ ପାକିସ୍ତାନ ଏବଂ ଏହାର ଲୋକଙ୍କୁ ପସନ୍ଦ କରେ ଏବଂ ଏଠାରେ ମୋର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି।'
ରାକ୍ଷୀ ସାୱନ୍ତ କାହାକୁ ବିବାହ କରିବେ ?
ରାକ୍ଷୀ ସାୱନ୍ତ କହିଛନ୍ତି ଯେ ସେ ଡୋଡି ଖାନଙ୍କୁ ବିବାହ କରିବେ । କହିରଖୁଛୁ କି, ଡୋଡି ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାକ୍ଷୀଙ୍କୁ ବାରାତ୍ କେଉଁଠାରୁ ଆଣିବେ ବୋଲି ପଚାରିଛନ୍ତି । ଏଥିସହ ସେ ରାକ୍ଷୀଙ୍କୁ ପ୍ରପୋଜ ମଧ୍ୟ କରିଛନ୍ତି । ଯାହାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ରାକ୍ଷୀ ଏବଂ ସେ ତାଙ୍କୁ ବିବାହ ନେଇ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜ ବିବାହ ସହ ହନିମୁନ ଯୋଜନା ପ୍ରସ୍ତୁତ ଥିବା କହିଛନ୍ତି । ରାକ୍ଷୀ କହିଛନ୍ତି ଯେ ଡୋଡି ଜଣେ ଅଭିନେତା ଏବଂ ଜଣେ ପୋଲିସ ମଧ୍ୟ । ଉଭୟ ବିବାହ ପାକିସ୍ତାନରେ ହେବ । ରିସେପ୍ସନ ଭାରତରେ ହେବ, ମଧୁଚନ୍ଦ୍ରିକା ସ୍ୱିଜରଲ୍ୟାଣ୍ଡ କିମ୍ବା ନେଦରଲ୍ୟାଣ୍ଡରେ ବିତାଇବେ, ସେମାନେ ଦୁବାଇର ହୋଟେଲରେ ରହିବେ ।