ଓଡିଶା

odisha

ETV Bharat / entertainment

'ପୁଷ୍ପା 2' ଭାଙ୍ଗିଲା ସବୁ ରେକର୍ଡ, ବିଶ୍ୱରେ 800 କୋଟି ପାର୍ କଲା ଆୟ - PUSHPA 2 BOX OFFICE COLLECTION

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ସମସ୍ତ ରେକର୍ଡ ଭାଙ୍ଗିଛି । ଚତୁର୍ଥ ଦିନରେ ଫିଲ୍ମ କେତେ ଆୟ କରିଛି ? ଜାଣନ୍ତୁ,

Pushpa 2 Box Office Collection
Pushpa 2 Box Office Collection (film poster)

By ETV Bharat Entertainment Team

Published : Dec 9, 2024, 1:03 PM IST

ହାଇଦ୍ରାବାଦ:ଦିନକୁ ଦିନ ବଢିବାରେ ଲାଗିଛି ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା ୨: ଦ ରୁଲ' କ୍ରେଜ । ଫିଲ୍ମ ପ୍ରଥମ ସପ୍ତାହରେ ଦମଦାର ପ୍ରଦର୍ଶନ କରିଛି । ଲୋକେ ଫିଲ୍ମ ଦେଖି ଫିଦା ହୋଇଥିବା ବେଳେ ମେଗା-ବ୍ଲକବଷ୍ଟର ପ୍ରମାଣିତ ହୋଇଛି । କାରଣ ଫିଲ୍ମ ଭଲ ପ୍ରଦର୍ସନ ସହ ମୋଟା ଅଙ୍କର ଆୟ କରୁଛି । ଦିନକୁ ଦିନ ଏହାର ଆୟ ବଢିବାରେ ଲାଗିଛି । 'ପୁଷ୍ପା ୨' ବିଶ୍ୱବ୍ୟାପୀ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି । 'ପୁଷ୍ପା 2' ପ୍ରଭାସଙ୍କ 'କଲ୍କି 2898AD'କୁ ପରାସ୍ତ କରି 2024 ମସିହାରେ ବିଦେଶୀ ବକ୍ସ ଅଫିସରେ ସର୍ବ ବୃହତ ଓପନର ଫିଲ୍ମ ହୋଇପାରିଛି । ଜାଣନ୍ତୁ ଫିଲ୍ମ 4ର୍ଥ ଦିନରେ କେତେ କଲେକ୍ସନ କରିଛି ?

ସବୁ ରେକର୍ଡ ଭାଙ୍ଗିଲା 'ପୁଷ୍ପା ୨'

କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସହା ଦେଖିବାକୁ ମିଳିଛି। ପରଦାକୁ ଫିଲ୍ମ ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ ଯାହା ଆଶା ଥିଲା ତାହା ପରଦାକୁ ଆସିବା ପରେ ପୂରଣ କରିଛି ଫିଲ୍ମ । ଏହିପରି ଚଳଚ୍ଚିତ୍ରଟି 4 ଦିନ ମଧ୍ୟରେ ସାରା ବିଶ୍ୱରେ 800 କୋଟି ପାର୍ କରିଛି ଏବଂ ଖୁବଶୀଘ୍ର 1000 କୋଟି କ୍ଲବରେ ଏଣ୍ଟ୍ରି ମରିବ ବୋଲି ଅନୁମାନ କରାଯାଉଛି । ଏହା ସହ ଏହି ଚଳଚ୍ଚିତ୍ରଟି 'ଗଦର-2 68' କୋଟି ଟଙ୍କା', 'ବାହୁବଲୀ 650 କୋଟି', 'ସାଲାର 617.75 କୋଟି' ଏବଂ 'ପି.କେ 79'2 କୋଟି ଟଙ୍କା ମୂଲ୍ୟର ବିଶ୍ୱବ୍ୟାପୀ ରୋଜଗାର କରିଥିବା ଫିଲ୍ମକୁ ପଛରେ ପକାଇଛି ।

ଭାରତରେ 500 କୋଟି ପାର୍ କଲା 'ପୁଷ୍ପା ୨'

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' ସପ୍ତାହ ଶେଷରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଚଳଚ୍ଚିତ୍ର ଚତୁର୍ଥ ଦିନରେ ଭାରତର ସମସ୍ତ ଭାଷାରେ ମୋଟ 141 କୋଟି ଟଙ୍କା ରୋଜଗାର କରିଛି, ଯେଉଁଥିରୁ ଏହା ହିନ୍ଦୀ ସଂସ୍କରଣରେ 85 କୋଟି ଟଙ୍କା ଆୟ କରି ହିନ୍ଦୀ ସିନେମା ଇତିହାସରେ ରେକର୍ଡ ସୃଷ୍ଟି କରିଛି । 4 ଦିନରେ ଭାରତୀୟ ବକ୍ସ ଅଫିସରେ 'ପୁଷ୍ପା 2' ମୋଟ ରୋଜଗାର 529.72 କୋଟି ଟଙ୍କା କରିଛି।

  • 'ପୁଷ୍ପା 2' ଭାଷା ଅନୁଯାୟୀ କଲେକ୍ସନ:
ହିନ୍ଦୀ ତେଲୁଗୁ ତାମିଲ କର୍ଣ୍ଣାଟକ ମାଲାୟାଲମ
ପ୍ରିଭ୍ୟୁ ଶୋ 10.65 କୋଟି
ପ୍ରଥମ ଦିନ 164.25 କୋଟି 70.3 କୋଟି 80.3 କୋଟି 7.7 କୋଟି 1 କୋଟି 4.95 କୋଟି
ଦ୍ୱିତୀୟ ଦିନ 90.1 କୋଟି 55 କୋଟି 27.1 କୋଟି 5.5 କୋଟି 0.6 କୋଟି 1.9 କୋଟି
ତୃତୀୟ ଦିନ 119.25 କୋଟି 73.5 କୋଟି 35 କୋଟି 8.1 କୋଟି 0.8 କୋଟି 1.85 କୋଟି
ଚତୁର୍ଥ ଦିନ 141.05 କୋଟି 85 କୋଟି 43.15 କୋଟି 9.85 କୋଟି 1.1 କୋଟି 1.95 କୋଟି
ମୋଟ 529 କୋଟି 285.7 କୋଟି 197.7 କୋଟି 31.45 କୋଟି 3.55 କୋଟି 10.6 କୋଟି

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' ହିନ୍ଦୀ ଡବିଂ; ପାଟିରେ କପଡ଼ା ଦେଇ ଅଲ୍ଲୁ ଅର୍ଜୁନଙ୍କ ସ୍ୱର ବନିଲେ ଏହି ବଲିଉଡ ତାରକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details